କୋରାପୁଟ (ପ୍ରତିଫଳନ ମିଡ଼ିଆ)
ପ୍ରାକୃତିକ ଉପାୟ ଅବଲମ୍ବନ କରି ଆୟର୍ବେଦିକ ପଦ୍ଧତିକୁ ଉପଯୋଗ କରି ମଣିଷ କିପରି ସର୍ବ ବିଦ୍ଧ ରୋଗରୁ ଆସୁ ନିରାକରଣ ହୋଇପାରିବ ସେଥି ନେଇ କୋରାପୁଟ ରେ ୫ଦିନିଆ ସ୍ବାସ୍ଥ୍ୟ ଶିକ୍ଷା ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଅନ୍ତର୍ଜାତୀୟ ଯୋଗ ଓ ସେବା ସଂସ୍ଥା ଆନନ୍ଦମାର୍ଗ ପକ୍ଷରୁ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଅର୍ନ୍ତଜାତୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ବିଶେଷଜ୍ଞ ମାନେ ଯୋଗଦେଇ ସ୍ବାସ୍ଥ୍ୟ ର ଯତ୍ନ ସଂପର୍କରେ ପ୍ରଶିକ୍ଷଣ ଦେଉଛନ୍ତି ।

ଆଚାର୍ଯ୍ୟ ରାମେଶ୍ବରାନନ୍ଦ ଅବଧୁତଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ପ୍ରଫେସର ଡାକ୍ତର ଧନେଶ୍ଵର ସାହୁ,ବୈଦ୍ୟ ଡକ୍ତର ଧିରଜ ଆର୍ୟ୍ଯ , ଡାକ୍ତର କେଶର କଳ୍ପ ବୃକ୍ଷ,ଡକ୍ଟର ଶ୍ୟାମ ସୁନ୍ଦର୍ପାଣିଗ୍ରାହୀ, ଅଧ୍ୟାପିକା ଅନସୂୟା ପାତ୍ର, ଆଚାର୍ଯ୍ୟ ନନ୍ଦିତା ଅବଧୂତୀକା ପ୍ରମୁଖ ଯୋଗଦେଇ ସ୍ବାସ୍ଥ୍ୟ ର ଯତ୍ନ ଓ ଆରୋଗ୍ୟ ରହିବା ପାଇଁ ସ୍ବାସ୍ଥ୍ୟ ଉପରେ ମାର୍ଗ ଦର୍ଶନ ଦେଇଥିଲେ ।

ଏହି ପ୍ରଶିକ୍ଷଣ ଶିବିର ରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ରୁ ଶତାଧିକ ଯୁବକ ଯୁବତୀ ଯୋଗ ଦେଇଥିଲେ । ଜୀବନ ଶୈଳୀ ରୋଗ ଯଥା ଡାଇବେଟିସ, ବ୍ଲଡ଼ ପ୍ରେସର୍, ଥାଇରଡ,ବାତ, ସ୍ତ୍ରୀ ରୋଗ ସମ୍ବନ୍ଧୀୟ ଜରୁରୀ କାଳୀନ ଚିକିତ୍ସା ଓ ଉପଚାର ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ବିଶେଷ କରି ସ୍ତ୍ରୀ ଲୋକ ମାନେ ଗର୍ଭଧାରଣ ଅବସ୍ଥାରେ କାମ କରୁଥିବା ସମୟରେ ସାମାନ୍ୟ ଅସାବଧାନବଶତଃ ଗର୍ଭପାତ ର ସମ୍ମୁଖୀନ ହେଉଛନ୍ତି ସେଥିରୁ ରକ୍ଷା ପାଇବା ପାଇ କଣ କଣ ଆୟୁର୍ବେଦିକ ଔଷଧ କିପରି ବ୍ୟବହାର କରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି।
