ଆନ୍ଧ୍ରପ୍ରଦେଶ : କାସିବୁଗା ଭେଙ୍କଟଶ୍ୱର ମନ୍ଦିରରେ ଦଳଚକଟା 9 ମୃତ 10ରୁ ଉର୍ଧ୍ଵ ଆହତ।

ବିଶାଖାପାଟଣାରୁ ଯଶୋବନ୍ତ ପାଢୀ, ପ୍ରତିଫଳନ ମିଡ଼ିଆ

କାର୍ତିକ ମାସ ପୁଣ୍ୟ ମାସ। ପୁଣି ଏକାଦଶୀ ତିଥି। ଏହି ଦିନରେ ଠାକୁରଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିବ। ଏହି ଆଶାରେଠାକୁରଙ୍କ ଦର୍ଶନ ପାଇଁ ମନ୍ଦିର କୁ ଯାଇଥିଲେ ଭକ୍ତ। ମନ୍ଦିର ମଧ୍ୟରେ ଭକ୍ତଙ୍କ ପ୍ରବଳ ଭିଢ ଜମିଲା। ସ୍ଥିତି ଅଣାୟତ୍ତ ହୋଇଗଲା। ଭକ୍ତଙ୍କ ମଧ୍ୟରେ ଠେଲା ପେଲା ସୃଷ୍ଟିହେଲା। ଦଳା ଚକଟା ହୋଇ 9ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବହୁ ଭକ୍ତ ଆହତ ହୋଇଥିବାବେଳେ ସେଥିମଧ୍ୟରୁ 10 ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ପଲାସା ନିକଟ କାସିବୁଗା ଠାରେ ଆଜି ଘଟିଛି ଅଭାବନୀୟ ଘଟଣା. ଗତ ଏକ ବର୍ଷପୂର୍ବେ ନିର୍ମିତ ଶ୍ରୀ ଭେଙ୍କଟଶ୍ୱର ସ୍ୱାମୀ ମନ୍ଦିର କୁ ଆଜି କାର୍ତ୍ତିକ ମାସ ଏକାଦଶୀ ଉପଲକ୍ଷେ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କତୃପକ୍ଷଙ୍କ ପକ୍ଷରୁ ସେଭଳି କୌଣସି ବ୍ୟବସ୍ଥା କରାଯାଇନଥିଲା। ହଠାତ ଭିଡ଼ ଭିତରେ ଭକ୍ତଙ୍କ ମଧ୍ୟରେଠେଲା ପେଲା ହୋଇ ଦଳା ଚକଟା ଘଟିଥିଲା। ସୂଚନା ଅନୁଯାଇ ଆଶା ଠାରୁ ଅତ୍ୟଧିକ ଭକ୍ତ ଆସିଥିବା ଯୋଗୁଁ ଭକ୍ତଙ୍କ ଗହଳିକୁ ରୋକିବା ଵା ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ସ୍ଥାନୀୟ ପୋଲିସ ଓ ସ୍ବେଛାସେବୀ ମନେ ପହଂଚି ଆହତଙ୍କୁ ଉଧାର କରିଥିଲେ।

Spread the love