ନଚିକେତା ସାହୁ, ପ୍ରତିଫଳନ ମିଡ଼ିଆ
ଦୀର୍ଘଦିନର କସରତ ପରେ ରାୟଗଡ଼ା ଜିଲ୍ଲା ବିଜେପିର ନୂତନ କମିଟି ଗଠନ ହେଇଛି।ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ ନୂତନ କର୍ମକର୍ତା ଘୋଷଣା କରିଛନ୍ତି। ତାଲିକା ପ୍ରକାଶ ପାଇବା ପରେ ଜିଲ୍ଲା ରେ ବିଜେପିର ନବକଳେବର ହେଇଅଛି ବୋଲି ଚର୍ଚ୍ଚା ହେଉଛି। ଦଳ ପ୍ରତି ନିଷ୍ଠା ରଖିଥିବା ସଦସ୍ୟ ମାନଙ୍କୁ କମିଟିରେ ସ୍ଥାନ ମିଳିଛି। ନୂତନ କମିଟିରେ ଅଭିଜ୍ଞ,ବରିଷ୍ଠ ବିଜେପି ନେତା ରଜତ ମାଦଳା, ଗୌରୀ ମାଣ୍ଡାଙ୍ଗି,ଦୁର୍ଯ୍ୟଧନ ପାଳ,ଦେବେନ୍ଦ୍ର ପଣ୍ଡା,ସୁଶୀଳା ସର୍ଫ,ଦୁଷ୍ମନ୍ତ ସିଂ ଦେଓ,ଶ୍ରୀନିବାସ ସ୍ୱାଇ,ଙ୍କୁ ସ୍ଥାନ ମିଳିଛି।ଜିଲ୍ଲା ଉପସଭାପତି ଭାବେ ମନୋନୀତ କରାଯାଇଛି.
ଏହାସହ ନୂତନଭାବେ ଯୋଗଦେଇଥିବା ଦକ୍ଷ ଲୋକଙ୍କୁ ସ୍ଥାନ ଦିଆଯାଇଛି। ଆଦିବାସୀ ମହାସଂଘର ନେତା ଚକ୍ରଧର ବିଡ଼ିକାଙ୍କୁ ଜିଲ୍ଲା ଉପସଭାପତି ଭାବେ ମନୋନୀତ କରାଯାଇଛି। ବନମାଳୀ ଗୋମଙ୍ଗ,ଭିକାରୀ ନାୟକ, ପୃଥ୍ୱୀରାଜ ଧନପତି ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଅଛନ୍ତି।ସେହିପରି ଧର୍ମିଷ୍ଠା ସାମନ୍ତ, ରାଜେଶ୍ୱରି ଶବର,ଦେବାଶିଷ ପଣ୍ଡା,ହରିଶ୍ ମୁଦୁଲି,ତରୁଣ ଗରଡିଆ,ବାଲାମନି ଅନନ୍ତ, ଗୁଡ୍ଲା ସନ୍ଦୀପ, ରଜିତା କରଡ଼ା ଜିଲ୍ଲା ସମ୍ପାଦକ ଏବଂ ସା ସୁବୁଦ୍ଧି ଜିଲ୍ଲା କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଅଛନ୍ତି।ଏହାଛଡା ଜିଲ୍ଲାର 12 ଗୋଟି ମଣ୍ଡଳ ସଭାପତି ମଧ ମନୋନୀତ ହୋଇଅଛନ୍ତି,ଗୁଣୁପୁର ମ୍ୟୁନିସିପାଲଟିରୁ ଜୟଦେବ ପଣ୍ଡା,ଜଗନ୍ନାଥପୂର୍ ରୁ ଶୁକ୍ଳା କଣ୍ଡାଗିରି, ଡମ୍ବସୋରାରୁ କିଶୋର ଚନ୍ଦ୍ର ଶବର, ଆଖୁସିଂରୁ ଗଜପତି ଶବର,ପଦ୍ମପୁରରୁ ବାଙ୍କ ପ୍ରଧାନ,କୁଜେନ୍ଦ୍ରିରୁ ସୋମୁଲୁ ଗାଣ୍ଟା,ଗୁଡ଼ାରୀ ଏନଏସି ରୁ ଜଗଦୀଶ ନାୟକ,ଗୁଡ଼ାରୀ ଗ୍ରାମୀଣ ଅନନ୍ତ ଦେଓ,ଚନ୍ଦ୍ରପୁର ରୁ ଫକୀର ମୋହନ ଗୁମିଦେଙ୍ଗା,ପିପ୍ଲଗୁଡ଼ା ରୁ ରାଜେନ୍ଦ୍ର ତାଡ଼ିଙ୍ଗି, ମାଝିଗୁଡାରୁ ଅନିଲ କୁମାର ଜାଡି,କୋଲନରାରୁ ସୁନିଲ ଜିଲ୍ଲାକାରାଙ୍କୁ ମନୋନୀତ କରାଯାଇଛି। ଏ ନେଇ ରାୟଗଡ଼ା ଜିଲ୍ଲା ସଭାପତିଙ୍କ ଦ୍ଵାରା ନାମ ତାଲିକା ପ୍ରକାଶ ପାଇଛି। ନାମ ତାଲିକା ପ୍ରକାଶ ପାଇବା ପରେ ଦଳର କର୍ମୀ ମହଲରେ ଉତ୍ସାହ ଦେଖାଦେଇଛି।ଦଳ ଓ ସଂଗଠନ ପ୍ରତି ନିଷ୍ଠା ରଖୁଥୁବା କର୍ମୀମାନଙ୍କୁ ବିଭିନ୍ନ କାମ କରିବା ପାଇଁ କ୍ଷେତ୍ରରେ ଭବିଷ୍ୟତରେ ସୁଯୋଗ ଦିଆଯିବ ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି।


