ବେଆଇନ ବାଲି ଚାଲାଣକାରୀଙ୍କୁ ଧରୁଛି ରାଜସ୍ୱ ଅଧିକାରୀ ଓ ପୋଲିସ 🔹ବାଲି ଓ ପଥର ମାଫିଆ ଛାନିଆ🔹ଏଣିକି ଖଣି ବିଭାଗ ଅଧିକାରୀଙ୍କ ବନ୍ଦ ହେଵ ଉପୁରି କାରବାର !

ପ୍ରତିଫଳନ ମିଡ଼ିଆ

ବେଆଇନ ବାଲି ଚାଲାଣ କାରୀ ଗୋଷ୍ଠୀ ଛାନିଆ । ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ କାରିକୁ ଧରିବାରେ ସଫଳ ହେଉଛି ରାଜସ୍ଵ ଅଧିକାରୀ ଓ ପୋଲିସ । ହେଲେ ଜିଲ୍ଲାର ଖଣି ବିଭାଗ ଅଧିକାରୀ ମାନେ କିପରି ସଫଳ ହେଉ ନାହାନ୍ତି ତାକୁ ନେଇ ସବୁଠି ଚାଲିଛି ଚର୍ଚ୍ଚା ।

ରାୟଗଡ ଜିଲ୍ଲା ରେ ଏବେ ରାଜସ୍ବ ବିଭାଗର (କର୍ମଚାରୀ) ତହସିଲଦାର, ରାଜସ୍ଵ ନିରୀକ୍ଷକ ଓ ପୋଲିସ ସକ୍ରିୟ ହୋଇଛନ୍ତି । ନାଳ,ନଦୀ, ଡଙ୍ଗର ବିଭିନ୍ନ ସ୍ଥାନରେ ପହଞ୍ଚି ଗାଡ଼ି ଗୁଡ଼ିକର କାଗଜ ଯାଞ୍ଚ କରୁଛନ୍ତି । ଆବଶ୍ୟକ କାଗଜ ଦେଖାଇ ପାରୁ ନଥୁବା ଗାଡ଼ି ଗୁଡ଼ିକୁ ତୁରନ୍ତ ଜବତ କରୁଛନ୍ତି। ବିପୁଳ ପରିମାଣର ଜରିମାନା ପକାଉଛନ୍ତି । ବେଆଇନ ଭାବରେ ବାଲି ଚୋରାଚାଲାଣ କରୁଥିବା ଅଭିଯୋଗରେ ଗୁମୁଡ଼ା ପୋଲିସ ବାଲି ବୋଝେଇ ୨ଟି ହାଇୱାକୁ ଜବତ କରିଛି । ବିନା କାଗଜ ପତ୍ରରେ ଗୁମୁଡ଼ା ନିକଟ ବଂଶଧାରା ନଦୀରୁ ବାଲି ଚୋରା ଚାଲାଣ କରାଯାଉଥିବା ସୂଚନା ପାଇ ଚଢ଼ଉ କରି ଜବତ କରିଛି । କେତେ ଜରିମାନା ପଡିବ ଜିଲ୍ଲା ଖଣି ବିଭାଗର କାର୍ଯ୍ୟନୁଷ୍ଠାନ ପରେ ଜଣା ପଡ଼ିବ ବୋଲି ଗୁମୁଡା ଫାଣ୍ଡି ପୋଲିସ ସୂଚନା ଦେଇଛି ।
ରାଜ୍ୟରେ ସରକାର ପରିବର୍ତ୍ତନ ହେଲା । ହେଲେ ରାୟଗଡ ଜିଲ୍ଲାରେ ଚୋରା ବାଲି ଚାଲାଣ କାରିଙ୍କ ମଧ୍ୟରେ କୌଣସି ଫରକ ପଡ଼ିଲା ନାହିଁ । ଅବାଧରେ ବାଲି,ପଥର, ମୋରମ ବେଆଇନ ଭାବରେ ଚୋରା ଚାଲାଣ ଜାରି ରହିଲା । ସ୍ଥାନୀୟ ଲୋକମାନେ ସୂଚନା ଦେଉଥିବା ସତ୍ବେ କର୍ମଚାରୀ ଅଭାବ ଆଳ ଦେଖାଇ ଚୋରା ବାଲି ଚାଲାଣ କାରୀଙ୍କ ବିରୋଧରେ ଖଣି ବିଭାଗ ଅଧିକାରୀ ମାନେ ପଦକ୍ଷେପ ନେଲେ ନାହିଁ । ଲଘୁ ଖଣିଜ ସମ୍ପଦ ଲୁଟେରା ମାନଙ୍କ ସହ ସଲା ସୁତୁରା କରି ଉଚିତ୍ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାରେ ଲୋକଙ୍କ ସୂଚନାକୁ ଅଣଦେଖା କଲେ ଅଧିକାରୀ । ଜିଲ୍ଲା ପ୍ରଶାସନର ତାଗିଦ୍ ହେବା ପରେ ହିଁ ଦୋଷ ଛଡ଼ାଇବାକୁ ଧର୍ମକୁ ଆଖି ଠାର ଭଳି କାର୍ଯ୍ୟନୁଷ୍ଠାନ ନେଉଥିଲେ। ଆଉ ଲୁଟେରାଙ୍କ ସହମତିରେ ଜରିମାନା ପକାଇ ପ୍ରଶାସନ ନିକଟରେ ନିଜର କଳଙ୍କକୁ ପୋଛିବାକୁ ଉଦ୍ୟମ କରି ଆସୁଥିଲେ । ପେଶାଦାର ବାଲି ଚୋରା ଚାଲାଣ କାରିଙ୍କ ବିରୋଧରେ ଖଣି ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିଲା। ବରଂ କାଁ ଭାଁ କେତେବେଳେ ଗାଁ ଗୁଡିକରେ ଟ୍ରାକ୍ଟରରେ ବାଲି ,ଗୋଡ଼ି, ମାଟି ଚାଲାଣ କରି ମିଳୁ ଥୁବା ଭଡ଼ା ଟଙ୍କାରେ ପରିବାର ପରିପୋଷଣ କରୁଥିବା ଲୋକଙ୍କ ଗାଡ଼ିକୁ ଧରୁଥିଲା। ଆବଶ୍ୟକ କାଗଜ ନଥିଲେ ଜରିମାନା ପକାଇ ବାହାଦୂରୀ ମାରୁଥିଲେ ଖଣି ବିଭାଗ ଅଧିକାରୀ ମାନେ ।
ଏବେ ଖଣି ବିଭାଗ ଅଧିକାରୀଙ୍କ ଭାଉ ପୂର୍ବ ଅପେକ୍ଷା କମିଥିବା ଜଣା ପଡ଼ିଛି। ପୋଲିସ ଓ ରାଜସ୍ବ କର୍ମଚାରୀ ସକ୍ରିୟ ହୋଇ ବେଆଇନ ବାଲି ଚାଲାଣ କରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି । ଫଳରେ ମୋହନ ମାଝୀଙ୍କ ସରକାର ପ୍ରତି ଆସ୍ଥା ଫେରୁଥିବା ଗାଁ ଲୋକଙ୍କ ପ୍ରତିକ୍ରିୟାରୁ ଜଣା ପଡୁଛି ।

ମୋହନ ମାଝୀ ସରକାର ଟ୍ରାକକୁ ଫେରିଛି ବୋଲି ଲୋକେ କଥା ହେଉଛନ୍ତି। ଲଘୁ ଖଣିଜ ସଂପଦ ଲୁଟେରା ମାନଂକୁ ଧରିବା ପାଇଁ ଖଣି ବିଭାଗ ଅଧିକାରୀଙ୍କ ନିଷ୍କ୍ରିୟତା ଯୋଗୁଁ ସରକାର ଅନେକ ବଦନାମ ହୋଇଛି। ଗତ ଏକ ବର୍ଷ ଧରି ବିଭିନ୍ନ ଘାଟରୁ ଅବାଧରେ ଚୋରା ବାଲି ଚାଲାଣ ହେଉଥିଲା । ପୋଲିସ ନିଷ୍କ୍ରିୟ ହୋଇ ପଡ଼ିଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଚୋରା ବାଲି ଉତୋଳନ ପରିବହନକୁ ଧରିବାକୁ ଯାଇ ବାଲି ମାଫିଆ ମାନଙ୍କ ଆକ୍ରମଣରେ କିଛି ପ୍ରଶାସନିକ ଅଧିକାରୀ ଆହତ ହୋଇଥିଲେ ।ଏହା ପରେ ସରକାରଙ୍କ ବିଭିନ୍ନ ଗୁଇନ୍ଦା ବିଭାଗ ସକ୍ରିୟ ହେଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ୱ ମନ୍ତ୍ରୀ ଲଘୁ ଖଣିଜ ସମ୍ପଦର ବେଆଇନ ଚୋରା ଚାଲାଣକୁ ରୋକିବାକୁ ତହସିଲଦାର ଓ ପୋଲିସକୁ କ୍ଷମତା ଦେଲେ ।ଫଳରେ ଧର ପଗଡ ଜୋରଦାର ଆରମ୍ଭ ହୋଇଛି । ବିଭିନ୍ନ ନଦୀ ,ନାଳ ନିକଟକୁ ଯାଇ ରାଜସ୍ବ ବିଭାଗ ଓ ପୋଲିସ ବାଲି ଗାଡ଼ି ଗୁଡ଼ିକୁ ଯାଞ୍ଚ କରୁଛନ୍ତି । ଆବଶ୍ୟକ କାଗଜ ପତ୍ର ନଥିବା ଗାଡ଼ି ଗୁଡ଼ିକୁ ଧରି ବିପୁଳ ପରିମାଣର ଜରିମାନା ପକାଉଛନ୍ତି ।ଫଳରେ ଚୋରା ଚାଲାଣ କାରିଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଦୁର୍ନୀତିଗ୍ରସ୍ତଙ୍କୁ ଧରିବାରେ ରାଜ୍ୟର ଭିଜିଲାନସ୍ ବିଭାଗ ସରକାର ପାଇଁ ଯେଉଁ ଭଳି ସୁନାମ ଆଣିଛି । ସେହିଭଳି ବାଲି ଚୋରା ଚାଲାଣ କରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଏବେ ଜିଲ୍ଲାର ରାଜସ୍ବ ଓ ପୋଲିସ ବିଭାଗ ଲୋକଙ୍କ ପ୍ରଂଶସା ଭାଜନ ହେଉଛି ।

ଆଗକୁ ଅଧିକ ଧର ପଗଡ କରାଗଲେ ମୋହନ ମାଝୀଙ୍କ ସରକାର ପ୍ରତି ଲୋକଙ୍କ ବିଶ୍ବାସ ଓ ଭରସା ବୃଦ୍ଧି ପାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Spread the love