ବଡ ଦୁର୍ଘଟଣାରୁ ବର୍ତିଗଲା ରାଉର କେଲା ଏକ୍ସପ୍ରେସ ଟ୍ରେନ କୋରାପୁଟ – ଜୟପୁର ରେଳ ପଥ ମଧ୍ୟରେ ଭୂସ୍ଖଳନ,ରେଳ ଚଳା ଚଳ ବନ୍ଦ, ଜଗଦଲପୁର ରୁ ଆସୁଥିବା ହୀରାଖଣ୍ଡ ଓ ରାଉରକେଲା ଟ୍ରେନ ବାତିଲ।

ପ୍ରତିଫଳନ ମିଡ଼ିଆ

ବଡ ଦୁର୍ଘଟଣାରୁ ବର୍ତିଗଲା ରାଉର କେଲା ଏକ୍ସ ପ୍ରେସ ଟ୍ରେନ । ଟ୍ରେନ ଆସିବାର କିଛି ସମୟ ପୂର୍ବରୁ ପାହାଡ଼ ଧସି ରେଳ ପଥ ଅବରୋଧ ହୋଇଗଲା । ବର୍ତ୍ତି ଗଲେ ରେଳ ଯାତ୍ରୀ।

କୋରାପୁଟରେ ଲଗାଣ ବର୍ଷା ଜାରି । ପ୍ରବଳ ବର୍ଷା ଯୋଗୁଁ ରେଳ ଧାରଣା ଉପରେ ମାଟି ଧସିଲା,ପାହାଡ଼ରୁ ମାଟି ଧସି ରେଳ ପଥ ଅବରୋଧ ।ଟ୍ରେନ ଚଳାଚଳ ବନ୍ଦ।କୋରାପୁଟ – ଜୟପୁର ରେଳ ପଥର ଜରଟି ନିକଟରେ ଘଟିଛି ଘଟଣା । ଜଗଦଲପୁର ରୁ ଆସୁଥିବା ରାଉରକେଲା ଓ ହୀରାଖଣ୍ଡ ଟ୍ରେନ କୋରାପୁଟ ପହଞ୍ଚି ବା ବିଳମ୍ୱ ହେବ । ଦିନ ପ୍ରାୟ ୩ଟା ସମୟରେ ଘଟିଛି ଘଟଣା ।
ଜରଟି _ମାଲିଗୁଡ଼ା ମଧ୍ୟରେ 208 କିମି ଠାରେ ଘଟିଛି ଭୂସ୍ଖଳନ । ରେଳ ପଥରେ ରେଳ ଚଳା ଚଳାକୁ ବନ୍ଦ କଲା ରେଳ ବିଭାଗ

Spread the love