ଗୁଣୁପୁର (ପ୍ରତିଫଳନ ମିଡ଼ିଆ )
ଗଣେଶ ପୂଜା ଆଣିଦେଲା ଦୁଃଖ। ରାୟଗଡ଼ା ଜିଲ୍ଲା ପୁରୁଣା ଗୁଣପୁର ଆଶ୍ରମ ସ୍କୁଲ ରେ ଘଟିଗଲା ଅଘଟଣ | ଗଣେଶ ପୂଜା ପାଇଁ ଆସି ଅଘଟଣ ଶିକାର ହେଲେ ନାବାଳକ | ସ୍କୁଲ ରେ ପୂଜା ପରେ ନଡ଼ିଆ ମାରିଥିଲେ | ପରେ ସ୍କୁଲ କଠୋରୀ ରୁ ବାହାରି ରୋଷେଇ ଘର ଛାତ ଉପରେ ଚଢି ଥିଲେ | ସେଠାରୁ ଗୋଡ ଖସି ତଳେ ଥିବା ଲୁହା ଗ୍ରୀଲ ଉପରେ ପଡି ଯାଇଥିଲେ |

ଲୁହା ଗ୍ରୀଲ ରେ ଥିବା ମୁନିଆ ଛଡ଼ ଗିରିଧର ଙ୍କ ବାମ ଜଙ୍ଘ ରେ ପଶି ଯାଇଥିଲା | ଘଟଣା ସ୍କୁଲ ରେ ଚହଳ ପଡ଼ିବା ପରେ ଅଗ୍ନିଶମ ବାହିନୀ ଓ ଡାକ୍ତରୀ ଟିମ କୁ ଖବର ଦିଆଯାଇ ଥିଲା | ଏକ ଘଣ୍ଟା ପରେ ଗିରିଧର କୁ ନିଶା ଇଞ୍ଜେକସନ ଦେଇ ଉଦ୍ଧାର କରାଯାଇଥିଲା | ଗିରିଧର ପୁରୁଣା ଗୁଣପୁର ଆଶ୍ରମ ସ୍କୁଲ ରେ ତୃତୀୟ ଶ୍ରେଣୀ ରେ ପଢୁଥିବା ଜଣାପଡିଛି |

