ସୁଧୁରୁଛି ବିନିଶପୁର ସ୍ଥିତି, ଗାଁରେ ମେଡିକାଲ ଟିମ, ସ୍ଵାସ୍ଥ୍ୟ ପରିସ୍ଥିତି ଉପରେ ନଜର

ପରୀକ୍ଷାରୁ ସ୍ପଷ୍ଟ : ଅଜଣା ନୁହେଁ ସାଧାରଣ ଜ୍ୱରରେ ପୀଡିତ

କୋଲନରା ( ପ୍ରତିଫଳନ ମିଡ଼ିଆ )

ସୁଧୁରୁଛି କୋଲନରା ବ୍ଲକର ବିନିଶପୁର ଗ୍ରାମର ସ୍ଥିତି। ଜ୍ୱରରେ ଏକାଧିକ ଲୋକ ପୀଡିତ ଥିବା ଖବର ପାଇଁ କୋଲନରା ମେଡିକାଲ ଟିମ ପହଁଛି ଘରକୁ ଘର ବୁଲି ଚିକିତ୍ସା ଆରମ୍ଭ କରିଛନ୍ତି। ବିନିଶପୁରରେ 33ଜଣ ଅସୁସ୍ଥ ଥିବା ଖବର ପ୍ରଚାରିତ ହୋଇଥିଲା। ତୁରନ୍ତ ସ୍ଥାନୀୟ ଆଶା ଜ୍ୱରରେ ପୀଡିତ 30 ଜଣଙ୍କ ରକ୍ତ ନମୁନା ପରୀକ୍ଷା କରିଥିଲା। ସେଥିରୁ ମାତ୍ର ଦୁଇ ଜଣ ମ୍ୟାଲେରିଆ ଚିହ୍ନଟ ହୋଇଥିଲା। ଅନ୍ୟ କାରଣ ନିଦାନ ପାଇଁ 28 ଜଣଙ୍କର ରକ୍ତର ନମୁନା ରାୟଗଡା ମେଡିକାଲକୁ ପଠା ଯାଇଥିଲା। ସେଥିରୁ ମାତ୍ର ତିନି ଜଣଙ୍କ ରକ୍ତରେ ପ୍ଲେଟଲେଟ କମ ଥିବା ଜଣା ପଡିଥିଲା। ଅବଶିଷ୍ଟ ସମସ୍ତଙ୍କ ଜ୍ୱର ସାଧାରଣ ବୋଲି ପରୀକ୍ଷାରୁ ଜଣା ପଡିଛି।  ପାଣିପାଗ ପରିବର୍ତ୍ତନ ଯୋଗୁଁ  ହୁଏତ ଏଭଳି ଜ୍ୱର ସ୍ଥିତି ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି। ତେବେ ଡାକ୍ତରୀ ଟିମ ଗାଁକୁ ଯାଇ ନିୟମିତ ସ୍ବାସ୍ଥ୍ୟ ଅବସ୍ଥାର ତଦାରଖ କରୁଛନ୍ତି। କ୍ରମଶଃ ପରିସ୍ଥିତି ସୁଧୁରୁଛି।

Spread the love