ବିଦେଶୀ ବନ୍ଧୁକ ଧରି ବୁଲୁଛନ୍ତି ଗଞ୍ଜେଇ ମାଫିଆ,ଗୁଳି ମାଡରୁ ବଂଚିଗଲା ପୋଲିସ

ଗଞ୍ଜେଇ ମାଫିଆଙ୍କୁ ଡିଆଇଜି ଦେଲେ କଡ଼ା ଚେତାବନୀ: ଏଣିକି ହେବ କଠୋର କାର୍ଯ୍ୟାନୁଷ୍ଠାନ

କୋରାପୁଟ( ପ୍ରତିଫଳନ ମିଡ଼ିଆ)

ଲାଗୁଥିଲା କୋରାପୁଟରେ ଦକ୍ଷିଣ ଭାରତର ଫିଲ୍ମ ସୁଟିଂ ଚାଲିଛି। ପୋଲିସ ଅଟୋକୁ ଅଟକାଉଛି । ଅଟୋଟି କିନ୍ତୁ ବେପରୁଆ ହୋଇ ଚାଲିଯାଉଛି । ଗଲା ବେଳେ ପୋଲିସର ଫାଟକ ଭାଙ୍ଗି ଦ୍ରୁତ ଗତିରେ ଅଟୋ ଯାଉଛି । ଆଗେ ଅଟୋ ପଛରେ ପୋଲିସ। ଶେଷରେ ଜଙ୍ଗଲ ମୁହଁ। ଅଟୋ ଅଟକି ଯାଏ। ହଠାତ୍ ଅଟୋ ଚାଳକ ବନ୍ଧୁକ ବାହାର କରି ପୋଲିସକୁ ଚକମା ଦେଇ ଯିବାକୁ ଉଦ୍ୟମ କରେ । ହେଲେ ଅପରାଧୀ ହୁଡ଼ିଯାଏ। ପୋଲିସ ହାତରେ ଧରାଦିଏ । ଏସବୁ ସିନେମା ସୁଟିଂ ନ ଥିଲା। ପଡୁଆ ପୋଲିସ ଓ ଗଞ୍ଜେଇ ମାଫିଆ ମଧ୍ୟରେ ଚାଲିଥିଲା ସଂଘର୍ଷ । ଆଉ ଶେଷରେ ଜିତିଥିଲା ପୋଲିସ। ଧରା ପଡିଥିଲା ଗଞ୍ଜେଇ ମାଫିଆ । ଗଞ୍ଜେଇ ଓ ବିଦେଶୀ ବନ୍ଧୁକ ସହ ଗଞ୍ଜେଇ ମାଫିଆକୁ କାବୁ କରିଥିଲା ପାଡୁଆ ପୋଲିସ। ତେବେ ଏଥିରେ ପୋଲିସ ଯେତିକି ଖୁସି ସେତିକି ଚିନ୍ତିତ ହୋଇପଡିଛି କୋରାପୁଟ ପୋଲିସ। ଗଞ୍ଜେଇ ବସ୍ତା ସହ  ବିଦେଶୀ ପିସ୍ତଲ ଜବତ  ଘଟଣାରେ ବନ୍ଧୁକ ଲିଙ୍କ ଖୋଜୁଛି ପୋଲିସ । ଚୋରା ଗଞ୍ଜେଇ ସହ ବିଦେଶୀ ବନ୍ଧୁକ ଜବତ ଘଟଣା  ପୋଲିସ ପାଇଁ ଚିନ୍ତା ବଢେଇ ଦେଇଛି ।

ତେବେ ପୋଲିସକୁ ଅଧିକ ସଜାଗ ଓ ସକ୍ରିୟ କରାଯିବ ବୋଲି କହିଛନ୍ତି  ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଅଖିଲେଶ ସିଂହ । ଗଞ୍ଜେଇ ଚାଲାଣ, ବନ୍ଧୁକ ଲିଙ୍କ୍ ଓ ଅପରାଧର ଉତ୍ସକୁ ଖୋଜାଯିବ ବୋଲି ସେ କହିଛନ୍ତି ।ଗଞ୍ଜେଇ ମାଫିଆଙ୍କୁ ଡିଆଇଜି କଡା ଚେତାବନୀ ଦେଇଛନ୍ତି। ଗଞ୍ଜେଇ ଚୋରା ଚାଲାଣ ସହ ବନ୍ଧୁକ ଧରିବା ବଡ ଅପରାଧ। ଅପରାଧିକ କାର୍ଯ୍ୟକୁ ରୋକିବା ପାଇଁ ପୋଲିସ କଠୋରରୁ କଠୋର ପଦକ୍ଷେପ ନେଵ। ଗଞ୍ଜେଇ ଚାଲାଣ ଉପରେ ପୋଲିସ ଜିରୋ ଟଲରେନ୍ସ ରହିବ । ଗଞ୍ଜେଇ କାରବାରରେ ଗିରଫ ହୋଇ ଜେଲରେ ଥିବା ଓ ଜେଲ ବାହରେ ଥିବା ସମସ୍ତଙ୍କ ଉପରେ ନଜର ରଖିଛି ପୋଲିସ । ଅପରାଧୀକୁ ଖୋଜି ବାହାର କରାଯିବ ବୋଲି ଡିଆଇଜି କହିଛନ୍ତି । ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ଗାଡ଼ି ଯାଞ୍ଚ କୁ ଜୋରଦାର କରାଯିବ ସେ କହିଛନ୍ତି ।

କୋରାପୁଟ ଜିଲ୍ଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଯେତେ ବଢୁଛି ଚୋରା ଗଞ୍ଜେଇ ମାଫିଆ  ସେତେ ଅଧିକ ସକ୍ରିୟ ହେଉଛନ୍ତି । କେବଳ ଗଞ୍ଜେଇ ଚାଲାଣ କରୁ ନାହାନ୍ତି ।ଗଞ୍ଜେଇ ଚାଲାଣ ବେଳେ ପିସ୍ତଲ ମଧ୍ୟ ସାଥିରେ ରଖୁଛନ୍ତି । ଗଞ୍ଜେଇ  ସହ ପିସ୍ତଲ ବେପାର କରୁଛନ୍ତି ନା ଧରା ପଡ଼ିବା  ସମୟରେ ପୋଲିସକୁ ପ୍ରତି ଆକ୍ରମଣ କରି ଖସିବା ଉଦ୍ଦେଶ୍ୟରେ ସାଥିରେ ବନ୍ଧୁକ ରଖୁଛନ୍ତି ତାହା ତଦନ୍ତ ସାପେକ୍ଷ । ପଡୁଆରୁ ଗଞ୍ଜେଇ ବସ୍ତାରୁ ମେଡ ଇନ୍ ଇଟାଲୀ ଲେଖାଥିବା ବନ୍ଧୁକ ମିଳିଛି । 

ସୂଚନା ଅନୁଯାୟୀ ପାଡୁଆ ପୋଲିସ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ବିଶେଷ ସୂତ୍ରରୁ ଖବର ପାଇ ପାଡୁଆ ନିକଟ ରୁଡ଼ିଚୁଆ ଗାଁ ନିକଟ କୁ ଯାଇ ନାକାବନ୍ଦି କରି ଜଗି ବସିଥିଲେ।  ଏହି ସମୟରେ ସ୍ଥାନୀୟ କାନ୍ଦରା ଗାଁ ପଟୁ ଏକ ଅଟୋ ଆସୁଥିବାର ଦେଖି ଅଟୋ କୁ ଅଟକାଇବାକୁ ଚେଷ୍ଟା କରି ଥିଲେ ।ପୋଲିସ କବଳରୁ ଖସିବା ପାଇଁ ଉଦ୍ୟମ କରିଥିଲେ ଗଞ୍ଜେଇ ମାଫିଆ । ମାଫିଆ ସହ ସାମିଲ ଥିଲା ଅଟୋ ଡ଼୍ରାଇଭର । ଅଟୋ ଟିକୁ ଗାଡ଼ି କୁ ଦୃତ ଗତିରେ ପୋଲିସ ଚେକ୍ କୁ ଭାଙ୍ଗି ଖସି ଯିବାକୁ ଚେଷ୍ଟା କରି ଥିଲା । ଅଟୋକୁ ପିଛା କରିଥିଲା ପୋଲିସ । ହଠାତ୍ ଜଙ୍ଗଲ ମଧ୍ୟରେ ଅଟୋକୁ ରଖି ମାଫିଆ ଜଣକ ଏକ ଜଙ୍ଗଲରେ ରଖି ପିସ୍ତଲ୍ ବାହାର କରି ଭୟଭୀତ କରି ଖସି ଯିବାକୁ ଚେଷ୍ଟା କରିଥିଲା । କିନ୍ତୁ ପୋଲିସ କୌଶଳ କ୍ରମେ ଯୁବକ ଜଣଙ୍କୁ କାବୁ କରିବା ପାଇଁ ସଫଳ ହୋଇଥିଲା । ଅଟୋ କୁ ଯାଞ୍ଚ କରିବାରୁ ଗାଡ଼ି ଭିତରୁ ୧୨ ବସ୍ତା ଜବତ କରିଛି । ୩ କୁଇଣ୍ଟାଲ୍ ଗଞ୍ଜେଇ ବାହାରି ଥିଲା। ଜବତ ଗଂଜେଇର ମୂଲ୍ୟ ଆନୁମାନିକ ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗଂଜେଇ ବାହାର ରାଜ୍ୟ କୁ ଚାଲଣ୍ କରାଯାଉଥିଲା । ପୋଲିସ NDPS କେଶ୍ ରୁଜୁ କରି ପଟାଙ୍ଗି ଅଞ୍ଚଳ ର ଦେଓ ପଟାଙ୍ଗି ର ମୋନଜ ଖିଲ ନାମକ ଜଣେ ଯୁବକ କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପାଡୁଆ ପୋଲିସ୍। ଗଞ୍ଜେଇ ଓ ବନ୍ଧୁକ କେଉଁ ଠାରୁ ଆଣିଛି ତାର ଖୋଳ ତାଡ଼ କରୁଛି ପୋଲିସ ।

Spread the love