ୟୁଏଆଇଏଲ୍‍ର ‘ନିରୋଗଶାଳା’ରେ ହେଉଛି ରୋଗୀ ଚିକିତ୍ସା

ରାୟଗଡା (ପ୍ରତିଫଳନ ମିଡ଼ିଆ )

ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍‍) ‘ନିରୋଗଶାଳା’ ପ୍ରଚଳନ କରିଛି । ଏହି ସିଏସ୍‍ଆର ପ୍ରୟାସ ଓଡ଼ିଶାର ରାୟଗଡା ଜିଲ୍ଲାର ଦୁର୍ଗମ ଗ୍ରାମଗୁଡିକରେ ଜନସାଧାରଣଙ୍କ ଦ୍ୱାରଦେଶରେ ସେମାନଙ୍କୁ ଉଭୟ ପ୍ରତିଷେଧକ ଏବଂ ଆରୋଗ୍ୟକାରୀ ସ୍ୱାସ୍ଥ୍ୟଯତ୍ନ ସେବା ଯୋଗାଇ ଦେଉଛି । ନିରୋଗଶାଳା ସ୍ୱାସ୍ଥ୍ୟଯତ୍ନ ପ୍ରକଳ୍ପ ନୀରବରେ ତୃଣମୂଳ ସ୍ତରରେ ଜୀବନଗୁଡିକରେ ରୂପାନ୍ତରଣ ଆଣିଛି । ଏହା କାଶୀପୁର ବ୍ଲକର ପାଇକକୁପଖାଲ, ଅଣ୍ଡିରାକଞ୍ଚ ଏବଂ ଗୋପିନାଥପୁର ଆଦି ଦୂର ଦୂରାନ୍ତ ଗ୍ରାମରେ ସ୍ୱାସ୍ଥ୍ୟ ଡିସ୍‍ପେନସାରୀ ସ୍ଥାପନ କରିଛି । ପ୍ରାୟ ୨୦,୦୦୦ ଗ୍ରାମବାସୀ ଏହି ସେବାର ସୁଯୋଗ ନେଉଛନ୍ତି
ରବି ମିଶ୍ର, ୟୁନିଟ ହେଡ, ୟୁଏଆଇଏଲ, କହିଛନ୍ତି, “ନିରୋଗଶାଳା ଏକ ଅତ୍ୟନ୍ତ ବାସ୍ତବ ଏବଂ ଜରୁରୀ ଆବଶ୍ୟକତାରୁ ସୃଷ୍ଟି ହୋଇଥିଲା । ଏହି ସମସ୍ତ ଦୁର୍ଗମ ସ୍ଥାନଗୁଡିକରେ ଚିକିତ୍ସାଗତ ଜରୁରୀ ସ୍ଥିତି ସୃଷ୍ଟିହେଲେ ବିନା ସହାୟତାରେ ମାଇଲ ମାଇଲ ଚାଲିଚାଲି ଯିବାକୁ ହୁଏ । ଆମେ ଏକ ସୁସଂଗଠିତ, ମାଗଣା ସ୍ୱାସ୍ଥ୍ୟଯତ୍ନ ସେବା ଜନସାଧାରଣଙ୍କ ଦ୍ୱାରଦେଶକୁ ଆଣି ସମୟୋଚିତ ସହାୟତା ଆଉ ଏକ ବିଳାସର ବିଷୟ ହୋଇ ରହିନାହିଁ- ବରଂ ଏକ ଅଧିକାର ବୋଲି ସୁନିଶ୍ଚିତ କରୁଛୁ । ସୁବିଧା ଅଭାବରୁ କୌଣସି ଜୀବନ ହାନି ଯେଭଳି ନହୁଏ ତାହା ସୁନିଶ୍ଚିତ କରିବାଆମର ଲକ୍ଷ୍ୟ ।”
ପ୍ରତ୍ୟେକ ନିରୋଗଶାଳାରେ ରୋଗ ନିରୂପଣକାରୀ ସମର୍ଥନ ବ୍ୟବସ୍ଥା ଏବଂ ଆମ୍ବୁଲାନ୍ସ ସୁବିଧା ସହିତ ଓପିଡି ସୁବିଧା ରହିଛି, ଏଠାରେ ମଧ୍ୟ ମୌଳିକ ଚିକିତ୍ସା ଭିତ୍ତିଭୂମି ରହିଛି । ଆଭ୍ୟନ୍ତରୀଣ ବ୍ୟବସ୍ଥାରେ ପୂର୍ଣ୍ଣକାଳୀନ ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟ ସହାୟକ ଏବଂ ପ୍ରତି ତିନିଦିନ ଅଦଳ ବଦଳ ଭିତ୍ତିରେ ଏମ୍‍ବିବିଏସ୍‍ ଡାକ୍ତରମାନଙ୍କର ଉପସ୍ଥିତି ଏହି ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ଯତ୍ନ ବ୍ୟବସ୍ଥାକୁ ଉକତ ଅଞ୍ଚଳର ଜନସାଧାରଣଙ୍କ ନିକଟରେ ଉପଲବ୍ଧ କରାଉଛି । ପ୍ରତ୍ୟେକ କେନ୍ଦ୍ର ମାସିକ ହାରାହାରି ୭୦୦-୮୦୦ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛି ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।
ୟୁଏଆଇଏଲ୍‍ର ସିଏସଆର ଟିମ୍‍ ଦ୍ୱାରା ମାସିକ ଭିତ୍ତିରେ ନିରୀକ୍ଷଣ ଏବଂ ସ୍ୱାଧୀନ ଭାବରେ ପରିଚାଳିତ ନିରୋଗଶାଳା ଏକ ଡିସ୍‍ପେନସାରୀ ଠାରୁ ଯଥେଷ୍ଟ ଅଧିକ ସେବା ଯୋଗାଉଛି ।ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଏବଂ ସମାଜ ପ୍ରତି ଅବଦାନ ରଖିବାର ନିରନ୍ତର ପ୍ରେରଣାରେ ପରିଚାଳିତ ହୋଇ ଆଦିତ୍ୟ ବିର୍ଲା ଗ୍ରୁପ୍‍ ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚୁଛି ଏବଂ ୧୨୮ଟି ଗ୍ରାମରେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ଗ୍ରୁପ୍‍ର ସିଏସଆର କାର୍ଯ୍ୟ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆଦିତ୍ୟ ବିର୍ଲା ସେଣ୍ଟର ଫର୍‍ କମ୍ୟୁନିଟି ଇନିସିଏଟିଭସ୍‍ ଆଣ୍ଡ ରୁରାଲ ଡେଭେଲପମେଣ୍ଟ ଅଧୀନରେ ପରିଚାଳିତ ହେଉଛି । ଗ୍ରୁପ୍‍ର ଦୂରଦୃଷ୍ଟି ହେଉଛି ଏହା ନିଜର ବ୍ୟବସାୟିକ କାର୍ଯ୍ୟ ପରିଚାଳନା କରୁଥିବା ଅଞ୍ଚଳର ଜନସମୁଦାୟଙ୍କର ସାମାଜିକ ଓ ଆର୍ଥିକ ବିକାଶ ପ୍ରତି ସକ୍ରିୟ ଅବଦାନ ରଖିବା । ଏହା ଦ୍ୱାରା ସମାଜର ଦୁର୍ବଳ ବର୍ଗଙ୍କ ନିମନ୍ତେ ଏକ ଉତ୍ତମ, ଦୀର୍ଘସ୍ଥାୟୀ ଜୀବନ ଧାରଣା ପନ୍ଥା ସୃଷ୍ଟି ସହିତ ରାଷ୍ଟ୍ରର ମାନବ ବିକାଶ ସୂଚକରେ ଉନ୍ନତି ଅଣାଯାଉଛି । ଗ୍ରୁପ୍‍ର ସିଏସଆର୍‍ ଦୂରଦୃଷ୍ଟି ଦରିଦ୍ର୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ସୁନିଶ୍ଚିତ କରିବାକୁ ୟୁଏନଏସ୍‍ଡିଜି ଲକ୍ଷ୍ୟସମୂହ ସହିତ ଏହା ମେଳ ଖାଉଛି ।

Spread the love