ଲୋଭ ପାଲଟିଲା ବିପଦ. ଜେଇ ପରେ ଏଇ ଲାଞ୍ଚ ନେବା ବେଳେ ଗିରଫ, ଲମତାପୁଟ ଏଇ ଭିଜିଲାନ୍ସ ହାତରେ ଧରାପଡିଲେ

କୋରାପୁଟ (ପ୍ରତିଫଳନ ମିଡ଼ିଆ )

ଗାଇସିଲଟ ଜେଇ ପରେ ଏବେ କୋରାପୁଟ ଲମତାପୁଟ ଏଇ ଙ୍କ ପାଳି। ବିଲ୍ କରିବା ପାଇଁ ଜଣେ ଗ୍ରାମ ସାଥୀଙ୍କଠାରୁ ୮,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଏଇ ସୁଚିସ୍ମିତା ପରିଜା।

ଆଜି ପୁଣି ଆଉ ଏକ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଗିରଫ। କୋରାପୁଟ ଜିଲ୍ଲା  ଲମତାପୁଟ ବ୍ଲକର  ସୁଚିସ୍ମିତା ପରିଜା, ସହକାରୀ ଇଞ୍ଜିନିୟର (ଏଇ), MGNREG ଯୋଜନାରେ ଘାଟି ରାସ୍ତା କଟିଂ କାମରେ ନିୟୋଜିତ ଶ୍ରମିକଙ୍କ ବାବଦରେ ବିଲ୍ ପ୍ରଦାନ କରିବା ପାଇଁ ଗ୍ରାମ ସାଥିଙ୍କୁ ୧୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଲାଞ୍ଚ ନ ଦେଲେ ବିଲ କରାହେବ ନାହିଁ ବୋଲି ଜଣାଇଥିଲେ । ଗ୍ରାମ ସାଥି ଜଣକ ଜୟପୁର ଭିଜିଲାନସ୍ ନିକଟରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ର ଯୋଜନା ମୁତାବକ ଲମତାପୁଟ ସ୍ଥିତ ତାଙ୍କ ଆବାସିକ ସରକାରୀ କ୍ୱାର୍ଟରରେ ଅଭିଯୋଗକାରୀ (ଗ୍ରାମ ସାଥୀ)ଙ୍କଠାରୁ ୮୦୦୦ ଟଙ୍କା ଲାଞ୍ଚ ନେଉଥୂବା ବେଳେ ସହକାରୀ ଇଞ୍ଜିନିୟର କୁ ଜୟପୁର ଭିଜିଲାନସ ଟିମ ଧରିଥିଲା । ରଙ୍ଗ ବୋଳା ଟଙ୍କା ଜବତ କରିଛି। ଏଇ ପରିଜାକୁ ଗିରଫ କରାଯାଇଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ପୂର୍ବରୁ ଅଭିଯୁକ୍ତ ଶ୍ରୀମତୀ ପରିଜା କିଛି ଦିନ ତଳେ ଅଭିଯୋଗକାରୀଙ୍କ ଠାରୁ ୫,୦୦୦ ଟଙ୍କା ନେଇଥିଲେ ଏବଂ ବିଲ୍ ପ୍ରଦାନ କରିବା ପାଇଁ ବାକି ୧୦,୦୦୦ ଟଙ୍କା ଦେବାକୁ କହିଥିଲେ । ପରେ ୮,୦୦୦ ଟଙ୍କା ଦେଲେ ହିଁ ବିଲ କରିବି ବୋଲି ଜିଦ୍ କରୁଥିଲେ। ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ବ୍ଲକ ଏଇ ଦ୍ୱାରା ହଇରାଣ କରାଯାଉଥିବା ଅଭିଯୋଗ କରି ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଆଜି ଅଭିଯୁକ୍ତ ଏଇ ଶ୍ରୀମତୀ ପରିଜା ୮,୦୦୦ ଟଙ୍କା ଲାଞ୍ଚ ଟଙ୍କା ନେଉଥିବା ସମୟରେ ଭିଜିଲାନସ ଧରିଲା । ଅଭିଯୁକ୍ତ ଶ୍ରୀମତୀ ପରିଜା AEଙ୍କ ନିକଟରୁ ରାସାୟନିକ ପ୍ରଲେପ ଦିଆ ୮,୦୦୦ ଲାଞ୍ଚ ଟଙ୍କା ଜବତ କରାଯାଇଛି। ତଦନ୍ତ ଜାରି ରହିଛି ବୋଲି ଭିଜିଲାନସ୍ ପକ୍ଷରୁ କୁହାଯାଇଛି। ଭିଜିଲାନସ୍ ପକ୍ଷରୁ ମାମଲା ଦରଜ କରାଯାଇଛି । AE ଶ୍ରୀମତୀ ପରିଜାଙ୍କ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ତଦନ୍ତ ପରେ ଆୟ ବହିର୍ଭୁତ ସମ୍ପତି କେତେ ଜଣା ପଡ଼ିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

Spread the love