କୋରାପୁଟ ( ପ୍ରତିଫଳନ ମିଡ଼ିଆ)
ମୌସୁମ୍ ଆସିବା ପୂର୍ବରୁ ରଝିଲା ବର୍ଷା। ଭାସିଗଲା ପରିବା।ଘଣ୍ଟାଏ ବର୍ଷା ରେ ଲମତାପୁଟ ବଜାର ବେହାଲ l ଆଜି ସାପ୍ତାହିକ ହାଟ ଥିବା ବେଳେ ଅପରାହ୍ନ ରେ ଅଚାନକ କଳା ହାଣ୍ଡିଆ ମେଘ ଢାଙ୍କି ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଥିଲା l ରାଝି ଦେଇ ଗଲା ବର୍ଷା ।ରାସ୍ତାରେ ଵୋହିଲା ପାଣି । ମୁଖ୍ୟ ବଜାର ରେ ବସିଥିବା ପନିପରିବା ବ୍ୟବସାୟୀ ମାନେ ନାହିଁ ନଥିବା ଅସୁବିଧା ର ସମୁଖୀନ ହୋଇଥିବା ନଜର କୁ ଆସିଛି l ଘଡ ଘଡି ସହ ଅଚାନକ ପ୍ରବଳ ବର୍ଷା ରେ ପନିପରିବା ସବୁ ପାଣି ରେ ବୋହି ଯିବାରୁ ବହୁ ବ୍ୟବସାୟୀ ଙ୍କ କ୍ଷତି ହୋଇଛି l ଚଳିତ ବର୍ଷ ର ସବୁଠାରୁ ବଡ଼ ବର୍ଷା ହୋଇଥିବା ଅଞ୍ଚଳ ବାସି କହିଛନ୍ତି l କାରଣ ଚଳିତ ବର୍ଷ ଗ୍ରୀଷ୍ମ ଋତୁ ରେ ସବୁଦିନ ଅପରାହ୍ନ ସମୟରେ ଲମତାପୁଟ ବ୍ଲକ ରେ ବର୍ଷା ଲାଗି ରହିଥିବା ବେଳେ ଆଜିର ବର୍ଷା ବଡ଼ ଧରଣ ବର୍ଷା ହୋଇଥିବା ଦେଖିବାକୁ ମିଳିଛି l
