ରାୟଗଡା ଜିଲ୍ଲାରେ ମେଟ୍ରିକ୍ ଫଳାଫଳ ୯୭.୩୩ % , ଏଥର ଝିଅଙ୍କୁ ପଛରେ ପକାଇଲେ ପୁଅ

କୋରାପୁଟ ଜିଲ୍ଲା ରାଜ୍ୟରେ ସର୍ବନିମ୍ନ ପରୀକ୍ଷା ଫଳ , କୋରାପୁଟରେ ୯୨.୮୩ ପ୍ରତିଶତ

ରାୟଗଡା (ପ୍ରତିଫଳନ ମିଡିଆ)

ବାହାରିଲା ମେଟ୍ରିକ୍ ପରୀକ୍ଷା ଫଳ । ରାଜ୍ୟର ପରୀକ୍ଷା ଫଳ ୯୪.୯୩ ପ୍ରତିଶତ ଥିବା ବେଳେ ଏଥର ରାୟଗଡାରେ ପରୀକ୍ଷା ଫଳ ହୋଇଛି  ୯୭.୩୩ ପ୍ରତିଶତ । ମାତ୍ର ୨୬୯ ପିଲା ଫେଲ ହୋଇଛନ୍ତି । ଜିଲ୍ଳାର ସର୍ବମୋଟ ୨୦୯ ଟି ବିଦ୍ୟାଳୟର  ୧୦୨୯୪ଟି ଛାତ୍ରଛାତ୍ରୀ  ପରୀକ୍ଷା ପାଇଁ ଫାର୍ମ ଦାଖଲ କରିଥିଲେ। ପରୀକ୍ଷାରେ ୧୯୩ ଜଣ ଅନୁପସ୍ଥିତ ଥିଲେ । ଚଳିତ ବର୍ଷ ଜିଲ୍ଲାରେ ଝିଅ ଅପେକ୍ଷା ପୁଅ ବାଜିମାତ୍ କରିଛନ୍ତି।  A ୧ ରେ ୩ ଜଣ, A୨ ରେ ୮୦ ଜଣ, B୧ ରେ ୪୨୩ ଜଣ, B୨ ରେ ୨୭୮୬, ସର୍ବାଧିକ ପରୀକ୍ଷାର୍ଥୀ C ଗ୍ରେଡରେ ପାସ କରିଛନ୍ତି । ମୋଟ ୪୨୭୬ C ଗ୍ରେଡ ରେ ଏଵଂ E ଗ୍ରେଡରେ ୧୨୬୯ ଜଣ ଏହିପରି ମୋଟ ୯୮୩୧ କୃତକାର୍ଯ୍ୟ ହୋଇଛନ୍ତି। ସେଥିରେ ଛାତ୍ର ଅଛନ୍ତି ୪୯୭୩ ଏବଂ ଛାତ୍ରୀ ଅଛନ୍ତି ୪୮୫୮ । ଜିଲ୍ଲାର କୌଣସି ବିଦ୍ୟାଳୟରେ ଶୂନ୍ୟ ଫଳାଫଳ ହୋଇନି । ଜିଲ୍ଲାରେ ଅପୂର୍ବ ସଫଳତା ପାଇଁ ଜିଲ୍ଲାପାଳ ପାରୁଲ ପଟୱାରି, ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ, ଜିଲ୍ଲା ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ନାହାକ ଓ କଲ୍ୟାଣ ବିଭାଗ ସିଆଇ ଶ୍ୟାମଘନ ଭୂୟାଁ କୃତି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତେବେ A୧, A୨ ଏବଂ A୩ ଗ୍ରେଡରେ କୃତକାର୍ଯ୍ୟ ହାର ବେଶ ନିରୁତ୍ସାଜନକ ରହିଛି । ଅପରପକ୍ଷେ କୋରାପୁଟ ଜିଲ୍ଲାର ପରୀକ୍ଷା ଫଳ ରାଜ୍ୟରେ ସର୍ବନିମ୍ନ ମାତ୍ର ୯୨.୮୩ ପ୍ରତିଶତ ରହିଛି। ମୋଟ ୨୭୪ ବିଦ୍ୟାଳୟର ୧୬୦୬୧ ପରୀକ୍ଷାର୍ଥୀ ଫର୍ମ ଦାଖଲ କରିଥିଲେ। ୧୮୫ ଜଣ ପରୀକ୍ଷା ଦେଇ ନାହାଁନ୍ତି । ଚଳିତ ବର୍ଷ ୭୪୧୬ ଜଣ ପୁଅ ଓ ୭୩୨୨ ଜଣ ଝିଅ ଏହିପରି ମୋଟ ୧୪୭୩୮ ଜଣ ପାସ ହୋଇଛନ୍ତି । ଜିଲ୍ଲାର ପରୀକ୍ଷା ଫଳ କାହିଁକି ଏଭଳି ଅଧୋଗତି ଘଟିଲା ତାର ଉପଯୁକ୍ତ ସମୀକ୍ଷା କରାଯିବ ବୋଲି ଜିଲ୍ଳାପାଳ ଭି କୀର୍ତ୍ତି ଭାସନ୍ କହିଛନ୍ତି।

Spread the love