ଭଞ୍ଜନଗର ( ପ୍ରତିଫଳନ ମିଡ଼ିଆ )
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୁଲ୍ଯରେ ଜୁନ୍ ୫ ତାରିଖ ଦିନ ଭୁବନେଶ୍ବର ସ୍ଥିତ OUAT କୃଷିସଦନ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଶ୍ବ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ, ଅତିରିକ୍ତ ଶାସନ ସଚିବ, ମୁଖ୍ଯ ବନ ସଂରକ୍ଷକଙ୍କ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତିଙ୍କ ଉପସ୍ଥିତରେ ଜଙ୍ଗଲ, ପରିବେଶ ଓ ପ୍ରକୃତିର ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ବହୁ ଅନୁଷ୍ଠାନକୁ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ଅବସରରେ କବିସୂର୍ଯ୍ୟନଗର ବ୍ଳକର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ପ୍ରଧାନଶିକ୍ଷକ ଡକ୍ଟର ସୁରେନ୍ଦ୍ର ନାଥ ସାହୁ ପ୍ରକୃତି ମିତ୍ର ପୁରସ୍କାର ମାନପତ୍ର ସହିତ କୋଡ଼ିଏ ହଜାର ଟଙ୍କାର ଅର୍ଥ ରାଶି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରୁ ଗ୍ରହଣ କରିଛନ୍ତି। ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ ଡକ୍ଟର ସାହୁ ଏଥିପାଇଁ ଆରାଧ୍ଯ ଠାକୁର ଶ୍ରାରାଧାକୃଷ୍ଣଙ୍କ ପଦାରବିନ୍ଦରେ ଏହି ପୁରସ୍କାରକୁ ସମର୍ପଣ କରିବା ସହିତ ଗୋଷ୍ଠୀ ଶିକ୍ଷାଧିକାରୀ ଅଭିମନ୍ୟୁ ସାହୁ, ବ୍ଳକର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ବନ୍ଧୁବାନ୍ଧବ ଓ ପରିବାରବର୍ଗଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।