ପ୍ରତିଫଳନ ମିଡ଼ିଆ
ପୁରୁଷଙ୍କ ମଧ୍ୟରେ ପ୍ରୋଷ୍ଟେଟ ସମସ୍ୟା ବୃଦ୍ଧିପାଇବାରେ ଲାଗିଛି। ସଠିକ ସମୟରେ ଚିକିତ୍ସାର ଅଭାବ ଯୋଗୁଁ ସ୍ଥିତି ଗୁରୁତର ହୋଇପଡୁଛି। ଏଥିଯୋଗୁ ରୋଗୀମାନଙ୍କ ସ୍ଥିତି ଜଟିଳ ହୋଇ ପଡୁଛି.ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ପ୍ରୋଷ୍ଟେଟ ରୋଗୀ। ଅତ୍ୟାଧୁନିକ ଛିକିତ୍ସା ପଦ୍ଧତିକୁ ଆପଣେଇ ସଫଳତା ମିଳିଛି। ରୋବର୍ଟ ପ୍ରୟୋଗ ଦ୍ୱାରା ସଫଳତା ପ୍ରୋଷ୍ଟେଟ ରୋଗୀଙ୍କ ପାଇଁ ଖୁସି ଖବର ଆଣିଦେଇଛି।
ରୋବର୍ଟ ଜରିଆରେ ଅତି ସହଜ ଉପାୟରେ ଅପରେସନ କରି ରୋଗୀଙ୍କ ମୁହଁରେ ହସ ଫୁଟାଇବାରେ ସଫଳତା ହାସଲ କରିଛନ୍ତି ଡାକ୍ତର ପାଣ୍ଡେ।
ରୋବେଟିକ ଜରିଆରେ 550 ଗ୍ରାମ ଓଜନ ବିଶିଷ୍ଟ ପ୍ରୋଷ୍ଟେଟ୍ ଗ୍ରନ୍ତିକୁ ବାହାର କରି ଚିକିତ୍ସା ଜଗତରେ ଇତିହାସ ସୃଷ୍ଟି କରିଛନ୍ତି ଓଡ଼ିଆ ଡାକ୍ତର ପାଣ୍ଡେ।ଏହି ସଫଳତା ଚିକିତ୍ସା ବ୍ୟବସ୍ଥାରେ ନୂତନ ଦିଗଦର୍ଶନ ଦେଇଛି।ଭାରତ ବର୍ଷ ରେ ଉଦାହରଣ ସୃଷ୍ଟି କରିଛି।ବିଶ୍ୱର ସବୁଠୁ ବଡ଼ ସାଧାରଣ (ବେନାଇନ) ପ୍ରୋଷ୍ଟେଟ୍କୁ ରୋବୋଟିକ ପ୍ରଯୁକ୍ତିକୁ ଉପଯୋଗ କରି ସଫଳତାର ସହ ବାହାର ଯାଇପାରିଛି। ଏଭଳି ସଫଳତା ପାଇଥିବାରୁ ଓଡ଼ିଆ ଡାକ୍ତର ସଞ୍ଜୟ ପାଣ୍ଡେ ସାରା ଦୁନିଆ ରୁ ପ୍ରଂଶସା ସାଉଁଟି ଛନ୍ତି।
ଡ଼ଃ ସଞ୍ଜୟ ପାଣ୍ଡେଙ୍କ ନେତୃତ୍ୱରେ, ମୁମ୍ବାଇସ୍ଥିତ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅପରେସନ କରାଯାଇଥିଲା।ଏହା ଭାରତୀୟ ଇଉରୋଲଜି ବିଭାଗରେ ଏକ ଐତିହାସିକ ସଫଳତା ଅର୍ଜନ କରିଛି, ବରିଷ୍ଠ ଇଉରୋଲଜିଷ୍ଟ ଓ ଏଣ୍ଡ୍ରୋଲଜିଷ୍ଟ ଡ଼ଃ ସଞ୍ଜୟ ପାଣ୍ଡେ ବିଶ୍ୱରେ ଏପର୍ଯ୍ୟନ୍ତ ରୋବୋଟିକ ସର୍ଜରି ମାଧ୍ୟମରେ କାଢ଼ାଯାଇଥିବା ସବୁଠାରୁ ବଡ଼ ସାଧାରଣ (ବେନାଇନ) ପ୍ରୋଷ୍ଟେଟ୍କୁ ସଫଳତାପୂର୍ବକ ଅପସାରଣ କରିଛନ୍ତି। ଅତି ଆଧୁନିକ ଏବଂ ଉଚ୍ଚ-ନିଷ୍ପତ୍ତିଶୀଳ ମିନିମାଲ୍-ଇନଭେସିଭ୍ ଟେକ୍ନୋଲଜି ଦ୍ୱାରା କରାଯାଇଥିବା ଏହି ଅପରେଶନରେ ୫୫୦ ଗ୍ରାମରୁ ଅଧିକ ଓଜନର ଏହି ଗ୍ରନ୍ଥିକୁ ମାତ୍ର ୨ ଘଣ୍ଟା ୫୫ ମିନିଟ୍ରେ ସଫଳତାର ସହିତ କଢ଼ାଯାଇଛି।
ତୁଳନାସ୍ୱରୂପ, ବିଶ୍ୱରେ ଏପର୍ଯ୍ୟନ୍ତ ରୋବୋଟିକ ପ୍ରଯୁକ୍ତିରେ କାଢ଼ାଯାଇଥିବା ସବୁଠୁ ବଡ଼ ପ୍ରୋଷ୍ଟେଟ୍ କ୍ୟାନ୍ସର ୫୬୦ ଗ୍ରାମ (ଆମେରିକା) ରେ ପ୍ରତିବେଦିତ ହୋଇଥିଲା, ଯେଉଁଠାରେ ଭାରତରେ ସବୁଠୁ ବଡ଼ ବେନାଇନ ପ୍ରୋଷ୍ଟେଟ୍ ୪୩୭ ଗ୍ରାମ ଥିଲା।
ଅତ୍ୟଧିକଭାବେ ବଢ଼ିଥିବା ପ୍ରୋଷ୍ଟେଟ୍ ଫଳରେ ଗୁରୁତର ମୁତ୍ରାବରୋଧ ଓ ଜଟିଳତାରେ ଭୁଗୁଥିବା ଏହି ରୋଗୀଙ୍କୁ Da Vinci Xi ରୋବୋଟିକ ସିଷ୍ଟମ୍ର ସହଯୋଗରେ ରୋବୋଟିକ ଫ୍ରେଯର ପ୍ରୋଷ୍ଟେଟେକ୍ଟୋମି କରାଯାଇଥିଲା। ଗ୍ରନ୍ଥିର ଅତ୍ୟଧିକ ପରିମାଣ ଏବଂ ଜଟିଳ ଆନାଟୋମି ସତ୍ୱେ ମଧ୍ୟ, ଏହି ସର୍ଜରି ଅସାଧାରଣ ସଠିକତା, ଅତ୍ୟଳ୍ପ ରକ୍ତସ୍ରାବ ଏବଂ ଉତ୍କୃଷ୍ଟ ପ୍ରାରମ୍ଭିକ ସୁସ୍ଥତା ସହ କରାଯାଇଥିଲା — ଯାହାକି ଉନ୍ନତ ରୋବୋଟିକ ପ୍ରଯୁକ୍ତି ଚିକିତ୍ସାର ସଫଳ କ୍ଷମତାକୁ ସ୍ପଷ୍ଟ କରୁଛି।
ଡ଼ଃ ସଞ୍ଜୟ ପାଣ୍ଡେ, ନିଦେଶକ – ଇଉରୋଲଜି,:
“ଏହି ସଫଳତା କେବଳ ଏକ ଶସ୍ତ୍ରଚିକିତ୍ସାଗତ ମାଇଲସ୍ଟୋନ୍ ନୁହେଁ। ଭାରତରେ ରୋବୋଟିକ ଇଉରୋଲଜି କେତେ ତ୍ୱରାନ୍ୱିତ ଗତିରେ ଆଗକୁ ବଢ଼ୁଛି ଓ ଆବଶ୍ୟକତା ରହିଛି ଏହି ଅପରେସନର ସଫଳତା ପ୍ରମାଣିତ କରୁଛି। ସଦା ରୋଗୀଙ୍କ ପାଇଁ ସୁରକ୍ଷିତ ସର୍ଜରି, ଶୀଘ୍ର ସୁସ୍ଥତା ଏବଂ ଦୀର୍ଘ ମିୟାଦୀ ଉତ୍ତମ ପରିଣାମ ସୁନିଶ୍ଚିତ କରିବା ହସପିଟାଲର ମୂଳ ଲକ୍ଷ୍ୟବୋଲି ଡାକ୍ତର କହିଛନ୍ତି। ଏହି ପ୍ରକ୍ରିୟାରେ ଗ୍ରନ୍ଥିକୁ କ୍ୟାପ୍ସୁଲ୍ରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରିବା, ଗ୍ରନ୍ଥିକୁ ରକ୍ତହୀନ କରି ଦୁଇ ଭାଗରେ ବିଭକ୍ତ କରି ପେଟରେ ପହଞ୍ଚାଇବା, ଏବଂ ଅତ୍ୟାଧୁନିକ କ୍ୟାମେରା ପୋର୍ଟ୍ ଦ୍ୱାରା ପୃଥକ୍-ପୃଥକ୍ ବ୍ୟାଗ୍ରେ ଦୁଇଟି ଭାଗକୁ ବାହାର କରିବା ପରି ଅନେକ ଅତ୍ୟାଧୁନିକ ନୂତନ ପ୍ରଯୁକ୍ତିଗତ କୌଶଳ ପ୍ରୟୋଗ ର ସମ୍ମିଳିତ ଥିଲା। ନିସନ୍ଦେହରେ କୁହାଯିବ ଯେ ଏହା ଏକ ସଂପୂର୍ଣ୍ଣ ମିନିମାଲ୍-ଇନଭେସିଭ୍ ସର୍ଜରି ସାବ୍ୟସ୍ତ ଥିଲା।
ଏପରି ବୃହତ୍ ପରିମାଣର ସଫଳ ପ୍ରକ୍ରିୟା କୋକିଳାବେନ ହସ୍ପିଟାଲକୁ ଜଟିଳ ରୋବୋଟିକ ଇଉରୋଲଜିକାଲ୍ ସର୍ଜରି ପାଇଁ ସୁଖ୍ୟାତି ଆଣିଦେଇଛି। ଭାରତ ବର୍ଷର ଅଗ୍ରଣୀ ହସପିଟାଲ ଭାବେ ପରିଚୟ ହାସଲ କରିପାରିଛି।
ବେନାଇନ ଏବଂ ରିକନ୍ଷ୍ଟ୍ରକ୍ଟିଭ୍ ଇଉରୋଲଜିରେ ଡ଼ଃ ପାଣ୍ଡେଙ୍କ ଦକ୍ଷତା, ଏବଂ ବଡ଼ ପ୍ରୋଷ୍ଟେଟ୍ (୧୫୦–୩୧୦ ଗ୍ରାମ) ରୋବୋଟିକ ପ୍ରଣାଳୀରେ ଅପସାରଣ କରିବାର ଦୁଇ ଦଶକର ଅଭିଜ୍ଞତା, ଏହି ବିଶିଷ୍ଟ ସଫଳତାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି।୭୩ ବର୍ଷୀୟ ପେସମେକର୍ ରୋଗୀଙ୍କୁ ଅତ୍ୟଧିକ ରକ୍ତନାଳି ଭର୍ତ୍ତି ହୋଇଥିବା ସଂକୁଚିତ ଅଞ୍ଚଳରେ (ଡିସେକ୍ସନ୍) ଶରୀରରୁ ବିଛିନ୍ନ କରି,ବିନା ଅପରେସନ ଅର୍ଥାତ ଚର୍ମ କୁ ନକାଟି ଏତେ ବଡ଼ ଗ୍ରନ୍ଥିକୁ ସୁରକ୍ଷିତ କାଢ଼ିବା ଏକ ଅସାଧାରଣ କୌଶଳ ଓ ପ୍ରଯୁକ୍ତିଗତ ବିଦ୍ୟାର ନୂଆ ଚମତ୍କାରିତା ସୃଷ୍ଟି କରିଛି।ଏତେ ବଡ଼ ପ୍ରୋଷ୍ଟେଟ୍କୁ ମିନିମାଲ୍-ଇନଭେସିଭ୍ ରୋବୋଟିକ ପ୍ରଯୁକ୍ତିରେ କାଢ଼ିବା ବାସ୍ତବରେ ଏକ ୟୁରିଥ୍ରା-ସଂରକ୍ଷଣ ପ୍ରଣାଳୀ ଯାହା ସମ୍ଭାବ୍ୟ ଜଟିଳତାକୁ ଅତ୍ୟଧିକ କମ କରେ।
ପୁରୁଷ ମାନଙ୍କ ପାଇଁ ପ୍ରୋଷ୍ଟେଟ୍ ଅବରୋଧ ଓ ଏହାର ପ୍ରଭାବର ସମୟୋପଯୁକ୍ତ ଛିକିତ୍ସା ର ଅତ୍ୟନ୍ତ ଆବଶ୍ୟକତା ରହିଛି ବୋଲି — ଡ଼ଃ ପାଣ୍ଡେଙ୍କ ସୂଚନା.
ଅପରେସନ କରାଯାଇଥିବା ରୋଗୀ ବର୍ତ୍ତମାନ ସୁସ୍ଥ ଅଛନ୍ତି, ଅତ୍ୟଳ୍ପ ପୋଷ୍ଟଅପରେଟିଭ୍ ଅସୁବିଧା ସହିତ ସାଧାରଣ ଜୀବନକୁ ପୁନଃ ଫେରିଛନ୍ତି।ପ୍ରୋଷ୍ଟେଟ୍ ଚିକିତ୍ସାରେ ଘଟିଥିବା ଏହି ପ୍ରଯୁକ୍ତିଗତ ପରିବର୍ତ୍ତନ ଚିକିତ୍ସା କ୍ଷେତ୍ର ରେ କ୍ରାନ୍ତିକାରୀ ପରିବର୍ତନ ଆଣିଛି, ଯାହା ଫଳରେ ବିଭିନ୍ନ ବୟସ୍ର ପୁରୁଷମାନେ ଶୀଘ୍ର ଓ ସଂପୂର୍ଣ୍ଣ ସୁସ୍ଥତା ସହ କୁଶଳ ଚିକିତ୍ସା ପାଇପାରିବେ।ଏହି ଐତିହାସିକ ସର୍ଜରି, ସ୍ଥାପିତ ପ୍ରଯୁକ୍ତିଙ୍କ ମଝିରେ ନୈତିକ ଓ ଯୁଗାନ୍ତକାରୀ ସନ୍ଦେଶ ଦେଇ, ବିଶ୍ୱବ୍ୟାପୀ ରୋଗୀ-ସେବା ଉପରେ ଗଭୀର ପ୍ରଭାବ ପକାଉଥିବା ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ପ୍ରତିଷ୍ଠିତ ହୋଇଛି ବୋଲି ହସପିଟାଲ କତୃପକ୍ଷ କହିଛନ୍ତି।


