ଜଙ୍ଗଲ ଅଧିକାରୀଙ୍କ ଜମି ନିଶା, ୧୧୫ଟି ପ୍ଲଟର ମାଲିକ, ଫାଇଭ ଷ୍ଟାର ହଟେଲ ଭଳି ଘର

ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ )

ନଗଦ ରଖିଲେ ରିକ୍ସ ବେଶୀ। ସୁନା ଅଳଙ୍କାର ରଖିଲେ ଚୋରି ହେବାର ଭୟ। ଅନୈତିକ ଅର୍ଜିତ ଟଙ୍କାକୁ ସାଇତି ରଖିବା ଲାଗି ମାଷ୍ଟର ମାଇଣ୍ଡ କରିଥିଲେ ଡିଏଫଓ ନିତ୍ୟାନନ୍ଦ ନାୟକ। ପ୍ଲଟ କିଣିଲେ ଅର୍ଥ ଖାଲି ସୁରକ୍ଷିତ ନୁହଁ ସମୟ ବଢିଲେ ଲାଭ ଅଧିକ। ଏଇ ଆଶାରେ ଭିଜିଲାନ୍ସକୁ ଚକମା ଦେବାକୁ କିଣି ଚାଲିଥିଲେ ଗୋଟିଏ ପରେ ଗୋଟିଏ ପ୍ଲଟ। ସୁନ୍ଦରଗଡ଼, ସମ୍ବଲପୁର, ଢେଙ୍କାନାଳ ଓ ସୋନପୁରରେ ରେଞ୍ଜ ଅଫିସର କାମ କଲାବେଳେ ମାତ୍ର 2ଟି ପ୍ଲଟ ଛେଣ୍ଡିପଦାରେ, ଖଡ଼ିଆଳ ରୋଡ଼ ରେଞ୍ଜ ଅଫିସର ବେଳେ ଅନୁଗୁଳ ଛେଣ୍ଡିପଡା ରେ 64ଟି ପ୍ଲଟ, ଏସିଏଫ ନୂଆପଡା ଓ ରାୟଗଡାରେ ଥିଲା ବେଳେ 39ଟି ପ୍ଲଟ ସେଇ ଛେଣ୍ଡିପଦାରେ, ପିସିସିଏଫ ୱାଇଲଡ ଲାଇଫ ପଦବୀ ବେଳେ 8ଟି ପ୍ଲଟ, କେଉଁଝର କେନ୍ଦୁ ଲିଫ ଡ଼ିଏଫଓ ବେଳେ ଦୁଇଟି ଏହିପରି ମୋଟ 115ଟି ପ୍ଲଟ କିଣିଛନ୍ତି ଡ଼ିଏଫଓ ନିତ୍ୟାନନ୍ଦ ନାୟକ। ଘରେ ମୂଲ୍ୟବାନ କାଠର ଆସବାବ ପତ୍ର ଓ ଡେ଼କୋରେଟର ସାମଗ୍ରୀ। ଭିଜିଲାନ୍ସ ଖୋଲିଛି ନାୟକଙ୍କ ଚିଠା।

ନିତ୍ୟାନନ୍ଦଙ୍କ ୧୧୫ଟି ମୂଲ୍ୟବାନ ପ୍ଲଟ୍, ନଗଦ ୧.୧୯ ଲକ୍ଷ ଟଙ୍କା,ସୁନା ଗହଣା ଆଲିସାନ କୋଠା ସହ ମୂଲ୍ୟବାନ କାଠରେ ପ୍ରସ୍ତୁତ ସରଞ୍ଜାମ ଠାବ। କେନ୍ଦୁଝରର କେନ୍ଦୁଲିଫ ଡିଭିଜନ ଡିଏଫଓ ନିତ୍ୟାନନ୍ଦ ନାୟକ ଆୟ ଠାରୁ ବହୁ ଅଧିକ ସମ୍ପତି ଠୁଳ ରଖିଥିବା ଭିଜିଲାନସ୍ ଦର୍ଶାଇଛି । ଭିନିଲାନସ୍ ପକ୍ଷରୁ ୭ଟି ସ୍ଥାନରେ ଚଢାଉ କରି ସ୍ଥାବର ଅସ୍ଥାବର୍ ସମ୍ପତି ଠାବ କରିଛି। ନିଜ ନାମରେ ଓ ନିଜ ସଂପର୍କୀୟଙ୍କ ନାମରେ କୋଟି କୋଟି ଟଙ୍କାର ସମ୍ପତି ରଖିଥିବା ଭିଜିଲାନସ ପକ୍ଷରୁ ତାଲିକା ଜାରି କରାଯାଇଛି । ତଦନ୍ତ ସମୟରେ ଗୋଟାଏ ବହୁମହଲା ଆଲିସାନ କୋଠା, ୧୧୫ଟି ମୂଲ୍ୟବାନ ପ୍ଲଟ୍, ନଗଦ ୧.୧୯ ଲକ୍ଷ ଟଙ୍କା,୨ଟି ଚାରି ଚକିଆ ଗାଡ଼ି, ୪ଟି ୨ଚକିଆ ଗାଡ଼ି ଠାବ କରିଛି । ଚାକିରୀ କାଳ ସମୟ ରେ ଅନୈତିକ ଉପାୟରେ ବିପୁଳ ଟଙ୍କା ଅର୍ଜନ କରି ପ୍ଲଟ କିଣିଥିବା ଭିଜିଲାନସ ସନ୍ଦେହ କରୁଛି । ତଦନ୍ତ ସମୟରେ ବର୍ତ୍ତମାନ୍ ସୁଧା ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ବହୁ ସ୍ଥାବର ସମ୍ପତି ରହିଥିବା ଠାବ କରିଛି ।

ଅନୁଗୁଳର ତୁରଙ୍ଗା ଠାରେ ପ୍ରାୟ ୯୦୦୦ ବର୍ଗଫୁଟର ମୂଲ୍ୟବାନ ଗୋଟିଏ ଚାରି ମହଲା ବିଶିଷ୍ଟ ଆଲିଶାନ କୋଠା, 115 ଗୋଟି ପ୍ଲଟ ଠାବ କରିଛି ।ନିତ୍ୟାନନ୍ଦ ନାୟକଙ୍କ ନାମରେ 53 ଗୋଟି ପ୍ଲଟ୍ ଥିବା ବେଳେ ତାଙ୍କ ପତ୍ନୀଙ୍କ ନାମରେ 42 ଗୋଟି ପ୍ଲଟ୍ ରହିଛି । ନିତ୍ୟାନନ୍ଦଙ୍କ ଦୁଇ ପୁଅଙ୍କ ନାମରେ 16 ଗୋଟି ପ୍ଲଟ୍ ରହିଛି। ତାଙ୍କ ଝିଅଙ୍କ ନାମରେ 04 ଗୋଟି ପ୍ଲଟ୍ ରହିଥିବା ଭିଜିଲାନସ୍ ପକ୍ଷରୁ ସୂଚନା ଦିଆଯାଇଛି ।

ନିତ୍ୟାନନ୍ଦ ନାୟକ 1992 ରେଞ୍ଜ ଅଫିସର ଭାବରେ ସରକାରୀ ଚାକିରି ଆରମ୍ଭ କରିଥିଲେ। 2024 ମଧ୍ୟରେ ଅନୁଗୁଳର ଛେଣ୍ଡିପଦା ରେ ଏସମସ୍ତ ପ୍ଲଟ କିଣା ଯାଇଛି ବୋଲି ଭିଜିଲାନସ୍ ପକ୍ଷରୁ ଦର୍ଶାଯାଇଛି । ରେଞ୍ଜ ଅଧିକାରୀ, ସହାୟକ ବନ ସଂରକ୍ଷକ, ବନ ସଂରକ୍ଷକ ଏବଂ ବିଭାଗୀୟ ବନ ଅଧିକାରୀ ଭଳି ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ। ଠାବ ହୋଇଥିବା କୋଠା,ପ୍ଲଟ,ସୁନା ଗହଣା ଓ ଅନ୍ୟାନ୍ୟ ଜିନିଷ ଗୁଡ଼ିକର କେତେ ଟଙ୍କାର ସମ୍ପତି ହେବ ଭିଜିଲାନ୍ସ ଟେକ୍ନିକାଲ୍ ୱିଙ୍ଗ ଦ୍ୱାରା ମୂଲ୍ୟାୟନ କରିବା ପରେ ଜଣା ପଡ଼ିବ ବୋଲି ଭିଜିଲାନ୍ସ କହିଛି।

ଯାଞ୍ଚ ପରେ ସମ୍ପତି ପରିମାଣ ଅଧିକ ଠାବ ହୋଇପାରେ ବୋଲି ଭିଜିଲାନସ୍ ଆଶଙ୍କା କରୁଛି

Spread the love