ରାୟଗଡା (ପ୍ରତିଫଳନ ମିଡ଼ିଆ )
ମୁଖ୍ୟମନ୍ତ୍ରୀଙ୍କ ସତରେ ବଡ଼ ହୃଦୟ। ଅଳ୍ପ ମାଗିଲେ ଢାଳି ଦିଅନ୍ତି ଅନେକ। ଏମିତି ଏକ ହୃଦୟ ଖୋଲା ଖବର ଆଜି ରକ୍ଷା ବନ୍ଧନ ଅବସରରେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଲେ ଖୁସି ଖବର। ଖୁବ ଶୀଘ୍ର ଜୟପୁରରୁ ଭୁବନେଶ୍ବର ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ । ମୁଖ୍ୟମନ୍ତ୍ରୀ ଆଜି ଜୟପୁରରେ ଘୋଷଣା କରିଛନ୍ତି। ଦୀର୍ଘ ବର୍ଷ ଧରି ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ଭୁବନେଶ୍ୱରକୁ ଦିନବେଳା ଏକ ଟ୍ରେନ ଚଳାଚଳ ପାଇଁ ଦାବି କରୁଥିଲେ। ଅତୀତରେ କୌଣସି ସରକାର ଶୁଣୁ ନଥିଲେ। ଅତୀତରେ ରାୟଗଡାକୁ ମୁଖ୍ୟମନ୍ତ୍ରୀ ଗସ୍ତ ବେଳେ ରାୟଗଡା ନାଗରିକ ମଞ୍ଚ ପକ୍ଷରୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଦାବି ପ୍ରଦାନ କରିଥିଲେ। ଦାବି ମୁତାବକ ନିକଟରେ ମୁଖ୍ୟମନ୍ତ୍ରୀ ଜମାଦେଇପେଣ୍ଠ – ପେଣ୍ଟା ଛକ ଯାଏଁ 444 କୋଟି ଟଙ୍କାର ଚାରି ଟିକିଆ ରାସ୍ତା ସହ ଦୁଇଟି ସ୍ବରେଜ ବ୍ରିଜକୁ ଅନୁମୋଦନ କରିଥିଲେ। ଆଜି ଆଉ ଏକ ଦାବି ପୂରଣ କରୁଛନ୍ତି। ଜୟପୁରଠାରେ “ସୁଭଦ୍ରା”ର ତୃତୀୟ କିସ୍ତି ପ୍ରଦାନ ଅବସରରେ ବନ୍ଦେ ଭାରତ ଚଳାଚଳ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଫଳରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି। ଏଥିନେଇ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ।

