କୋରାପୁଟ (ପ୍ରତିଫଳନ ମିଡ଼ିଆ )
ଆଦିବାସୀ ଅଞ୍ଚଳର ଲୋକଙ୍କୁ ମିଳିବ ଭଲ ଚିକିତ୍ସା । ଅବିଭକ୍ତ କୋରାପୁଟ ଜିଲ୍ଲାର ସ୍ବାସ୍ଥ୍ୟ ସେବାରେ ଅଧିକ ଉନ୍ନତ ଆସିବ । ଶଯ୍ୟା ପାଇଁ ରୋଗୀଙ୍କୁ ଅସୁବିଧା ହେବ ନାହିଁ । କୋରାପୁଟରେ 280 କୋଟି ଟଙ୍କା ବ୍ୟୟରେ 650 ଶଯ୍ୟା ବିଶିଷ୍ଟ ମେଡ଼ିକାଲ କଲେଜ୍ ହସପିଟାଲ କୋଠାର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଦିନିଆ କୋରାପୁଟ ଗସ୍ତର ଆଜି ଦ୍ବିତୀୟ ଦିନ। ଗତ କାଲି ଜୟପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ କୋରାପୁଟବାସୀଙ୍କୁ ବନ୍ଦେ ଭାରତ ଏକ୍ସପ୍ରେସ ମିଳିବ ବୋଲି ଘୋଷଣା କରିଥିଲେ। ଆଜି ମେଡିକାଲ କୋଠା ଉଦଘାଟନ ପରେ ସେ ବିଭିନ୍ନ ବିଭାଗର ୱାର୍ଡ ପରିଦର୍ଶନ କରିଥିଲେ । ଚିକିତ୍ସିତ ହେବା ପାଇଁ ଆସିଥିବା ରୋଗୀ ଓ ଚିକିତ୍ସକ ମାନଙ୍କ ସହ ଆଲୋଚନା କଲେ । ରୋଗୀଙ୍କୁ ଉତ୍ତମ ବ୍ୟବହାର କରି ଉତ୍ତମ ଚିକିତ୍ସା ଯୋଗାଇଦେଇ ଲୋକଙ୍କ ପ୍ରିୟ ଓ ବିଶ୍ବାସ ଭାଜନ ହେବାକୁ ପରାମର୍ଶ ଦେଇଥିଲେ । ସେହିଭଳି ରୋଗୀମାନଂକୁ ଠିକଣା ସମୟରେ ଚିକିତ୍ସା କରାଇ ସୁସ୍ଥ ସବଳ ରହିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ସକାଶେ ସ୍ବାସ୍ଥ୍ୟ ବିଭାଗକୁ ଦୃଢୀଭୂତ କରାଯାଉଛି। ଗରିବ ତଥା ସର୍ବସାଧାରଣଙ୍କ ଉତ୍ତମ ଚିକିତ୍ସା ଯୋଗାଇବା ସକାଶେ ସରକାରଙ୍କ ଅନେକ ଯୋଜନା ରହିଛି ତାର ସୁଫଳ ନେବାକୁ ରୋଗୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଆଗାମୀ ଦିନରେ 2 ଏକର ଜମିରେ କୋରାପୁଟ ରେ କ୍ୟାନ୍ସର ହସପିଟାଲ ନିର୍ମାଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ସିକିଲ ସେଲ ରୋଗର ଚିକିତ୍ସା ପାଇଁ ସ୍ବତନ୍ତ୍ର ସେଲ ରହିବ ଏବଂ ନବରଙ୍ଗପୂର୍ ଜିଲ୍ଲାରେ ମେଡ଼ିକାଲ କଲେଜ୍ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଛନ୍ତି। ମେଡ଼ିକାଲ କଲେଜ୍ ଗୁଡିକରେ ସିଟି ସ୍କାନ, ଏମ ଆର ଆଇ ମେସିନ ରହିବ । ପ୍ରତି ପଞ୍ଚାୟତରେ ଆରୋଗ୍ୟ ମନ୍ଦିର ଖୋଲାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ବିକଶିତ ଓଡ଼ିଶା, ସୁନ୍ଦର୍ ଓଡ଼ିଶା ଗଠନ ପାଇଁ ସମସ୍ତେ ସୁସ୍ଥ ରହିବା ଆବଶ୍ୟକ । ସମସ୍ତଙ୍କୁ ସୁସ୍ଥ ରହିବାକୁ ହେଲେ ସମସ୍ତଙ୍କ ନିକଟରେ ଉନ୍ନତ ସ୍ବାସ୍ଥ୍ୟ ସେବା ଉପଲବ୍ଧ ହେବାକୁ ହେବ । ଏଥିପାଇଁ ସରକାରଙ୍କ ପକ୍ଷରୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ସରକାର ଉଦ୍ୟମ କରୁଛନ୍ତି । ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ଅର୍ଥ ବଣ୍ଟନ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ ମୁକେଶ ମହଲିଂଗ, ମତ୍ସ ସଂପଦ ବିଭାଗ ମନ୍ତ୍ରୀ ଗୋକୁଳ ନନ୍ଦ ମଲ୍ଲିକ, କୋରାପୁଟ ବିଧାୟକ ରଗୁରମ୍ ମାଛ,କୋଟପାଡ ବିଧାୟକ ରୂପୁ ଭତ୍ରା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ପ୍ରମୁଖ ଉପସ୍ଥିତ ଥିଲେ।

