କୋରାପୁଟ (ପ୍ରତିଫଳନ ମିଡ଼ିଆ)
କୋରାପୁଟ ପୋଲିସକୁ ମିଳିଛି ବଡ ସଫଳତା । ଦୁର୍ଦ୍ଧାନ୍ତ ମାଓବାଦୀ କୁଞ୍ଜମ ହିଡିମା ଏଲିୟସ ମୋହନକୁ ଗିରଫ କରିଛି।ବୈପାରିଗୁଡ଼ା ଥାନା ପେଟାଗୁଡ଼ା ଜଙ୍ଗଲରୁ ଗିରଫ ହୋଇଛି ।ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଉସୁରୁ ଥାନା ଜାନାଗୁଡ଼ା ଗ୍ରାମର ବୋଲି ସୂଚନା ଦେଇଛନ୍ତି କୋରାପୁଟ ଏସପି ରୋହିତ ବର୍ମା। ତାକୁ ଧରିବା ପାଇଁ ୪ଲକ୍ଷ ଟଙ୍କା ପୁରସ୍କାର ରହିଥିଲା । ଛତିଶ ଗଡ ସରକାର ୮ଲକ୍ଷ ପୁରସ୍କାର ରଖିଥିବା ପୋଲିସ କହିଛି । ସେ ଛତିଶ ଗଡ ଓ ଓଡ଼ିଶାରେ ମାଓ ହିଂସା କାଣ୍ଡରେ ଜଡ଼ିତ ଥିଲା ।

କୋରାପୁଟ ଜିଲ୍ଲାର ୪ଟି ଓ ମାଲକାନଗିରି ଜିଲ୍ଲାର ୩ଟି ବଡ ମାଓ ହିଂସା କାଣ୍ଡରେ ଜଡ଼ିତ। ୨୦୦୭ ମସିହାରେ ମାତ୍ର ୧୪ ବର୍ଷ ବୟସରେ ମାଓ ସଙ୍ଗଠନ ରେ ସାମିଲ ହୋଇଥିଲା । ଆନ୍ଧ୍ର ଓଡ଼ିଶା ବୋର୍ଡର ଜୋନାଲ କମିଟିର ସଦସ୍ୟ । ତା ନିକଟରୁ ଏକ ୪୭ ବନ୍ଧୁକ,୩୫ ରାଉଣ୍ଡ ଜୀବନ୍ତ ଗୁଳି,ଗୋଟାଏ ମାଗାଜିନ୍, ୨୭ଟି ଡିଟୋନେଟର ୯୦ ଗୋଟି ତାର ବିହୀନ ଡିଟୋନେଟର, ଗନ ପାଉଡର ୨କିଲୋ, ୨ଟି ଷ୍ଟିଲ ଟିଫିନ୍ ବାକ୍ସ ,୨ଟି ରେଡ଼ିଓ , ୨ ଟି ଇୟର ଫୋନ୍, ଗୋଟାଏ ୱାକିଟକି ,୨ଟି ଛୁରୀ, ୪ଟି ଟର୍ଚ୍ଚ ଲାଇଟ ମାଓ ପୁସ୍ତକ, ମେଡିସିନ ,ପୋଷାକ ଆଦି ମାଓ ସାମଗ୍ରୀ ଜବତ କରିଛି ପୋଲିସ । ଓଡ଼ିଶା ଓ ଛତିଶ ଗଡ ରଜ୍ୟରେ ମାଓ ଦମନ ଅପରେସନ କୁ ଜୋରଦାର କରାଯାଇଛି । ଏଣୁ ମାଓବାଦୀ ଙ୍କୁ ଆତ୍ମଗୋପନ କରିବାକୁ କଷ୍ଟକର ହୋଇ ପଡ଼ିଛି ।

ପୋଲିସର ଗୁଇନ୍ଦା ବିଭାଗ ଶକ୍ତିଶାଳୀ ହୋଇପଡିଛି ।ଫଳରେ ମାଓବାଦୀ ମାନେ ଚଳ ପ୍ରଚଳ ହେଲେ ପୋଲିସ ବାହିନୀ କୁ ତୁରନ୍ତ ସୂଚନା ମିଳୁଛି । ମାଓବାଦୀଙ୍କୁ ଧରିବାରେ ସଫଳ ହେଉଛି ପୋଲିସ ।
