ମୋନ୍ଥାକୁ ନେଇ ହାଇ ଏଲର୍ଟ ଗଞ୍ଜାମ ପ୍ରଶାସନ, ଜିଲ୍ଲାପାଳ ବୁଲି ବୁଲି ନିଜେ କରୁଛନ୍ତି ସମୀକ୍ଷା, ଆନ୍ଧ୍ରର 28 ଟ୍ରଲରକୁ ସୁରକ୍ଷା ଦେଲେ ଜିଲ୍ଲାପାଳ

625ଜଣଙ୍କୁ ଆଶ୍ରୟସ୍ଥଳୀଙ୍କୁ ସ୍ଥାନାନ୍ତରିତ, 1212 ଗର୍ଭବତୀ ମହିଳାଙ୍କୁ କରାଗଲା ମେଡ଼ିକାଲରେ ଭର୍ତ୍ତି

ବ୍ରହ୍ମପୁର (ପ୍ରତିଫଳନ ମିଡ଼ିଆ )

ମୋନ୍ଥାକୁ ନେଇ ଗଞ୍ଜାମ ପ୍ରଶାସନ ହାଇ ଏଲର୍ଟରେ।ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କାର୍ଯ୍ୟାଳୟରେ ନବସି କ୍ଷେତ୍ର ସ୍ଥଳରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ବାରମ୍ବାର ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି। ବୁଲି ବୁଲି ଦେଖୁଛନ୍ତି ପ୍ରସ୍ତୁତି। ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ। ମେଡିକାଲ ରେ ରହିବ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ। ରୋଗୀ ଯେମିତି ଉପଯୁକ୍ତ ଚିକିତ୍ସା ରୁ ବଂଚିତ ନହେବ ସେଥିପ୍ରତି ଦିଆ ଯାଇଛି ଗୁରୁତ୍ୱ। ସବୁ ବିଭାଗକୁ ଏଲର୍ଟ ରହିବାକୁ ଦିଆ ଯାଇଛି ନିର୍ଦେଶ। ବର୍ଷା ସମୟରେ ଯେମିତି ପାଣି ସଙ୍ଗେ ସଙ୍ଗେ ନିଷ୍କାସନ ହେବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ଯାଇଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ତଳିଆ ଅଞ୍ଚଳରୁ ଲୋକଙ୍କୁ ପକ୍କା ସ୍ଥାନକୁ ସ୍ଥାନାନ୍ତରିତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ସନ୍ଧ୍ୟା ସୁଦ୍ଧା ସମସ୍ଥଙ୍କୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରିତ ପାଇଁ ନିର୍ଦେଶ ଦିଆ ଯାଇଥିବା କହିଲେ ଜିଲ୍ଲାପାଳ। ତାପରେ ସେ ଗୋପାଳପୁରରେ ବାତ୍ୟା ଆଶ୍ରୟସ୍ଥଳୀ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। କଣ ସବୁ ସୁବ୍ୟବସ୍ଥା କରା ଯାଇଛି କରିଥିଲେ ଅନୁଧ୍ୟାନ। ଜେନେରେଟର ସହ ଅନ୍ୟାନ୍ୟ ସରଞ୍ଜାମ ମହଜୁଦ ରଖିବାକୁ ଦେଲେ ନିର୍ଦେଶ ଦେଇଥିଲେ।ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ ନବର ମଧ୍ୟ ଜାରି କରାଯାଇଛି।ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ ସମେତ ଜିଲ୍ଲର ସବୁ ବ୍ଲକ ଏବଂ ପୌରାଞ୍ଚଳ ପାଇଁ ଜାରୀ ହେଲା ହେଲ୍ପ ଲାଇନ ନମ୍ବର। ଜିଲ୍ଲା ଜରୁରୀ କାଳୀନ ନିୟନ୍ତ୍ରଣ କେନ୍ଦ୍ର ର ହେଲ୍ପ ଲାଇନ ନମ୍ବର 06811 263978 ଏବଂ ଟୋଲ ଫ୍ରି ନମ୍ବର 1077କୁ ଯୋଗାଯୋଗ କରିବାକୁ ନିବେଦନ କରାଯାଇଛି। ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ ପାଇଁ 9437268611 ନମ୍ବର ଜାରୀ ହୋଇଛି। ସେପଟେ ସମ୍ଭାବ୍ୟ ବାତ୍ୟା ମୋନ୍ଥାର ପ୍ରଭାବ ଶୁନ୍ୟ ରହିଛି ଗୋପାଳପୁରରେ। ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଜଣା ପଡିଛି। ବେଳାଭୂମିରେ ପୁଲିସର ପେଟ୍ରୋଲିଙ୍ଗ ସତ୍ୱେ ମାନିବାକୁ ନାରାଜ ପର୍ଯ୍ୟଟକ।

ଏପଟେ ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ଆନ୍ଧ୍ର ପ୍ରଦେଶର 28 ଟି ଟ୍ରଲର ଫସି ରହିଛି। ମାଛ ଧରିବାକୁ ଆସି ସମୁଦ୍ରର ପ୍ରବଳ ଜୁଆରରେ ଯାଇନପାରି ସମୁଦ୍ର ଭିତରେ ଫସି ରହିଛନ୍ତି। ସେମାନଙ୍କ ପାଇଁ ଗୋପାଳପୁର ବନ୍ଦର ନିକଟରେ ସୁରକ୍ଷିତ ଭାବେ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଙ୍ଗରର ବ୍ୟବସ୍ଥା କରା ଯାଇଛି। ଗଞ୍ଜାମ ଜିଲ୍ଲା ରେ 4 ଟା ସୁଦ୍ଧା 625 ଜଣକୁ ଆଶ୍ରୟସ୍ଥଳି କୁ ସ୍ଥାନନ୍ତରିତ କରା ଯାଇଛି ବୋଲି ସୂଚନା ମିଳିଛି।1212 ଗର୍ଭବତୀ ମହିଳା ଙ୍କୁ ମେଡିକାଲ ସ୍ଥାନାନ୍ତରିତ କରା ଯାଇଥିବା ଜଣା ପଡିଛି।

ସନ୍ଧ୍ୟାରେ ସମୁଦ୍ରରେ ଉଚ୍ଚ ଲହଡି ଓ ଜୋରରେ ପଵନ ବୋହୁଛି। ଝିପି ଝିପି ବର୍ଷା ଆରମ୍ଭ ହୋଇଛି। ପ୍ରଶାସନ କଡା ନଜର ରଖିଛି। ବାତ୍ୟା ଯଦିଓ ଆନ୍ଧ୍ର ମୁହାଁ ରହିଛି। କିନ୍ତୁ ଗତିପଥ ବଦଳେଇଲେ ଗଞ୍ଜାମ ଜିଲ୍ଲା ଓ ଗଜପତି ଜିଲ୍ଲା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ସମସ୍ତ ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

Spread the love