ଗୁଣପୁର ତାଲୁକ୍ ଆଇନସେବା ସଂସ୍ଥା ପକ୍ଷରୁ ଗୁଣପୁର ବ୍ଲକ ଅଫିସରେ ଆଇନ ସଚେତନତା ଶିବିର

ଗୁଣପୁର(ପ୍ରତିଫଳନ ମିଡ଼ିଆ)

ରାୟଗଡ଼ା ଜିଲ୍ଲା ଗୁଣପୁର ତାଲୁକ ଆଇନ ସେବା ପ୍ରାଧିକରଣ ସମିତି ପକ୍ଷରୁ ଗୁଣପୁର ବ୍ଲକ୍ ଅଫିସ ସଭା ଗୃହରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଗୁଣପୁରତାଲୁକ୍ ଆଇନସେବା ସଂସ୍ଥା ର ଅଧକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ ଦେବଦତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ଶିବିର ରେ , ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶ୍ରୀ ବିଜୟ ଲକ୍ଷ୍ମୀ ମହାପାତ୍ର, ବରିଷ୍ଟ ଓକିଲ ଉମା ଚରଣ ପଟ୍ଟନାୟକ , ଥାନା ଅଧିକାରୀ ଉତ୍ତମ ସାହୁ , ଓକିଲ ସଂଘ ର ଉପ ସଭାପତି ରମେଶ ଚନ୍ଦ୍ର ଲିମା ପ୍ରମୁଖ ମଞ୍ଚା ସିନ ହୋଇ ସ୍ଥାୟୀ ଲୋକ ଅଦାଲତରେ ବିଦ୍ୟୁତ ବିଭାଗ, ଟେଲିଫୋନ ବିଭାଗ ପରିବହନ ବିଭାଗ ର ବିଭିନ୍ନ ମାମଲା ଗୁଡ଼ିକ ର ସ୍ଥାୟୀ ସମାଧାନ କିପରି ହୋଇ ପାରିବ ସେହି ବିଷୟରେ ଓ ଆଇନ ର ବିଭିନ୍ନ ଦିଗ କୁ ନେଇ ଆଲୋଚନା କରଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସିଡି ପିଓ ସୁଷମା ପ୍ରସାଦ ଜି:ପି:ଓ ଦିବାକର ରାଓ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବ୍ଲକ ର ବିଭିନ୍ନ ଅଙ୍ଗନା ୱାଡ଼ି କର୍ମୀ ଓ ଅଧିକାରୀ ସାମିଲ ହୋଇ ବିଭିନ୍ନ ଆଇନ ଉପରେ ସଚେତନ ହୋଇଥିଲେ । ଏହି କାର୍ଯ୍ୟକ୍ରମ କୁ ଓକିଲ ସଂଘ ର ଉପ ସଭାପତି ରମେଶ ଚନ୍ଦ୍ର ଲିମା ପରିଚାଳନା କରିଥିବା ବେଳେ ଶେଷ ରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Spread the love