ରାୟଗଡ,ପ୍ରତିଫଳନ ମିଡ଼ିଆ
ରାୟଗଡ ଜିଲ୍ଲା କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୋଲନରା ଠାରେ ସୁସ୍ଥ ନାରୀ ଶସକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେଇଯାଇଛି। କୋଲନରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା କୁଲେସିକା, ଜ଼ୀଲ୍ଲା ପରିଷଦ ସଦସ୍ୟ ଧବଳେଶ୍ବର ନାଇଡୁ,ସରପଞ୍ଚ ପରମାନନ୍ଦ କୋଣ୍ଡାଗରୀ, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଡ: ମମତା ସାହୁ,ଡିଏମ୍ଆରସିଏଚ ସୁଶାନ୍ତ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ବାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ। ସଚେତନତା ଶିବିରରେ ଶିକ୍ଷା ବିଭାଗ,ମହିଳା ଓ ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ ଇମ୍ଫା ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀ କରାଯାଇଥିଲା। ଏଥିରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ଯୋଗ ଦେଇ ଥିଲେ। କିଶୋରୀ ବାଳିକାଙ୍କ ଦ୍ୱାରା ସ୍ବାସ୍ଥ୍ୟ ସଚେତନତା ସମ୍ପର୍କିତ ନୃତ୍ୟ ପରିବେଷଣ କରାଯାଇଥିଲା।ଉପସ୍ଥିତ ଲୋକ ମାନଂକ ମନକୁ ଛୁଇଁ ଥିଲା । ପ୍ରୋଗ୍ରାମ ମେନେଜର କଳ୍ପନା ମିଶ୍ର ,ପିଏଚଓ ଶୁଭଶ୍ରୀ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କୋଲନରା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ: ଜି ଶୈଳଜା ଉପସ୍ଥିତ ରହି ଅତିଥିମାନଙ୍କୁ ସ୍ଵାଗତ କରିବା ସହ ସୁସ୍ଥ ପରିବାର ପାଇଁ ମହିଳାଙ୍କ ଗୁରୁ ଦାୟୀତ୍ବ ରହିଛି । ଗର୍ଭବତୀ ମହିଳା ଜଣକ ଉପଯୁକ୍ତ ଖାଦ୍ୟ ଗ୍ରହଣ କଲେ ହିଁ ସୁସ୍ଥ ସବଳ ଛୁଆ ଜନ୍ମ ହୋଇପାରିବ । ସେହି ଭଳି ପରିବାରକୁ ସୁସ୍ଥ ରଖିବାକୁ ହେଲେ ମହିଳା ମାନେ ଅଧିକ ଯତ୍ନବାନ ରହିବା ଆବଶ୍ୟକ।ପରିବାର ସଶକ୍ତ ହେଲେ ନାରୀ ସଶକ୍ତ ହୋଇପାରିବ ।ଏଥିପାଇ ନାରୀ ମାନଙ୍କୁ ସୁସ୍ଥ ରହିବାକୁ ହେଲେ ସ୍ବାସ୍ଥ୍ୟର କିଭଳି ଯତ୍ନ ନେବାକୁ ହେବ ସେ ସଂପର୍କରେ ସେ ବୁଝାଇଥିଲେ ।ଏହି ଶିବିର ରେ ସ୍ତ୍ରୀ ଓ ପ୍ରସୂତି,ଶିଶୁ ରୋଗ,ଭେଷଜ ବିଶେଷଜ୍ଞ ,ମାନସିକ ସ୍ୱାସ୍ଥ୍ୟ, ଦନ୍ତ ଚିକିତ୍ସକ,ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ରୋଗୀ ମାନଙ୍କୁ ଚିକିତ୍ସା କରିଥିଲେ। ରୋଗୀଙ୍କର ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା । ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ସ୍ବାସ୍ଥ୍ୟ ଶିବିରରେ କୋଲନରା ବ୍ଲକର ପ୍ରାୟ ୭୧୧ ଜଣ ରୋଗୀ ଚିକତ୍ସିତ ହୋଇଥିଲେ । ଚିକତ୍ସିତ ସମସ୍ତ ରୋଗୀଙ୍କ ତଥ୍ୟ ଅନ ଲାଇନ ରେ ପଞ୍ଜୀକୃତ କରିଥିଲେ ବିଡିଏମ୍ ସବିତା ପାଣିଗ୍ରାହୀ ଓ ଏମଆରଏ ଶିବ ସୁନା । ଟି ଉପେନ୍ଦ୍ର ଶିବିର କୁ ସୁଚାରୁ ରୂପେ ତଦାରଖ କରିଥିଲେ ।


