ପ୍ରତିଫଳନ ମିଡ଼ିଆ
ରାଜ୍ୟରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢି ଚାଲିଛି। ଗଣ ମାଧ୍ୟମର କଣ୍ଠ ରୋଧ କରିବାକୁ ଉଦ୍ୟମ ହେଉଛି । ପୋଲିସ କାର୍ଯ୍ୟାନଷ୍ଠାନରେ ପ୍ରଭାବୀ ହୋଇପାରିଲେ ଆଇନ କାନୁନ୍ ପ୍ରତି ସାଧାରଣରେ ସମ୍ମାନ ଓ ଭୟ ସୃଷ୍ଟିହେବ । ଅସାମାଜିକ ମାନସିକତା ବ୍ୟକ୍ତି ମାନେ ସାବାଡ଼ ହେବେ । ଵଲାଙ୍ଗୀର ଜିଲ୍ଲା ପୁଇଁତଳାର ବଡ ଖବର ର ସାମ୍ବାଦିକ ବିଜୟ ପ୍ରଧାନ ଙ୍କୁ ଅମାନବୀୟ ଆକ୍ରମଣ ଘଟଣା ରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଆଇନକୁ ହାତକୁ ନେଇ ଅମାନୁଷିକ ଭାବେ ହାତ ବାନ୍ଧି ଗୋଇଠା ମାରୁଥିବା ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଜନ ମତ ସୃଷ୍ଟି ହୋଇଛି । ରାଜ୍ୟର ସାମ୍ବାଦିକଙ୍କ ସୁରକ୍ଷା ପାଇଁ ବଡ଼ ଖବର ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ନେତୃତ୍ୱରେ ଏସୟୁଜେ ସାମ୍ବାଦିକ ସଂଗଠନର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, ଉତ୍କଳ ସାମ୍ବାଦିକ ସଙ୍ଘ ର ସଭାପତି ବିଭୂତି ଭୂଷଣ କର, ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ ଓ ଏ.କେ. ରାୟ ପ୍ରମୁଖ କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳାଇ କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ହେଉଛି ।
ଆକ୍ରମଣ କାରୀ ମାନେ ପ୍ରଭାବଶାଳୀ ହୋଇଥିବାରୁ ସ୍ଥାନୀୟ ପୋଲିସ ଆକ୍ରମଣକାରୀ ଙ୍କୁ ଗିରଫ କରୁ ନାହିଁ । ବରଂ ଆକ୍ରମଣ କାରିଙ୍କ ଦ୍ବାରା ଏତଲା କରାଇ ଆହତ ,ନିର୍ଯ୍ୟାତିତ ସାମ୍ବାଦିକଙ୍କୁ ଫସାଇବାକୁ ଉଦ୍ୟମ କରାଯାଉଛି । ନ୍ୟାୟ ମାଗୁଥୁବା ସାମ୍ବାଦିକ ବିରୋଧରେ ଓଲଟି ମାମଲା ରୁଜୁ କରି ଗଣମାଧ୍ୟମ କୁ ଚୁପ୍ କରିବାକୁ ଅପଚେଷ୍ଟା କରୁଛନ୍ତି । ରାଜ୍ୟରେ ସାମ୍ବାଦିକ ମାନଂକୁ ସୁରକ୍ଷା ଦେବା ସଂପର୍କରେ ପୋଲିସ ପ୍ରଶାସନ ପ୍ରଭାବୀ ପଦକ୍ଷେପ ଗ୍ରହଣ କରିବାକୁ ଡିଜି ପୋଲିସ ଖୁରାନିଆଙ୍କ ସହିତ ପ୍ରତିନିଧି ଦଳ ଆଲୋଚନା କରିଥିଲେ। ଡ଼ିଜି ପୋଲିସ ସାମ୍ବାଦିକ ସଙ୍ଘ ମାନଙ୍କ ର ଦାବି କୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ନ୍ୟାୟ ପ୍ରଦାନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଡ଼ିଜିଙ୍କ ପ୍ରତିଶୃତି ଅନୁଯାୟୀଆଗାମୀ ଦିନରେ ସାମ୍ବାଦିକଙ୍କୁ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ସାମ୍ବାଦିକ ସଙ୍ଗଠନ ର ପ୍ରତିନିଧି ଦଳ ଆଶାବାଦୀ ଅଛନ୍ତି ।

ଏହି ଅବସରରେ ରାଜ୍ୟ ସଭାପତି କୈଳାଶ ନାୟକ ଡ଼ିଜି ଙ୍କୁ ଏସୟୂଜେ ସାମ୍ବାଦିକ ସଂଘର ମୁଖପତ୍ର ସଂକଳ୍ପ ପ୍ରଦାନ କରିଥିଲେ