ପ୍ରତିଫଳନ ମିଡ଼ିଆ
ପ୍ରବଳ ଶୀତରେ ଥରୁଛି କୋରାପୁଟ। ଶୀତୁଆ ସନ୍ଧ୍ୟାରେ କଳାକାରଙ୍କ ନୃତ୍ୟ ସଂଗୀତରେ ପ୍ରକମ୍ପିତ ହେଲା ପରଵ ମଞ୍ଚ। ବିଳମ୍ବିତ ରାତି ପର୍ଯ୍ୟନ୍ତ ମନଭରି ଉପଭୋଗ କରିଛନ୍ତି କଳା ପ୍ରେମୀ ଦର୍ଶକ। ମଞ୍ଚରେ ମୁଖ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ହଜାର ହଜାର ଦର୍ଶକକୁ ଦେଇଥିଲା ଆନନ୍ଦ।
କୋରାପୁଟ ର ପ୍ରକୃତି, ପରିବେଶରେ ବିଭୋର ହୋଇପଡିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜାତୀୟ ଆଦିବାସୀ ମୋହତ୍ସବ ପରବ 2025 ର ଚତୁର୍ଥ ସନ୍ଧ୍ୟା ରେ ପରବ ମଞ୍ଚ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ନିଜ ଅଭିଭାଷଣ ରେ କୋରାପୁଟ ଜିଲ୍ଲାକୁ ଭୂରି ଭୂରି ପ୍ରଶଂସା କରିବା ସହ କିଛି ପ୍ରକଳ୍ପର ଉଦଘାଟନ ବି କରିଥିଲେ। ମୁଖ୍ୟ ଅତିଥିଭାବେ ଯୋଗଦେଇ ପରଵ ମଞ୍ଚ ରେ ବହୁ ପ୍ରତିଭାକୁ ସମ୍ମାନୀତ ବି କରିଥିଲେ।ଏହି ଅବସରରେ ପରବ ମଞ୍ଚରେ ମୁଖ୍ୟମନ୍ତ୍ରୀ ଙ୍କୁ ସମ୍ମାନୀତ କରିଥିଲେ ସାମ୍ବାଦିକ।
ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ ଙ୍କୁ ପେନସିଲ ରେ ନିର୍ମିତ ଆକର୍ଷଣୀୟ ଫଟୋ ଚିତ୍ର ପ୍ରଦାନ କରିଥିଲେ କୋରାପୁଟ ର ସାମ୍ବାଦିକ ସୌମ୍ୟ ରଞ୍ଜନ ସାହୁ।ପରବ ର ଦ୍ଵତୀୟ ସନ୍ଧ୍ୟା ରେ ମୂଖ୍ୟ ଅତିଥିଭାବେ ଯୋଗଦେଇଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କୁମଧ୍ୟ ପେନଶିଲ ରେ ତିଆରି ଚିତ୍ର କଳା ପ୍ରଦାନ କରିଥିଲେ। ଅତିଥି ଓ ପ୍ରତିଭା ମାନଙ୍କୁ ପରଵ କମିଟି ପକ୍ଷରୁ ସମ୍ମାନୀତ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଓ ଜିଲ୍ଲା ପାଳଙ୍କୁ କଳା କୃତି ଦେଇ ସାମ୍ନାନୀତ କରିବାରେ ସାମ୍ବାଦିକ ପଛେଇ ନାହାନ୍ତି। ଚିତ୍ର କଳା ଉପହାର ଦେଇ ସମ୍ମାନୀତ କରିଥୁବାରୁ ସାମ୍ବାଦିକ ସୌମ୍ୟ ରଞ୍ଜନ ସାହୁ କୋରାପୁଟ ଜିଲ୍ଲା ର ଟେକ ରଖିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

