ପଟ୍ଟାଙ୍ଗି (ପ୍ରତିଫଳନ ମିଡ଼ିଆ)
କୋରପୁଟ ରେ ଚେଚ୍ଛିଲା ବର୍ଷା। ଜିଲ୍ଲାର ପଟାଙ୍ଗି ଓ ସମ୍ବାଇ ଅଂଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଉତ୍ତପ୍ତ ପରିବେଶ ଥଣ୍ଡା ପଡ଼ିଲା । ପ୍ରବଳ ବର୍ଷା ଯୋଗୁଁ ଗରମରୁ ଲୋକେ ଆଶ୍ବସ୍ତ ହୋଇଛନ୍ତି । କୋରାପୁଟ ସମେତ ସେମିଳିଗୁଡା, ପଟାଙ୍ଗି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି, ବର୍ଷା ସହ ପବନ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି ।ପବନର ବେଗ ଏତେ ତୀବ୍ର ରହିଥିଲା ଜେ ରାସ୍ତାରେ କିଛି ସମୟ ପାଇଁ ଗାଡ଼ି ଚଳା ଚଳ ବନ୍ଦ ହୋଇପଡ଼ିଥିଲା ।

ଗତ କିଛି ଦିନ ଧରି ଟାଣ ଖରା ସହ ପ୍ରବଳ ଗରମ ଅନୁଭୂତ ହେଉଥିଲା । ନାହିଁ ନଥିବା ଗରମ ଅନୁଭୂତ ହେଉଥିଲା। ଗରମରେ ଲୋକେ ଆକ୍ତା ମାକ୍ତା ହୋଇପଡ଼ିଥିଲେ ।ହେଲେ ହଠାତ କାଳ ବୈଶାଖୀ ବର୍ଷା ଯୋଗୁଁ ପରିବେଶ ଥଣ୍ଡା ହୋଇଛି । ବର୍ଷା ଯୋଗୁଁ କ୍ଷେତ ର ମାଟି ଓଦା ହୋଇଛି । ଜମି ଚାଷ ଉପୋଜୋଗି ହେବ ଏଥିପାଇଁ ଚାଷୀଙ୍କ ମଧ୍ୟ ରେ ଆନନ୍ଦ ଦେଖାଦେଇଛି ।