ପ୍ରତିଫଳନ ମିଡ଼ିଆ
ବକ୍ସାଇଟ ଖଣି ଖନକୁ ନେଇ କାଶୀପୁର ରେ ପୁଣି ଅଶାନ୍ତି ଦେଖାଦେଇଛି।କୋଡିଙ୍ଗା ମାଳିକୁ ଲୁଟିବା ପରେ ବେଦାନ୍ତର ଏବେ ଆଖି ସିଜିମାଳି ଉପରେ ପଡ଼ିଛି। କାଶୀପୁର ଲୋକେ କିନ୍ତୁ ମାଟି ମାଆକୁ ଅର୍ପଣ କରିବାକୁ ରାଜି ନୁହଁନ୍ତି। ବେଦାନ୍ତର ଚଂଚକତାକୁ ବୁଝି ସାରିଛନ୍ତି। କମ୍ ମୂଲ୍ୟରେ ଖଣି ଲୁଟି ସ୍ଥାନୀୟ ଲୋକଙ୍କୁ ହତାଦର କରୁଛି ବେଦାନ୍ତ । ଅଞ୍ଚଳର ସ୍ୱାର୍ଥ କୁ ଅଣଦେଖା କରି ନିଜର ସ୍ବାର୍ଥକୁ କଥା ଦେଖୁଛି ବେଦାନ୍ତ ।ତେଣୁ ସିଜି ମାଳି କୁ ବେଦାନ୍ତ ହାତକୁ ଟେକି ଦେବାକୁ ଅଞ୍ଚଳବାସୀ ଙ୍କ ଆଗ୍ରହ ନାହିଁ। ଆଉ ଏହାର ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ସିଜିମାଳିକୁ ପୁଲିସ କିମ୍ବା ପ୍ରଶାସନକୁ ଛାଡ଼ିବାକୁ ନାରାଜ ଅଛନ୍ତି ସ୍ଥାନୀୟ ଆଦିବାସୀ । ଜଙ୍ଗଲ ବିଭାଗ ଅଧିକାରୀ ମାନେ ପୋଲିସ ଫୋର୍ସ ସହ ସିଜିମାଲି କୁ ଯାଉଥିବା ବେଳେ ଅଞ୍ଚଳର କିଛି ଲୋକେ ପ୍ରବଳ ବିରୋଧ କରିଥିଲେ । ଅଞ୍ଚଳବାସୀ ନିଜ ଜିଦରେ ଅଟଳ ରହିଥିଲେ। ବିରୋଧ କରୁଥିବା ଲୋକଙ୍କୁ ପୋଲିସ ଓ ଅଧିକାରୀମାନେ ବହୁ ବୁଝାଶୁଝା କରିବା ପରେ ବି ଲୋକେ ନିଜ୍ ଜିଦରେ ଅଟଳ ରହିବାରୁ ପରିସ୍ଥିତିକୁ ଦେଖି ଅଧା ରାସ୍ତାରୁ ଫେରିଲା ପୋଲିସ ଫୋର୍ସ ଓ ପ୍ରଶାସନିକ ଅଧିକାରୀ । ଏହି ଘଟଣା ଏବେ ବେଦାନ୍ତର ଚିନ୍ତା ବଢେଇ ଦେଇଛି ।
ବକସାଇଟ୍ ଖନନ ପାଇଁ ବେଦାନ୍ତ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହେଉଥିବାବେଳେ ସ୍ଥାନୀୟ ଆଦିବାସୀ ଏହାକୁ ପ୍ରବଳ ବିରୋଧ କରୁଛନ୍ତି । ଏହାକୁ ନେଇ କାଶୀପୁର ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି ।

ବେଦାନ୍ତ କମ୍ପାନୀକୁ ପ୍ରବଳ ବିରୋଧ କରୁଛନ୍ତି କାଶୀପୁର ର ଆଦିବାସୀ । ସିଜିମାଳି ରୁ ବେଦାନ୍ତ କୁ ବକ୍ସାଇଟ୍ ଖନନ କରିବାକୁ ଦେବୁ ନାହିଁ ବୋଲି
ଅଡି ବସିଛନ୍ତି ।
ସିଜିମାଳି ପାହାଡ଼ରେ ୫୦୦ ମିଲିୟନ ଟନ ବକ୍ସାଇଟ ଗଚ୍ଛିତ ରହିଛି । ସିଜିମାଳିରୁ ବକ୍ସାଇଟ ଖନନ ପାଇଁ ଟେଣ୍ଡର ପ୍ରକିୟାରେ ବେଦାନ୍ତ କୁ ମିଳିଛି ଅନୁମତି । ବେଦାନ୍ତ ଏବେ ଖଣି ଖନନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଏହାକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି । ସ୍ଥାନୀୟ ଲୋକଙ୍କୁ ସମର୍ଥନ ଦେଉଛନ୍ତି ବିଶିଷ୍ଟ ପରିବେଶ ବିତ ତଥା ଲୋକ ଶକ୍ତି ଅଭିଯାନର ନେତା ପ୍ରଫୁଲ୍ଲ ସାମନ୍ତରା, ମେଧା ପାଟେକର ପ୍ରମୁଖ । ଫଳରେ ସ୍ଥାନୀୟ ଆଦିବାସୀ ନିଜ ଅଧିକାର ପାଇଁ ଅଧିକ ସଚେତନ ହେଉଛନ୍ତି। ଜୀବନ ଜୀବିକା ଉଜୁଡ଼ିଯିବ, ପ୍ରାକୃତିକ ପରିବେଶ ନଷ୍ଟ ହୋଇଯିବ ବୋଲି ଆଦିବାସୀମାନେ ବିଚାର କରୁଛନ୍ତି। ଏଣୁ ଖଣିକୁ ବିରୋଧ କରିବା ପାଇଁ ଅଧିକ ସଙ୍ଗଠିତ ହେଉଛନ୍ତି । ସିଜିମାଳି ଖଣି ଅଞ୍ଚଳକୁ ଜଙ୍ଗଲ ବିଭାଗ ଅଧିକାରୀ, ପୋଲିସ ବା ପ୍ରଶାସନିକ ଅଧିକାରୀ ମାନେ ଗଲେ ପ୍ରବଳ ବିରୋଧ କରୁଥିବା ଦେଖିବାକୁ ମିଳିଛି ।

ଜଙ୍ଗଲ ଅଧିକାରୀମାନେ ପୋଲିସ ଫୋର୍ସ ଧରି କାଶୀପୁର ବ୍ଲକର ସିଜିମାଳି ଖଣି ଅଞ୍ଚଳକୁ ଯିବାବେଳେ ଅଧା ବାଟରେ ଗ୍ରାମବାସୀମାନେ ରାସ୍ତା କୁ ଅବରୋଧ କରି ପ୍ରବଳ ବିରୋଧ କରିଥିଲେ । ଅଧିକାରୀ ମାନଙ୍କ ସହ ପ୍ରବଳ ଯୁକ୍ତି ତର୍କ କରୁଥିବା ଦେଖିବାକୁ ମିଳିଛି ।ବହୁ ବୁଝା ସୂଝା କରିବା ପରେ ବି ଲୋକେ ନ ଶୁଣିବାରୁ ଅଧା ବାଟରୁ ଅଧିକାରୀମାନେ ଫେରି ଯାଇଥିବା ଜଣା ପଡ଼ିଛି ।
ଜମି, ଜଳ ଓ ଜଙ୍ଗଲର ଅଧିକାର,ପରିବେଶର ସୁରକ୍ଷା ଓ ଖଣି ଖନନ କରିବାକୁ ବିରୋଧ କରି କାଶୀପୁର ରେ ଆଦିବାସୀମାନେ ମେଳି ହେଉଛନ୍ତି । ସିଜିମାଳିରେ ବକ୍ସାଇଟ ଖଣି ରହିଛି । ବକ୍ସାଇଟ ଖନନ ପାଇଁ ଉଦ୍ୟମ କରାଯାଉଥିବା ଶୁଣି ଲୋକେ ବିରୋଧ କରୁଥିବା ଦେଖିବାକୁ ମିଳିଛି ।
ସିଜିମାଳି ଓ କୁଟ୍ରୁମାଳି ବକ୍ସାଇଟ ଖଣି ଦୀର୍ଘ ବର୍ଷ ହେଲା ଏଲ ଏଣ୍ଡ ଟି (L&T) କମ୍ପାନୀ ହାତରେ ଥିଲା । ହେଲେ ଖଣି ଖନନ କରି ନ ପାରିବାରୁ ସରକାର ଖଣି କୁ ପୁନ:ନବୀକରଣ କରିଲେ ନାହିଁ । ଏଲଏଣ୍ଡ ଟି ହାତରୁ ଖସିଗଲା ୨ଟି ବକ୍ସାଇଟ ଖଣି ।
ସିଜିମାଳି ଓ କୁଟ୍ରୁମାଳି ବକ୍ସାଇଟ ଖଣିକୁ କୁ ୨ଭାଗ କରିଦେଲେ ସରକାର ନୂଆ କରି ଟେଣ୍ଡର ଆହ୍ବାନ କରିଥିଲେ ।

ଟେଣ୍ଡର ପାଇଲେ ବେଦାନ୍ତ ଓ ଆଦାନୀ କମ୍ପାନୀ । ଟେଣ୍ଡର ପ୍ରକ୍ରିୟା ରେ ୫୦୦ ମିଲିୟନ ଟନ ବକ୍ସାଇଟ ଗଚ୍ଛିତ ଥିବା ସିଜିମାଳି ବକ୍ସାଇଟ ଖଣିକୁ ବେଦାନ୍ତ ପାଇଲା । ୩୬୦ ମିଲିୟନ ଟନ ବକ୍ସାଇଟ ଗଚ୍ଛିତ ଥିବା କୁଟ୍ରୁମାଳି ବକ୍ସାଇଟ ଖଣିକୁ ଆଦାନୀ କମ୍ପାନୀ ପାଇଲା । ସିଜିମାଳିରୁ ବକ୍ସାଇଟ ଖନନ ପାଇଁ ବେଦାନ୍ତ ପକ୍ଷରୁ ଏବେ ଜୋରଦାର ଉଦ୍ୟମ ଆରମ୍ଭ କରାଯାଇଛି । ହେଲେ ସ୍ଥାନୀୟ ଲୋକେ ବେଦାନ୍ତକୁ ପ୍ରବଳ ବିରୋଧ କରୁଛନ୍ତି । ଫଳରେ ବେଦାନ୍ତର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ବକ୍ସାଇଟ ଖନନକୁ ନେଇ ବେଦାନ୍ତର ଜୋରଦାର ଉଦ୍ୟମ ଓ ବେଦାନ୍ତ କୁ ଅଞ୍ଚଳର ଆଦିବାସୀଙ୍କ ପ୍ରବଳ ବିରୋଧ ।ଏଭଳି ସ୍ଥିତିରେ କାଶୀପୁର ରେ ଆଇନ ଶୃଙ୍ଖଳା ପରି ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଇଛି । ତେବେ ଆଇନ ହାତକୁ ନ ନେବାକୁ ପୋଲିସ ଲୋକଙ୍କୁ ବୁଝାଇଛି । କିନ୍ତୁ ଲୋକେ ବେଦାନ୍ତକୁ ପସନ୍ଦ କରୁ ନାହାଁନ୍ତି ।
