ମଦ ନିଶାରେ ଗୁଳିକାଣ୍ଡ
କଟକରୁ ରଶ୍ମିତା ପ୍ରଧାନ ପ୍ରତିଫଳନ ମିଡ଼ିଆ
ହୋଲି ଖେଳିବା ପରେ ଏକାଠି ବସି ମଦ ପିଇ ମଉଜ ମସ୍ତି କରୁଥିଲେ । ନିଶା ବି ଜୋର ଧରିଲା । ଆରମ୍ଭ ହେଲା କଥା କଟାକଟି ।ନିଶାର ପାରଦ ଯେ ତିକି ଚଡୁୁଥୁଲା କଥା କଟାକଟି ସେତିକି ବଡୁଥୁଲା ହଠାତ କୌଣସି କଥାକୁ ନେଇ ଯୁକ୍ତି ତର୍କ ଚରମ ସୀମାରେ ପହଞ୍ଚି ଥିଲା । ଜଣେ ଅନ୍ୟ ଜଣକୁ ଗୁଳିରେ କରି ହତ୍ୟା କଲା । ସାଙ୍ଗ ଗୁଳି କରି ହତ୍ୟକଲା ସାଙ୍ଗକୁ ।ଘଟଣା ସ୍ଥଳରେ ହିଁ ସାଙ୍ଗର ମୃତ୍ୟୁ ହୋଇଗଲା ।ରଙ୍ଗ ବୋଳା ବୋଲି ହୋଇ ହୋଲି ଖେଳିଲେ । ଖେଳ ସରିବା ପରେ ଘରେ ବସି ମଦ ପି ଇଲେ । ନିଶା ଧରିବା ପରେ ସାଙ୍ଗ ଉପରକୁ ଗୁଳି କରି ହତ୍ୟା କଲା ସାଙ୍ଗକୁ ।ଏଭଳି ଅଭାବନୀୟ ଘଟଣା ଘଟିଛି କଟକର ବାୟାଳିଶ ମୌଜା ଥାନା କ୍ରୀଷ୍ଣା ବିହାର ଅଞ୍ଚଳରେ ।
ମୃତଙ୍କ ଘର ଜଗତସିଂହପୁର ଅଞ୍ଚଳର ହୋଇଥିବା ବେଳେ ହତ୍ୟାକାରୀ ର ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ବୋଲି ପୋଲିସ କହିଛି ।ହତ୍ୟାକାରୀ କୁ ଗିରଫ କରିବା ସହ ବନ୍ଧୁକ କୁ ମଧ୍ୟ ପୋଲିସ ଜବତ କରିଛି । ପୂର୍ବ ଶତ୍ରୁତା କୁ ନେଇ ଯୋଜନା ବଦ୍ଧ ଭାବେ ଗୁଳି କରି ହତ୍ୟା କରାଯାଇଛି ନା ଅନ୍ୟ କିଛି କାରଣ ରହିଛି ।ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ । ଗୁଳି କାଣ୍ଡ ସମୟରେ ଉପସ୍ଥିତ ଥିବା ଅନ୍ୟମାନଙ୍କୁ ମଧ୍ୟ ଅଟକ ରଖି ଜେରା କରୁଛି ପୋଲିସ । ସାଇଣ୍ଟି ଫିକ ଟିମ ଦ୍ବାରା ମଧ୍ୟ ଅନୁସନ୍ଧାନ ଜାରି ରଖିଛି ।
ଜଗତସିଂହପୁର ଅଞ୍ଚଳର ଯୁବକ ଜଣକ ବାୟଲିଶ ମୌଜା କ୍ରୀଷ୍ଣା ବିହାର ଅଞ୍ଚଳରେ ଭଡ଼ା ଘରେ ରହୁଥିଲେ । ସେ ଘରର ଇଣ୍ଟରିଓ କାମ କରୁ ଥିଲେ । ହତ୍ୟାକାରୀ ଜଣକ କିଛି ଦିନ ପୂର୍ବେ ସାଙ୍ଗ ଘରକୁ ଆସିଥିଲେ ବୋଲି ପୋଲିସ କହିଛି । ତେବେ ସେମାନେ ବନ୍ଧୁକ କାହିଁକି ରଖିଥିଲେ । ହତ୍ୟାକାରୀ ଜଣକ ପ୍ରକୃତରେ କଣ କରୁଥିଲା ଏସବୁକୁ ନେଇ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି । ଦୁଇ ଦିନ ପୂର୍ବେ ବାୟାଲିଶ୍ ମୌଜା ଅଞ୍ଚଳରୁ ବନ୍ଧୁକ କାରଖାନା ଠାବ କରି ବହୁ ବନ୍ଧୁକ ଓ ବନ୍ଧୁକ ନିର୍ମାଣ ସରଞ୍ଜାମ ପୋଲିସ ଜବତ କରିଥିଲା । ହୋଲି ରେ ଗୁଳି କାଣ୍ଡ ଘଟଣାକୁ ସ୍ଥାନୀୟ ଲୋକେ ଚିନ୍ତିତ ଅଛନ୍ତି । କଥା କଥାକେ ଗୁଳିକାଣ୍ଡ ଘଟିଛି ।ଏହାକୁନେଇ ନିଜ ନିଜର ସୁରକ୍ଷାକୁ ନେଇ ଚିନ୍ତାରେ ସ୍ଥାନୀୟ ଲୋକେ ।