ପଦ୍ମପୁର (ପ୍ରତିଫଳନ ମିଡ଼ିଆ )
ଗାଈ ଚରୁଥିଲା ଚଡକ ପଡ଼ିଗଲା | ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ମାଳତିପୁର ମୁଖ୍ୟ କେନାଲ ନିକଟରେ ଖସିଲା ବଜ୍ରାଘାତ | ବଜ୍ରାଘାତରେ ଗୋଟିଏ ଗାଈ ମୃତ ହୋଇଛି। ଗାଈ ଚରାଳି ମହିଳା ଗୁରୁତର ହୋଇପଡିଛନ୍ତି | ଆହତ ଗାଈ ଚରାଳି ହେଲେ ଜାତିଲି ଗାଁର ସୁମିତ୍ରା ଗୌଡ | ବୟସ ପ୍ରାୟ 40 ବର୍ଷ ହେବ ବୋଲି ଜଣାପଡିଛି | ଆହତ ସୁମିତ୍ରାକୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଯାଇଥିବା ଜଣାପଡ଼ିଛି |

ରାୟଗଡ଼ା ଜିଲ୍ଲା ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଗାଈ ଚରାଉଥିବା ସମୟରେ ଗୋରୁ ଗୋଠ ଉପରେ ବଜ୍ରପାତ ପଡ଼ି ଗୋମାତା ମରୁଛନ୍ତି ।ଗାଈ ଚରାଲି ବି ମରୁଛନ୍ତି ଚିନ୍ତାର କାରଣ ପାଲଟିଛି ।

