ପ୍ରତିଫଳନ ମିଡ଼ିଆ
ପରୀକ୍ଷା ଫଳ ବାହାରିଛି ।କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ମହାବିଦ୍ୟାଳୟ ସମେତ ବ୍ଲକର କାକିରିଗୁମା, ବୁର୍ଜା ମାଧ୍ୟମିକ ସ୍କୁଲର ପିଲାମାନେ ମଧ୍ୟ ଭଲ କରିଥିବା ଜଣା ପଡ଼ିଛି । ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ଲକ୍ଷ୍ମୀପୁର ବ୍ଲକର ଅଧିକାଂଶ ଅଞ୍ଚଳରେ ଖୁସି ଓ ଆନନ୍ଦ ର ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।


ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ର ପ୍ରକାଶ ପାଇଥିବା ପରୀକ୍ଷା ଫଳରେ ଲକ୍ଷ୍ମୀପୁର ବ୍ଲକର ଅନେକ ଛାତ୍ର ଛାତ୍ରୀ ଭଲ ପ୍ରଦର୍ଶନ କରିଥିବା ଜଣା ପଡିଛି।ଲକ୍ଷ୍ମୀପୁର କଲେଜ ରେ ବାଳିକା ବର୍ଗର ଧନ୍ଦାମୂଳକ ଶିକ୍ଷାରେ ରେବତୀ ମାଣ୍ଡିଙ୍ଗା ୪୪୧ ମାର୍କ ରଖି କଲେଜ ଟପର ହୋଇଥିବା ବେଳେ ବାଳକ ବର୍ଗର କଳା ବିଭାଗରେ ଆକାଶ ମାଝି ୫୦୨ ମାର୍କ ରଖି କଲେଜ ଟପର ହୋଇଛନ୍ତି।ସେହି ପରି ବିଜ୍ଞାନ ବିଭାଗରେ ଜଣେ ମାତ୍ର ଛାତ୍ରୀ ଅମ୍ବିକା ପିଲେଣ୍ଟି ୪୨୬ ମାର୍କ ରଖି ପ୍ରଥମ ଡିଭିଜନ ରେ ପାସ କରି କଲେଜ ର ନାଁ ରଖିଛନ୍ତି।ବିଜ୍ଞାନ ରେ ସମୁଦାୟ ୧୭୧ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଜଣେ ପ୍ରଥମ ଡିଭିଜନ,୨୬ ଜଣ ଦ୍ୱିତୀୟ ଡିଭିଜନ ଓ ୩୭ ଜଣ ତୃତୀୟ ଡିଭିଜନ ରେ ପାସ, ବାକି ୧୦୭ ଜଣ ଫେଲ।ଯୁକ୍ତ ଦୁଇ କଳା ରେ ୩୦୩ ଜଣ ପରୀକ୍ଷା ଦେଇଥିବା ବେଳେ ୨୪୫ ଜଣ ପାସ ହୋଇଛନ୍ତି।ବେଳେ ୫୮ ଜଣ ଫେଲ ହୋଇଛନ୍ତି, ପାସ ଙ୍କ ମଧ୍ୟରୁ ପ୍ରଥମ ଡିଭିଜନ ରେ ୨୨ ଜଣ, ଦ୍ୱିତୀୟ ଡିଭିଜନ ରେ ୩୪ ଜଣ ଓ ତୃତୀୟ ଡିଭିଜନ ରେ ୧୮୯ ଜଣ ଛାତ୍ର ଛାତ୍ରୀ ପାସ ହୋଇଥିବା ବେଳେ ୫୮ ଜଣ ପରୀକ୍ଷାର୍ଥୀ ଫେଲ ହୋଇ ଥିବା ଜଣା ପଡିଛି।ବ୍ଲକର
କାକିରିଗୁମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁକ୍ତ ଦୁଇ କଳା ରେ ୧୧୯ ଜଣ ପରୀକ୍ଷା ଦେଇଥିବା ବେଳେ ୯୩ ଜଣ ପାସ ହୋଇଛନ୍ତି। ସେଥି ମଧ୍ୟରେ ପ୍ରଥମ ରେ ୧୨ ଜଣ, ଦ୍ୱିତୀୟ ରେ ୧୩ ଜଣ ଓ ତୃତୀୟ ଡିଭିଜନ ରେ ୬୮ ଜଣ ପାସ ହୋଇଥିବା ବେଳେ ୨୬ ଜଣ ଫେଲ ହୋଇଛନ୍ତି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ପୁଷ୍ପାଞ୍ଜଳି ଝୋଡ଼ିଆ ୪୬୮ ମାର୍କ ରଖି ଟପ୍ପର ହୋଇଛନ୍ତି।

ସେହିପରି ଲକ୍ଷ୍ମୀପୁର ବ୍ଲକର ବୁର୍ଜା ମାଧ୍ୟମିକ ବିଦ୍ୟାଳୟ ର ବିଜ୍ଞାନରେ ୬୪ ଜଣ ପରୀକ୍ଷା ଦେଇଥିବା ବେଳେ ୬୧ ଜଣ ପାସ ହୋଇଛନ୍ତି।ସେଥି ମଧ୍ୟରେ ୧୭ ଜଣ ପ୍ରଥମ, ୨୦ ଜଣ ଦ୍ୱିତୀୟ ଓ ୧୪ ଜଣ ତୃତୀୟ ଡିଭିଜନ ରେ ପାସ ହୋଇଥିବା ବେଳେ ୪୪୧ ମାର୍କ ରଖି ଜଣେ ଛାତ୍ରୀ ମାୟାବତୀ ୱାଡେକା ମାଧ୍ୟମିକ ବିଦ୍ୟାଳୟ ଟପ୍ପର ହୋଇଛନ୍ତି। ଆଦିବାସୀ ପିଲାଙ୍କ ମଧ୍ୟରେ ଶିକ୍ଷା ପ୍ରତି ରୁଚି ବଢୁଥିବା ଜିଲ୍ଲା ଓ ରାଜ୍ୟ ପାଇଁ ଶୁଭ ସଙ୍କେତ ବୋଲି ଶିକ୍ଷାବିତ ମାନେ ମତ ବ୍ୟକ୍ତ କରିଛନ୍ତି ।
