ଦଶମନ୍ତପୁର ,ପ୍ରତିଫଳନ ମିଡ଼ିଆ
ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରତିଥର ଦୁଃଖ ଦେଉଛି ଦଶମନ୍ତପୁର ବ୍ଲକ୍ ବାସୀଙ୍କୁ । ପାହାଡ଼ ଜଙ୍ଗଲ ଭରା ଦଶମନ୍ତପୁର ବ୍ଲକର ଅନେକ ଗ୍ରାମକୁ ଏବେ ବି ନୀତି ଦିନିଆ ରାସ୍ତା ସଂଯୋଗ ହୋଇପାରି ନାହିଁ। କିଛି ନଦୀ ନାଳରେ ପୋଲ ନିର୍ମାଣ ହୋଇପାରିନାହିଁ । ଏଣୁ ଗାଁକୁ ରାସ୍ତା ନାହିଁ ଭାର ରେ ବୁହା ହେଲେ ଗର୍ଭବତୀ, ଅଧା ରାସ୍ତାରେ ଗର୍ଭବତୀ ପ୍ରସବ କଲେ ଛୁଆ । ଶସ୍ମାନକୁ ରାସ୍ତା ନାହିଁ ବଡ଼ି ପାଣିରେ ପାରି କରା ହେଲା ଶବ । ଏହିଭଳି ଅଭାବନୀୟ ଘଟଣା ମାନ କୋରାପୁଟ ଜିଲ୍ଲାର ଦଶମନ୍ତ ପୂର୍ ବ୍ଲକରେ ଦେଖିବାକୁ ମିଳେ ।
୨ତାରିଖ ଦିନ ପ୍ରବଳ ବର୍ଷା ଯୋଗୁଁ ପୋଲ ଧୋଇ ଯାଇଛି ।ଫଳରେ ପାଞ୍ଚ ଖଣ୍ଡ ଗ୍ରାମବାସୀଙ୍କ ଯାତାୟାତ ଠପ୍ ହୋଇପଡିଛି ।
ବ୍ଲକର ଗାଦିଆଗୁଡା ପଞ୍ଚାୟତ ର ନଡାଲ ଉଚ୍ଚ ବିଦ୍ୟାଳୟ କୁ ଯାଇଥିବା ବାଲିଘାଟ ଗ୍ରାମ ର ମୁଖ୍ୟ ରାସ୍ତା ପାର୍ଶ୍ବ ପୋଲଟି ଲଗାଣ ବର୍ଷା ରେ ସମ୍ପୂର୍ଣ୍ଣ ଧଇଯାଇଛି |ଏହି ରାସ୍ତା ଦେଇ ପ୍ରାୟ ପାଞ୍ଚ ଖଣ୍ଡ ରୁ ଅଧିକ
ଗ୍ରାମବାସୀ ଯାତାୟାତ କରନ୍ତି । ନାଳରେ ହଠାତ୍ ଜଳସ୍ତର ବୃଦ୍ଧି ଘଟି ପ୍ରବଳ ସ୍ରୋତରେ ଛୋଟିଆ ପୋଲ ଟି ଧୋଇ ଯାଇଛି । ଗାଁ କୁ ସଂଯୋଗ କରୁଥିବା ରାସ୍ତା ବିଛିନ୍ନ ହୋଇଯାଇଛି | ଏକ ମାତ୍ର ରାସ୍ତା ବିଚ୍ଛିନ୍ନ ହୋଇଯାଇଛି ।ଅନ୍ୟ କୌଣସି ବିକଳ୍ପ ରାସ୍ତା ନାହିଁ | ଗ୍ରାମବାସୀ ବର୍ତ୍ତମାନ ସ୍ଥିତି ରେ ବନ୍ଦୀ ଭଳି ରହିଛନ୍ତି | ପ୍ରଶାସନ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି। ତୁରନ୍ତ ଯାତାୟାତ ସକାଶେ ରାସ୍ତା ନିର୍ମାଣ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରିବ ବୋଲି ଗ୍ରାମବାସୀ ଆଶା ବାନ୍ଧି ବସିଛନ୍ତି ।


