ଅଲେଖ ମହିମା ଆଶ୍ରମରେ ନବାନ୍ନ

ଗୁଣୁପୁର (ପ୍ରତିଫଳନ ମିଡ଼ିଆ )

ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅମ୍ବାବାଡ଼ି ଗାଁ ରେ ଅଲେଖ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି | ଶୁକ୍ଳ ଚତୁର୍ଥୀ ରେ ଏକାଠି ହୋଇଥିଲେ ଅଲେଖ ଧର୍ମାବଲମ୍ବୀ | ସନ୍ଧ୍ୟା ରେ ଶୂନ୍ୟ ବ୍ରହ୍ମ ଙ୍କୁ ପଣା ଓ ନବାନ୍ନ ଅର୍ପଣ କରାଯାଇ ଥିଲା | ପରେ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଅନୁଷ୍ଠିତ ଉତ୍ସବରେ ବହୁ ଅଲେଖ ଧର୍ମାବଲମ୍ବୀ ସାମିଲ ହୋଇ ଥିଲେ | ଆଜିକୁ 54 ବର୍ଷ ଧରି ଏଭଳି କାର୍ଯ୍ୟକ୍ରମ କରାଯାଉଥିବା କୁହାଯାଉଛି | ପ୍ରଥମେ ଯୋରନ୍ଦା ରେ ନବାନ୍ନ ଲାଗି କରାଯାଏ | ତାପରେ ପରେ ଏଠାରେ ନବାନ୍ନ ଲାଗି କରା ଯାଉଥିବା ଅଲେଖ ମହିମା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି |

Spread the love