ପୋଷା ମାଙ୍କଡ଼ କରୁଛି ନାକେଦମ, ଆକ୍ରମଣରେ ଜଣେ ବାଳକ ଗୁରୁତର, ବନ ବିଭାଗ ନିରବ

ଗୁଣୁପୁର (ପ୍ରତିଫଳନ ମିଡ଼ିଆ )

ପିଲା ଦେଖିଲେ ଖେଦି ବୁଲୁଛି ମାଙ୍କଡ଼। ଖପ କରି ଝାମ୍ପି ପଡୁଛି। ଭୟରେ ଦୌଡୁଛନ୍ତି ପିଲାଏ। ପରିସ୍ଥିତି ଏମିତି ହେଲାଣି ଘରୁ ବାହାରକୁ ବାହାରିବାକୁ ଡରୁଛନ୍ତି ପିଲାମାନେ। ଖରାଛୁଟି ପାଇଁ ଗାଁରେ ମସ୍ତି ମୁଡ଼ରେ ଥିବା ପିଲାଙ୍କୁ ଟାର୍ଗେଟ କରୁଛି ମାଙ୍କଡ଼। ପୋଷା ମାଙ୍କଡ଼ର ଉତ୍ପାତରେ ଥରହର ଗାଁ। ନିକଟରେ ମାଙ୍କଡ଼ ଆକ୍ରମଣରେ ରାୟଗଡା ଜିଲ୍ଲା ଜଲତାର ପଞ୍ଚାୟତର ଜଣେ ନାବାଳକ ଆହତ ହୋଇଛନ୍ତି | ଆହତ ନାବାଳକ ଜଣଙ୍କ ହେଲେ ଜଲତାର କୁଡିଆ ଗାଁର ଅମିୟ ଶବର। ବୟସ 11 ବର୍ଷ ବୋଲି ଜଣାପଡ଼ଛି | ସ୍କୁଲ ଛୁଟି ଥିବା ଯୋଗୁ ଅମିୟ କିଛି ଦିନ ପାଇଁ ଜଲତାର କଲୋନୀ କୁ ତାର ଅଜା ଘରକୁ ଯାଇଥିଲେ | ସେଠାରେ ମାଙ୍କଡ଼ ଆକ୍ରମଣର ଶିକାର ହୋଇଥିଲେ ସେ | କଲୋନୀ ସାହିର ପଦ୍ମ ଚରଣ ଶବର କିଛି ଦିନ ହେବ ମାଙ୍କଡ଼ ଆଣି ଘରେ ରଖିଛନ୍ତି | ସେହି ମାଙ୍କଡ଼କୁ ଶିକୁଳିରୁ ମୁକ୍ତ କଲେ ଗାଁ ରେ ଉତ୍ପାତ କରୁଛି। ସାହି ର ଶିଶୁ ମାନଙ୍କୁ ଦେଖିଲେ ଉପର କୁ ଝାମ୍ପି ପଡୁଥିବା ନେଇ ଅଭିଯୋଗ ହୋଇଛି | ସେହି ମାଙ୍କଡ଼ କୁ ଜଙ୍ଗଲ ରେ ଛାଡିବା ପାଇଁ ଲୋକ ଦାବି କରିଛନ୍ତି | କିଭଳି ଜଣେ ବ୍ୟକ୍ତି ମୁକ୍ତ ଭାବେ ବୁଲୁଥିବା ଜଙ୍ଗଲୀ ପ୍ରାଣୀକୁ ବାନ୍ଧି ଘରେ ରଖିଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବନ ବିଭାଗ ଏତେ ଦିନ ଧରି କରୁଛି କଣ। ଜଣେ ବାଳକ ଗୁରୁତର ପରେ କଣ ପଦକ୍ଷେପ ନେବ ବନ ବିଭାଗ। ମାଙ୍କଡ଼କୁ ମୁକ୍ତ କରି ଦୂର ସ୍ଥାନକୁ ନ ଛାଡିଲେ ଅଭ୍ୟାସବଶତ ପୁଣି ଗାଁରେ ରହି ଉତ୍ପାତ କରିବ। ଏବେ ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏପଟେ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ |

Spread the love