ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ଅନ୍ତରୀଣ ସୁରକ୍ଷା ବଳବତ୍ତର

ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ)

ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢ଼ାଉ ମାମଲାରେ
ଆଜି ହାଇକୋର୍ଟରେ ଆବେଦନର ଶୁଣାଣି ଶେଷ ହୋଇଛି । ରାୟ ସଂରକ୍ଷିତ ରହିଛି। ବିଷ୍ଣୁପଦ ସେଠୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଛି। କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛି । ସିବିଆଇ ପକ୍ଷରୁ ଆକ୍ରୋଶ ମୂଳକ ଭାବେ ବିଷ୍ଣୁପଦଙ୍କ ବାସଭବନରେ ଚଢ଼ାଉ କରାଯାଇଥିବା ଅଭିଯୋଗ ହୋଇଥିଲା। କୋର୍ଟର ଏହି ଅନ୍ତରୀଣ ସୁରକ୍ଷା ପ୍ରଦାନ ଏକ ପ୍ରକାର ନୈତିକ ବିଜୟ ବୋଲି ମନେ କରାଯାଉଛି । କୋର୍ଟ ପୂର୍ବରୁ ବିଷ୍ଣୁପଦଙ୍କୁ ଦୁଇ ଥର ଅନ୍ତରୀଣ ସୁରକ୍ଷା ପ୍ରଦାନ ଆଦେଶ ଦେଇଥିବା ବେଳେ ଆଜି ପୁଣି ରାୟ ସଂରକ୍ଷିତ ରଖିଛନ୍ତି ।

Spread the love