ରାୟଗଡା (ପ୍ରତିଫଳନ ମିଡ଼ିଆ )
ଚଳିତ ବର୍ଷା ରେ ଜୀବନ ନେଇଗଲା ନାଗାବଳୀ ନଦୀ।
ନଦୀର ପ୍ରଖର ଜଳ ସ୍ରୋତରେ ଭାସି ଯାଇଥିଲା ଜଣେ ଯୁବକ । ନାଗାବଳୀ ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ରାୟଗଡ଼ା ସହର ପର୍ଶ୍ଵଦେଇ ପ୍ରବାହିତ ହାତୀପଥର ନିକଟ ନାଗାବଳୀ ନଦୀ କୂଳରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ କୋତପେଟା ଅଞ୍ଚଳର ସିମାଦ୍ରୀ ମିନିୟକା ବୟସ -୨୩ ବର୍ଷ ।

ଗତକାଲି ଅପରାହ୍ନ ପ୍ରାୟ ୧୨ଟା ସମୟରେ, ସିମାଦ୍ରୀ ତାଙ୍କ ସାଙ୍ଗମାନଙ୍କ ସହ ମାଳିଗାଁ ନିକଟ ନଦୀ ପଠାକୁ ଗାଧୋଇବା ପାଇଁ ଯାଇଥିଲେ। ନଦୀରେ ପ୍ରବଳ ସ୍ରୋତ ଥିବା କାରଣରୁ ସେ ପାଣିର ପ୍ରବାହରେ ଭାସିଯାଇ ନିଖୋଜ ହୋଇଯାଇଥିଲେ। ଏହି ଖବର ପାଇବା ପରେ ସିମାଦ୍ରୀଙ୍କ ପରିବାର ଲୋକେ ତୁରନ୍ତ ଚାନ୍ଦିଲି ଥାନାରେ ନିଖୋଜ ସମ୍ପର୍କରେ ଜଣାଇଥିଲେ। ଆଜି ସକାଳେ, ତାଙ୍କର ମୃତଦେହ ନାଗାବଳୀ ନଦୀର ହାତୀପଥର ନିକଟରେ ଭାସୁଥିବା ଦେଖିବାକୁ ମିଳିଥିଲା। କୋଟପେଟା ପୂର୍ବତନ ସରପଞ୍ଚ ଓ ସ୍ଥାନୀୟ ପୁଲିସଙ୍କ ଉପସ୍ଥିତିରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନଦୀରୁ ଭାସୁଥିବା ମୃତଦେହକୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଏହି ଦୁଃଖଦ ଘଟଣା ପରେ କୋଟପେଟା ଅଞ୍ଚଳରେ ଶୋକର ଛାୟା ଖେଳାଇଯାଇଛି।

