ଗୁଣୁପୁର ( ପ୍ରତିଫଳନ ମିଡ଼ିଆ )
ପିଲା ଅପେକ୍ଷା ବାପାମାଆ ସାବଧାନ। ପିଲାଙ୍କୁ ଗାଡି ଦେବା ପୂର୍ବରୁ ସାର୍ଟିଫିକେଟରେ ଜନ୍ମ ତାରିଖ ଯାଞ୍ଚ କରନ୍ତୁ। ସାବାଳକ ହୋଇ ନ ଥିଲେ ଗାଡି ଦେବେନି। ଯଦି ଭାବପ୍ରବଣ ହୋଇ ପୁତ୍ର ମୋହରେ ଗାଡି ଚାବି ଦେଲେ ତେବେ ପ୍ରସ୍ତୁତ ହୋଇଥାନ୍ତୁ ଯେକୌଣସି ମୁହୂର୍ତ୍ତରେ ଆପଣ ଠନ ଠନ ଜୋରିମାନା ଭରିବେ। ବିଶେଷ କରି କଲେଜ ପଢୁଆ ଛାତ୍ରଛାତ୍ରୀ ଓ ନାବାଳକ ସାବଧାନ | ଜରିମାନା ପକାଇ ସତର୍କ କରାଇଲା ପ୍ରଶାସନ | ରାୟଗଡା ଜିଲ୍ଲା ଗୁଣପୁର ସହର ର ପୃଥକ ପୃଥକ ସ୍ଥାନରେ ପୋଲିସ ଓ ଏମଭିଆଇ ମିଳିତ ଭାବେ ଯାଂଚ କରି ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ କରିଥିବା ଦେଖାଦେଇଛି | ବିନା ହେଲମେଟ , ଲାଇସେନ୍ସ, ଦ୍ରୁତ ଗତି ରେ ଗାଡି ଚଳାଇବା ଓ ତାହା ପୁଣି ଏକାଧିକଙ୍କୁ ଗାଡିରେ ବସାଇ ଚଳାଇବା ମହାଙ୍ଗା ସାବ୍ୟସ୍ତ ହୋଇଛି | ଗୁଣପୁର କଲେଜ ସମ୍ମୁଖ ରାସ୍ତା ରେ ଗାଡି ଯାଂଚ ସମୟରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଅବିଭାବକଙ୍କୁ ମଧ୍ଯ ଡକାଯାଇ ସଚେତନ କରାଯାଇଥିଲା | ଆଗକୁ ମଧ୍ଯ ଏଭଳି ଯାଂଚ କରାଯିବା ନେଇ ଜଣାପଡିଛି | ଏହି ଯାଂଚ ସମୟରେ ରାୟଗଡା ଏମଭିଆଇ ପି. ଦୁର୍ଗାପ୍ରସାଦ ରାଓ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ | ଦୁର୍ଘଟଣାକୁ ଏଡାଇବା ପାଇଁ ପରିବହନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି।

