ଗୁଣୁପୁର (ପ୍ରତିଫଳନ ମିଡ଼ିଆ )
ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ କମିଶନର ଗିରୀଶ ଏସ ଏନ ଙ୍କ ରାୟଗଡା ଜିଲ୍ଲା ଗସ୍ତ ଅବସରରେ ଆଜି ଗୁଣପୁରର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। କମିଶନର ପ୍ରଥମେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ବୁଲି ଅନୁଧ୍ୟାନ କରିଥିଲେ | ପରେ ନୂଆ କୋଠା ଦେଖିବା ପରେ ନିର୍ମାଣ କାମ ବିଳମ୍ବ ହେଉଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ | ପରେ ପୁଟାସିଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଶ୍ରେଣୀ କୋଠା ଓ ପରିଚିତି କେନ୍ଦ୍ର ବୁଲି ଅନୁଧ୍ୟାନ କରିଥିଲେ |

ପୁଟାସିଂ ଯିବା ସମୟ ରେ ସ୍ଥାନୀୟ ଲୋକ ଲାଞ୍ଜିଆ ସଉରା ଅଞ୍ଚଳକୁ ବ୍ଲକ ମାନ୍ୟତା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ | ରିଜିଙ୍ଗତାଲ୍ରେ ଥିବା ଅଙ୍ଗନବାଡି କେନ୍ଦ୍ର ଦେଖିଥିଲେ | ଏହି ଗସ୍ତ ବେଳେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ, ରାୟଗଡା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ଓ ବିଡିଓ ସ୍ଵସ୍ତିକ ଜମାଦାର ପ୍ରମୁଖ ଉପସ୍ଥିତ ଥିଲେ |

