ଡିସେମ୍ବର ୧୪ ରେ ହେବ ରାୟଗଡ଼ ସାହିତ୍ୟ ମହୋତ୍ସବ ୨୦୨୫

ରାୟଗଡ଼ ( ପ୍ରତିଫଳନ ମିଡ଼ିଆ)

ଆଗାମୀ ଡିସେମ୍ବର ୧୪ ତାରିଖରେ ଆୟୋଜିତ ହେବ ରାୟଗଡ଼ ସାହିତ୍ୟ ମହୋତ୍ସବ। ଏଥିସହ ମହୋତ୍ସବର ମୁଖପତ୍ର ଶବ୍ଦରାଗ ମଧ୍ୟ ପ୍ରକାଶିତ ହେବ।. ସ୍ଥାନୀୟ ନ୍ୟୁ କଲୋନୀ ପୂଜା କମିଟି ସମ୍ମିଳନୀ କକ୍ଷରେ ମହୋତ୍ସବ କମିଟିର ଅଧ୍ୟକ୍ଷ ଡ଼. ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। କମିଟିର ସମ୍ପାଦକ କବି ସୁଶାନ୍ତ କୁମାର ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ନିକଟରେ ପରଲୋକ ଗମନ କରିଥିବା କବି ଡ଼ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଆତ୍ମାର ସଦଗତି କାମନା ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା। ପରେ ଡ଼ ମହାନ୍ତି ଆଗାମୀ ସାହିତ୍ୟ ମହୋତ୍ସବକୁ ସଫଳ କରିବା ଲାଗି ଉପସ୍ଥିତ ସମସ୍ତ ସାହିତ୍ୟିକବନ୍ଧୁଗଣଙ୍କୁ ଆହ୍ବାନ କରିଥିଲେ। ରାୟଗଡ଼ ସାହିତ୍ୟ ମହୋତ୍ସବର ଅନ୍ୟତମ ଉପଦେଷ୍ଟା କୀର୍ତ୍ତି ଚନ୍ଦ୍ର ସାହୁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି ମହା ଆଡମ୍ବର ସହ ସାହିତ୍ୟ ମହୋତ୍ସବ ପାଳନ କରିବା ସହ ରାୟଗଡ଼ ମାଟିର ସାହିତ୍ୟ ସୁଗନ୍ଧକୁ ରାଜ୍ୟ ବ୍ୟାପୀ କରିବାକୁ ମତବ୍ୟକ୍ତ କରିଥିଲେ। ସାହିତ୍ୟିକ ବିମଳ ଚାନ୍ଦ ପଟ୍ଟନାୟକ ଓ ଶ୍ରୀଧର ପଟ୍ଟନାୟକଙ୍କୁ ଶବ୍ଦରାଗ ମ୍ୟାଗାଜିନ ପ୍ରସ୍ତୁତିର ସମସ୍ତ ଦାୟିତ୍ୱ ଅର୍ପଣ କରାଯାଇଥିଲା। ଆଗାମୀ ନଭେମ୍ବର ୧୫ ସୁଦ୍ଧା ଶବ୍ଦରାଗ ଲାଗି ଲେଖା ସଂଗ୍ରହ ଲାଗି ନିଷ୍ପତି ହୋଇଥିଲା। ଏଥିରେ ଲାବଣ୍ୟ ମୋହନ ପଟ୍ଟନାୟକ, ଅରୁଣ କୁମାର ଲେଙ୍କା, ପ୍ରଶାନ୍ତ ପଟ୍ଟନାୟକ, ଅରୁଣ ପାଣିଗ୍ରାହୀ, ଉଦୟ ଚନ୍ଦ୍ର ପଣ୍ଡା, ପ୍ରଶାନ୍ତି ସାହୁ, ସସ୍ମିତା ଆଚାର୍ଯ୍ୟ, ସସ୍ମିତା ମିଶ୍ର, ଲୋକନାଥ ପଣ୍ଡା, ମଞ୍ଜୁଶ୍ରୀ ମୁଖାର୍ଜୀ, ଜଗଦିଶ ଚନ୍ଦ୍ର ଦୋରା, ଶିବ ପ୍ରସାଦ ମିଶ୍ର, ରବି ନାରାୟଣ ଶତପଥି, ସୁବାସ ଚନ୍ଦ୍ର ବେହେରା, ରଘୁନାଥ ଭୁଏ, ମନୋରଞ୍ଜନ ମିଶ୍ର, ଇଂ ଗୌରୀ ଶଙ୍କର ରାଓ, ଦ୍ବିତୀ ଚନ୍ଦ୍ର ସାହୁ ସମେତ ରାୟଗଡ଼ର ସାହିତ୍ୟିକ ତଥା ସାହିତ୍ୟ ଅନୁରାଗୀମାନେ ଯୋଗଦେଇ ସଫଳତାର ସହ ରାୟଗଡ଼ ସାହିତ୍ୟ ମହୋତ୍ସବ ୨୦୨୫ ଆୟୋଜନ ଲାଗି ମତ ପ୍ରଦାନ କରିଥିଲେ। ଶେଷରେ ଉପସଭାପତି ନୀଳମଣୀ ପାଟ୍ଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love