ପ୍ରତିଫଳନ ମିଡ଼ିଆ
ପୁନର୍ବାର ଅବସ୍ଥାପିତ ହେଲେ ବିଦ୍ୟୁଲତା ହୁଇକା। ଫେରିପାଇଲେ ନିଜ ପଦବୀ।ରାୟଗଡାର ସିଡ଼ବ୍ଲୁସି ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ପୂର୍ବତନ ଜିଲ୍ଲାପାଳଙ୍କ ପଦକ୍ଷେପ ତ୍ରୁଟି ପୂର୍ଣ୍ଣ ରହିଥିଲା ତାହା ଅଦାଲତ ଦ୍ୱାରା ପ୍ରମାଣିତ ହୋଇଛି। ବିଦୁଲତା ହୁଇକାଙ୍କୁ ତାଙ୍କର କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସିଡବ୍ଲୁସି ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିବାକୁ ହାଇକୋର୍ଟ ଆଦେଶ ଦେଇଛି ।
ଶିଶୁ ବିକ୍ରୟଘଟଣା ରିପୋର୍ଟକୁନେଇ ରାୟଗଡାର ପୂର୍ବତନ ଜ଼ିଲ୍ଲାପାଳ ପାରୁଲ ପଟାୱାରୀଙ୍କ ସହ ସିଡ଼ବ୍ଲୁସି ଅଧ୍ୟକ୍ଷା ମଧ୍ୟରେ ତୀବ୍ର ମତଭେଦ ସୃଷ୍ଟି ହୋଇଥିଲା। ମତଭେଦରୁ ଆକ୍ରୋଶର ଶିକାର ହୋଇଥିଲେ ବିଦୁଲତା ।
ରାୟଗଡା ଜ଼ିଲ୍ଲା ଜେକେପୁର ଠାରେ ଗତ ବର୍ଷ ଅର୍ଥାତ 2024 ମସିହା ନଭେମ୍ବର ୧୧ ତାରିଖରେ ଜଣେ ଦମ୍ପତି ୨୦ ହଜାର ଟଙ୍କାରେ ଆନ୍ଧ୍ର ପ୍ରଦେଶର ମାନ୍ଯମ ଜିଲ୍ଲାରେ ଏକ ଦମ୍ପତ୍ତିକୁ ୯ଦିନର ଶୁଶୁ କନ୍ୟାକୁ ବିକ୍ରୀ କରିଦେଇଥିଲେ ବୋଲି ସିଡ଼ବ୍ଲୁସି ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଥିଲା। ରିପୋର୍ଟକୁ ନେଇ ଜିଲ୍ଲା ପ୍ରଶାସନ ହରଡ଼ ଘଣାରେ ପଡିଯାଇଥିଲେ। ରିପୋର୍ଟକୁ ବଦଳାଇ ଶିଶୁ ବିକ୍ରୟ ହୋଇନଥିବା ନେଇ ମିଛ ରିପୋର୍ଟ ଦେବା ପାଇଁ ପୂର୍ବତନ ଜିଲ୍ଲା ପାଳ କୁଆଡେ ବାରମ୍ବାର ଶିଶୁ ମଙ୍ଗଳ କମିଟିକୁ ଚାପ ପକାଇଥିଲେ । ହେଲେ ନିଜ ଜିଦରେ ରହିଥିଲା ସିଡ଼ବ୍ଲୁସି। ଚାପକୁ ଖାତିର ନକରି କମିଟି ୨୦ ହଜାର ଟଙ୍କାରେ ଶିଶୁ ବିକ୍ରୀ ହୋଇଛି ବୋଲି ରାଜ୍ୟ ସରକାରଙ୍କୁ ଓ ରାୟଗଡା ବିଧାୟକଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଯାହା ଫଳରେ ପୂର୍ବତନ ଜିଲ୍ଲାପାଳ ପାରୁଲ ପଟାୱାରୀ ଏକସନ ମୁଡକୁ ଆସି ଯାଇଥିଲେ।ଶ୍ରୀମତୀ ହୁଇକାଙ୍କୁ ପଦବୀରୁ ହଟାଇବାକୁ ସରକାରଙ୍କୁ ସୁପାରିଶ କରିଥିଲେ। ଜିଲ୍ଲାପାଳଙ୍କ ସୁପାରିଶ ଆଧାରରେ ରାଜ୍ୟ ସରକାର ବିଦୁଲତାଙ୍କୁ ପଦବୀରୁ ହଟାଇଦେଇଥିଲେ। ସତ୍ୟ ତଥ୍ୟ ଦେଇ ଆକ୍ରୋଶର ଶିକାର ହୋଇ ନିଜ ପଦଵୀକୁ ହରେଇବାକୁ ପଡିଥିଲା। ପ୍ରଶାସସନର
ନିଷ୍ପତି ବିରୁଦ୍ଧରେ ହାଇକୋର୍ଟ ରେ ଆଶ୍ରୟ ନେଇଥିଲେ ବିଦୁଲତା ହୁଇକା। ଡବ୍ଲ୍ୟୁପିସି ମାମଲା ୧୪୭୫୬/୨୦୨୫ ଅନୁସାରେ ଆଡଭୋକେଟ ଜେନେରାଲ କାର୍ଯ୍ଯାଳୟ ପକ୍ଷରୁ ନିର୍ଦ୍ଦେଶ କ୍ରମେ ଶ୍ରୀମତୀ ହୁଇକାଙ୍କୁ ପୁଣି ଥରେ ତାଙ୍କ ପଦରେ ଅବସ୍ଥାପିତ କରିବାକୁ ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏଥିନେଇ ବିଭାଗପକ୍ଷରୁ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷାଙ୍କୁ ଇମେଲ ମାଧ୍ୟମରେ କାର୍ଯ୍ୟରେ ଯୋଗ ଦେବାକୁ ଚିଠି ପଠାଯାଇଛି। ସରକାରଙ୍କ ଚିଠି ନମ୍ବର ୩୦୩୫୯ରେ ରାୟଗଡା ଜିଲ୍ଲାପାଳଙ୍କୁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି। ସିଡବ୍ଲୁସି ଅଧ୍ୟକ୍ଷା ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଶେଷରେ ନ୍ୟାୟ ମିଳିଲା ବୋଲି ଶ୍ରୀମତୀ ବିଦୁଲତା ହୁଇକା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ପ୍ରଶାସନିକ ଅଧିକାରୀ ଭାବେ କାହାରି ମିଥ୍ୟା ପ୍ରରୋଚନାରେ ନପଡି ବାସ୍ତବ ସ୍ତିତିକୁ ଅନୁଧ୍ୟାନ କରି ଦାୟିତ୍ୱ ବାନ ହୋଇ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ହୁଇକା କହିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟରେ ଯୋଗ ଦେଇଛି ବୋଲି କହିଛନ୍ତି।

