ପ୍ରତିଫଳନ ମିଡ଼ିଆ
ରାଜ୍ୟରେ ମାଓ ମୂଳପୋଛ ଅପରେସନକୁ ତୀବ୍ର କରାଯାଇଛି । ମାଓବାଦୀ ମାନେ ଆତ୍ମଗୋପନ କରିବାକୁ ମିଳୁନାହିଁ ସୁରକ୍ଷିତ ସ୍ଥାନ ।ସାମାନ୍ୟ ବ୍ୟତିକ୍ରମ ହେଲେ ପୋଲିସ କୁ ମିଳୁଛି ସୂଚନା। ମାଓ ଶିବିର ଉପରେ ଅବିଳମ୍ବେ ଚଢ଼ାଉ କରୁଛି ପୋଲିସ।ପୋଲିସର ଏନକାଉଣ୍ଟ ରେ ମରୁଛନ୍ତି ମାଓବାଦୀ । ପୂର୍ବ ଭଳି ଏବେ ଲୋକଙ୍କ ସମର୍ଥନ ସହଯୋଗ ମିଳୁ ନାହିଁ । ଏଣୁ ମାଓବାଦୀ ଙ୍କ ଜୀବନ ବିପଦପୂର୍ଣ୍ଣ ହୋଇପଡିଛି । ଏଣୁ ମାଓବାଦୀ ମାନେ ସମୟ ସୁଯୋଗ ଦେଖି ମାନେ ଆତ୍ମ ସମର୍ପଣ କରି ଜୀବନ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି।ରାୟଗଡା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି ହାଡକୋର ମାଓବାଦୀ ଵିଜୟ ପୁନେମ ଏଲିଆସ୍ ଅଜୟ ।ବିଜୟର ଘର ଛତିଶଗଡ଼ ରାଜ୍ୟ ବାଟିଗୁଡା ଗ୍ରାମର ବୋଲି ଜଣାପଡିଥିବା ବେଳେ ସେ ଦୀର୍ଘ ବର୍ଷ ହେବ ବାସଧରା-ଘୁମୂସର-ନାଗାବଳୀ ଡିଭିଜନର କେଡର ମାଓବାଦୀ ଭାବେ କାର୍ଯ୍ଯ କରୁଥିଲେ।

ମାଓବାଦୀ ବିଜୟ 2009 ମସିହାରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲା। ଟ୍ରେନିଂ ଶେଷ ହେବା ପରେ ତାକୁ 2014 ମସିହାରେ ନକ୍ସଲ ସଂଗଠନର ଏସିଏମ୍ ଦାୟିତ୍ୱ ମିଳିଥିଲା। ଏବଂ 2024 ମସିହାରେ ତାକୁ ବାଶଧରା-ଘୁମୁସର-ନାଗାବଳୀ ଡିଭିଜନର କ୍ଯଡେର୍ ଦାୟିତ୍ୱ ମିଳିଥିଲା। ବିଜୟ ଛତିଶଗଡ଼, ମାଲକାନଗିରି, କୋରାପୁଟ, ନୂଆପଡା, କଳାହାଣ୍ଡି, ବୌଦ, କନ୍ଧମାଳ ଓ ରାୟଗଡାରେ ଘଟିଥିବା ବିଭିନ୍ନ ନକ୍ସଲ ହିଂସା ରେ ଜଡିତ ଥିବା ରାୟଗଡା ଏସପି ସ୍ଵାତୀ ଏସ୍ ସୂଚନା ଦେଇଛନ୍ତି। ତା ଉପରେ 4 ଲକ୍ଷ ଟଙ୍କାର ପୁରସ୍କାର ଥିଲା। ତାଠାରୁ ଗୋଟିଏ ୯ଏମଏମ୍ ପିସ୍ତଲ,8ରାଉଣ୍ଡ ଅଭୁଟା ଗୁଳି ଗୁଳି,ୱକିଟକି ଓ ଘଣ୍ଟା ସହ ଆତ୍ମ ସମର୍ପଣ କରିଛି । ତେବେ ଆଜି ସେ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ସରକାର ଙ୍କ ନକ୍ସଲ ଥଇଥାନ ନୀତି ଅନୁଯାୟୀ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଏସପି ସ୍ବିଥୀ ଏସ୍ କୁମାର ଙ୍କ ସୂଚନା। ଅନ୍ଯପଟେ ନକ୍ସଲ ସଂଗଠନ ଉପରେ ବିମୁଖ ହୋଇ ସେ ଆତ୍ମସମର୍ପଣ କରିଥିବା ବେଳେ ଆଗକୁ ନିଜ ସ୍ତ୍ରୀ ଓ ଅନେକ ସାଥୀ ଆତ୍ମସମର୍ପଣ କରିବେ ବୋଲି ମାଓବାଦୀ ବିଜୟ ସୂଚନା ଦେଇଛନ୍ତି ବୋଲି ରାୟଗଡ଼ା ଏସପି ସୂଚନା ଦେଇଛନ୍ତି ।