ନୂଆ ଡିଆଇଜିଙ୍କ ନୂଆ ପ୍ଲାନ, ମାଓ ମୂଳପୋଛ,ପବ୍ଲିକ ଗ୍ରିଭିଏନସକୁ ଅଗ୍ରାଧିକାର ଦିଆଯିବ : ଡିଆଇଜି ଡ. କନୱର ଵିଶାଲ ସିଂ

କୋରାପୁଟ ପ୍ରତିଫଳନ ମିଡ଼ିଆ

ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଯୋଗ ଦେଲେ ଡାକ୍ତର କନୱାର ଵିଶାଲ ସିଂ। କୋରାପୁଟ ଡିଆଇଜି କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡଅଫ ଅନର ଦେଇ ସ୍ୱାଗତ କରିଥିଲେ କର୍ମଚାରୀ। ଦାୟିତ୍ଵ ଗ୍ରହଣ କରିବା ପରେ ପୋଲିସର ଶାସନ ବ୍ୟବସ୍ଥା ଭଲ ଚାଲିଛି ।ସାଧାରଣ ଲୋକଙ୍କ ମଧ୍ୟରେ ପୋଲିସ କିପରି ଅଧିକ ବିଶ୍ବାସ ଭାଜନ ହୋଇପାରିବ ସେଥିନେଇ ଉଦ୍ୟମ କରାଯିବ । ମାଓବାଦୀ କାର୍ଯ୍ୟକଳାପକୁ ମୂଳପୋଛ କରିବା ପାଇଁ ପ୍ରାଥମିକତା ରହିବ। ଥାନା ଗୁଡିକରେ ଅପରାଧିକ କାର୍ଯ୍ୟକଳାପ କମିବ ସେଥିନେଇ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅଧିକ ସଚେତନତା କରାଯିବ ବୋଲି କହିଛନ୍ତି । ଏବେ ନୂଆ ପ୍ଲାନ୍ ରେ ନୂଆ ଡିଆଇଜି କନୱର୍ ବିଶାଳ ସିଂହ ।

ପୂର୍ବ ରୁ କୋରାପୁଟ ଜ଼ିଲ୍ଲାରେ ଏସପି ଭାବେ କାର୍ଯ୍ୟ କରି ମାଓ ଦମନ ଓ ଗ୍ରୀନ କ୍ଲିନ୍ ଅପରେସନକୁ ପ୍ରଭାବୀ କରି ବେଆଇନ ଗଞ୍ଜେଇ ଚାଷ, ଗଞ୍ଜେଇ ଚୋରା ଚାଲାଣ କୁ ଧରିବାରେ ରେକର୍ଡ ସୃଷ୍ଟି କରିଥିଲେ । ଏବେ ଦକ୍ଷୀଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଦାୟିତ୍ବ ଗ୍ରହଣ କରି ଛନ୍ତି । ଦାୟିତ୍ବ ଗ୍ରହଣ କରିବା ପରେ ନୂଆ ଯୋଜନା ରଖିଛନ୍ତି ।
ପୋଲିସ ଶାସନ ବ୍ୟବସ୍ଥାରେ ଅଧିକ ସଂସ୍କାର ଅଣାଯିବ ବୋଲି କହିଛନ୍ତି ।ସେ କୋରାପୁଟ ଜ଼ିଲ୍ଲାରେ ଏସପି ଭାବେ କାମ କରିଥିଲେ।ନବରଙ୍ଗପୁର ଜିଲ୍ଲା ର ଏସପି ଭାବେ ଅତିରିକ୍ତ ଦାୟିତ୍ବରେ ରହି କାମ କରିଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲା ର ସ୍ଥିତି ଉପରେ ଗଭୀର ଅଭିଜ୍ଞତା ରହିଛି । ଆଗାମୀ ଦିନରେ ସାଧାରଣ ଲୋକଙ୍କ ପ୍ରତି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଥିବା କିଛି ପୋଲିସ ଅଧିକାରୀ ମାନେ ଏଣିକି ସଜାଗ ହୋଇ କାମ କରିବେ ବୋଲି ସାଧାରଣ ଲୋକେ ଆଶା ରଖିଛନ୍ତି । ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜର ଥିବା ୬ଟି ଜିଲ୍ଲାର ଏସପି ମାନ ଙ୍କ ସହିତ ଆଲୋଚନା କରାଯାଇ
ଅପରାଧିକ କାର୍ଯ୍ୟକଳାପକୁ ରୋକିବା ସକାଶେ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଆଇଜି ଡ:କନୱାର ଵିଶାଲ ସିଂ କହିଛନ୍ତି। ସାଧାରଣ ଲୋକଙ୍କ ଧନ ଓ ଜୀବନର ସୁରକ୍ଷା ପାଇଁ ପୋଲିସ ରହିଛନ୍ତି ।ଏଣୁ ପୋଲିସ ସାଧାରଣ ଜନତାଙ୍କ ବନ୍ଧୁ ଭାବେ କାମ କରିବା ଉଚିତ୍। ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ପୋଲିସ ର ମୁଖ୍ୟ କର୍ତ୍ତବ୍ୟ ହେବ। ପୋଲିସ ଓ ସାଧାରଣ ଜନତା ଙ୍କ ମଧ୍ୟରେ କିପରି ଉତ୍ତମ ସମ୍ପର୍କ ରହିବ ସେ ଦିଗରେ ଅଧିକ ଧ୍ୟାନ ଦିଆଯିବ ବୋଲି ଡିଆଇଜି କହିଛନ୍ତି।

Spread the love