ଗୁଣପୁର ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ହୋଟେଲରେ ଚଢାଉ

ଗୁଣପୁର (ପ୍ରତିଫଳନ ମିଡ଼ିଆ)

ରାୟଗଡ଼ା ଜିଲ୍ଲା ଗୁଣପୁର ଯୋଗାଣ ବିଭାଗ ପକ୍ଷରୁ ସହର ରେ ଥିବା ବିଭିନ୍ନ ହୋଟେଲ ଉପରେ ଅଚାନକ ଚଢାଉ କରିଛି । ଏହି ଚଢ଼ାଉ ପ୍ରାୟ ୭/୮ ଟି ହୋଟେଲ ରେ କରଯାଇଥିଲା | ତେବେ ନୂଆ ବାସ ଷ୍ଟାଣ୍ଡ ନିକଟ ଆର କେ ରେଷ୍ଟୁରେଣ୍ଟ ରେ ବେଆଇନ ଭାବେ ବ୍ୟବହୃତ ହେଉଥିବା ୩ ଗୋଟି ଘୋରଇ ଗ୍ୟାସ ସିଲିଣ୍ଡର କୁ ଯୋଗାଣ ବିଭାଗ ଜବତ କରିଥିଲା । ସେହି ଭଳି ସହର ର ଅନ୍ୟ ହୋଟେଲ ରେ ମଧ୍ୟ ଏହି ଭଳି ଘୋରଇ ସିଲିଣ୍ଡର ବ୍ୟବହାର କରିଥିବା ରୁ ସେମାନଙ୍କୁ ଏହି ଭଳି ବ୍ୟବହାର ନ କରିବାକୁ ଯୋଗାଣ ବିଭାଗ ସତର୍କ କରାଇ ସଚେତନ କରିଥିବା ଜଣାପଡିଛି । ଏହି ଚଢ଼ାଉ ରେ ଗୁଣପୁର ସହକାରୀ ଯୋଗାଣ ଅଧିକାରୀ ଦେବବ୍ରତ ମହାପାତ୍ର ଙ୍କ ନେତୃତ୍ବ ରେ ଗୁଣପୁର ବ୍ଲକ୍ ର ଯୋଗାଣ ନିରୀକ୍ଷକ ରାମନାଗୁଡ଼ା ବ୍ଲକର ଓ ପଦ୍ମପୁର ବ୍ଲକ ର ଯୋଗାଣ ନିରୀକ୍ଷକମାନେ ସାମିଲ ଥିଲେ ।

Spread the love