ରାୟଗଡ ଓାକର୍ସ କ୍ଲବର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବେ ବ୍ରଜ ସୁନ୍ଦର ନାୟକ ନିର୍ବାଚିତ ହୋଇଛନ୍ତି। 2ଜଣ ଉପ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ ପ୍ରଭାକର ଦୋରା ଓ ଜଳନ୍ଧର ପୁଷିକା।ସମ୍ପାଦକ ଭାବେ ମନ୍ମଥ ତୁଳ, ସହ ସମ୍ପାଦକ- ବିଶ୍ଵ ନାଥ ସାହୁ, କୋଷାଧକ୍ଷ- ଗୋପାଳ ଜୈନ୍ ନିର୍ବାଚିତ ହୋଇଛନ୍ତି। ଲୋକ ସମ୍ପର୍କ ଅଧିକାରୀ ଭାବେ ଡାଲିରାଜୁ ଏବଂ ତ୍ରିପତି ପଣ୍ଡା, ଜଲି ଓାକର- ରାଜ କିଶୋର ସାହୁ ଏବଂ ଦାଶରଥି ଶବର ପ୍ରମୁଖ ସର୍ବସମ୍ନତି କ୍ରମେ ୨୦୨୫ ଓ ୨୦୨୬ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି।
ସହରର ବରିଷ୍ଠ ନାଗରିକ ସମେତ କ୍ଲବର ସଦସ୍ୟମାନେ ଶାରୀରିକ ବ୍ୟାୟାମ ଜରିଆରେ ସମସ୍ତେ କିଭଳି ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ୍ ରହିବେ ସେଥି ପ୍ରତି ଧ୍ୟାନ ଦିଆଯାଉଛି। ସୁସ୍ଥ ସ୍ବାସ୍ଥ୍ୟ ପାଇଁ ପ୍ରତ୍ୟେକ ବ୍ୟକ୍ତି କିଛି ସମୟ ଚାଲିବାର ଆବଶ୍ୟକତା ରହିଛି। ସେଥିପାଇଁ ସହର ର ଲୋକମାନେ ଅଧିକରୁ ଅଧିକ ଚାଲିବାରେ ସାମିଲ ହେବେ କ୍ଲବ ପକ୍ଷରୁ ଉଦ୍ୟମ କରାଯାଉଛି। ସେହିପରି ଶାରୀରିକ ସୁସ୍ଥ ରହିବା ସହ ମାନସିକ ସ୍ତରରେ କିଭଳି ଜଣେ ସୁସ୍ଥ ରହିପାରିବେ ସେଥିପାଇଁ ସ୍ବାସ୍ଥ୍ୟ ଶିବିର, ଯୋଗ ଶିବିର, ପ୍ରବଚନ ଶିବିର ମାନ ଆୟୋଜନ କରାଯାଉଛି। ଆଗାମୀ ଦିନରେ ଅଧିକ ସଚେତନତା କାର୍ଯ୍ୟକ୍ରମ କରିବାକୁ ଉଦ୍ୟମ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।

