ରେଳ ଧାରଣାରୁ ମାଟି ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ.କୋରାପୁଟରୁ ଜଗଦଲ ପୁରକୁ ରେଳ ଚଳା ଚଳ ପାଇଁ ଟ୍ରାକ ପ୍ରସ୍ତୁତ.୬ତାରିଖରୁ ଚାଲିବ ହୀରାଖଣ୍ଡ ଓ ରାଉରକେଲା ଟ୍ରେନ. ୭ତାରିଖରୁ ଚାଲିବ ସମଲେଶ୍ୱରୀ ଟ୍ରେନ

ପ୍ରତିଫଳନ ମିଡ଼ିଆ

କୋରାପୁଟ ଜୟପୁର ମଧ୍ୟରେ ଜରଟି ନିକଟରେ ରେଳ ଧାରଣା ଉପରେ ମାଟି ଅତଡ଼ା ପଡ଼ିବା ଘଟଣା । ରେଳ ଲାଇନ ରୁ ମାଟି ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଗଲା । ଟ୍ରାକ ଓ OHE ବିଦ୍ୟୁତ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ରେଳ ବିଭାଗ କୁ ବିଭାଗୀୟ ବିଷେଶଜ୍ଞଙ୍କ ପକ୍ଷରୁ ଅନୁମୋଦନ ମିଳିସାରିଛି । ଟ୍ରାକ ପ୍ରସ୍ତୁତ ଥିବା ନେଇ ଅପରାହ୍ନ ରେ ଗ୍ରୀନ ସିଗନାଲ ଦେଇଥିବା ଜଣା ପଡ଼ିଛି । କୋରାପୁଟରୁ ଜୟପୁର ଦେଇ ଜଗଦଲପୁର ଓ କିରଣ୍ଡଲକୁ 5 ତାରିଖ ଦିନ ଟ୍ରେନ ଚଳା ଚଳ କରିବ ନାହିଁ ।6 ତାରିଖରୁ ହୀରାଖଣ୍ଡ ଓ ରାଉରକେଲା ଟ୍ରେନ କୋରାପୁଟ ରୁ ଜଗଦଲପୁରକୁ ଚଳା ଚଳ କରିବ । 8 ତାରିଖ ରୁ ବିଶାଖା ପାଟଣା ରୁ କିରଣ୍ଡଲ କୁ ପସେଞ୍ଜର ଓ ରାତ୍ରୀ କାଳୀନ ଏକ୍ସ ପ୍ରେସ ଟ୍ରେନ ଚଳା ଚଳ କରିବ । ଆଜି ପ୍ରଥମେ ପରୀକ୍ଷା ମୂଳକ ଭାବେ ରେଳ ପଥରେ ମାଲ ବୋଝେଇ ଟ୍ରେନ ଚଳା ଚଳ କରିବ । ପରେ ଯାତ୍ରୀ ବାହି ରେଳ ଚଳା ଚଳ କରିବ ।ରେଳ ବିଭାଗ ତରଫରୁ ସୁଚନା ମିଳିଛି ।

Spread the love