ରାୟଗଡା ( ପ୍ରତିଫଳନ ମିଡିଆ)
ରାୟଗଡ଼ା ସହରରେ ଚୋରଙ୍କ ପ୍ରାଦୁର୍ଭାବ ବଡି ଚାଲିଛି । ଘରେ ତାଲା ପକାଇ ଯାଉଛନ୍ତି କି ? ଯିବା ପୂର୍ବରୁ ସାବଧାନ ରୁହନ୍ତୁ । ତାଲା ପଡ଼ିଥିବା ଘରକୁ ଟାର୍ଗେଟ କରୁଛନ୍ତି ଚୋର । ଘରେ ଥିବା ମୂଲ୍ୟବାନ ଶୁଣ,ରୂପ,ନଗଦ ଟଙ୍କା ତକ ଚୋରି କରି ନେଇଯିବେ ଚୋର ।
ଘର ମାଲିକ ସାବଧାନ ରୁହନ୍ତୁ ! ରାୟଗଡ଼ା ରେ ମାତିଛନ୍ତି ଚୋର
ରାୟଗଡ଼ା ସହରର ନିୟୁ କଲୋନୀରେ ରହୁଥିବା ହୋଟେଲ କୈଳାଶର ମାଲିକ ସୁବ୍ରତ ପତିଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଧରଣରେ ଚୋରି ହୋଇଛି | ସେ ଓ ତାଙ୍କ ମା ନିଶାମଣି ଙ୍କ ସହ ଆଗ ଘରେ ରହୁଥିଲେ । ପଛ ପଟ ତାଲା ପଡି ଥିବା ଘରେ ଚୋରି କରିଛନ୍ତି ଦୁର୍ବୁତ୍ତ | ପଛ ଘର ମୁଖ୍ୟ କବାଟରେ ଥିବା ଗେଡା କାଟି ପଶିଛନ୍ତି ଦୁର୍ବୁତ୍ତ | ଭିତରେ ଥିବା ଦୁଇଟି ଆଲମିରା ଭାଙ୍ଗି ନଗଦ ୧୦ଲକ୍ଷ ଟଙ୍କା, ପ୍ରାୟ ୨୦ ଭରି ସୁନା ଗହଣା ଏବଂ ୧କେଜିରୁ ଉର୍ଦ୍ଧ ରୁପା ସାମଗ୍ରୀ ଚୋରି କରି ନେଇ ଯାଇଛନ୍ତି ଦୁର୍ବୁତ୍ତ | ସକାଳୁ ପଛ ଘରକୁ ଯିବା ସମୟରେ ଘର କବାଟ ଖୋଲା ଥିବା ଦେଖିବାକୁ ପାଇଥିଲେ ସୁବ୍ରତ ଓ ତାଙ୍କ ମା | ଅନ୍ୟ ଜାଗାରେ ଘର କାମ ଚାଲି ଥିବାରୁ ଘର ମାଲିକ ସୁବ୍ରତ ନଗଦ ଟଙ୍କା ଘର ରଖିଥିଲେ | ସବୁତକ ଟଙ୍କା ଚୋରୀ ହୋଇଯାଇଥିବା ଅଭିଯୋଗ କରିଛନ୍ତି ।

ଏ ନେଇ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ରାୟଗଡା ଏସଡିପିଓ ଗୌରହରି ସାହୁ, ଆଇଆଇସି କେକେବିକେ କହଁରଙ୍କ ସମେତ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି | ଦୁର୍ବୁତ୍ତମାନେ ଘର ପଛପଟରୁ ଆସିଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରିଥିବା ବେଳେ ଘର ଲାଗିଥିବା ସିସିଟିଭି ଫୁଟେଜରେ ଦୁର୍ବୁତ୍ତମାନଙ୍କ କିଛି ଦୃଶ୍ୟ କଏଦ ହୋଇଥିବା ଜଣାପଡିଛି | ସେହି ଫୁଟେଜକୁ ନେଇ ତଦନ୍ତ କରୁଛି ପୋଲିସ ।