ରାୟଗଡା (ପ୍ରତିଫଳନ ମିଡ଼ିଆ )
ଜଳିଗଲା ଗାଡ଼ି । ରେଳବାଇ ଓଭର ବ୍ରିଜ ତଳେ ଜଳିଗଲା ପିକ ଅପ ଗାଡ଼ି । ଧୂଆଁମୟ ହୋଇଗଲା ଅଞ୍ଚଳ ।
ରାୟଗଡ଼ା ସହରର ମା ମଝିଘରିଆଣୀ ମନ୍ଦିର ନିକଟ ଓଭର ବ୍ରିଜ ନିକଟରେ ଘଟିଛି ଦୁର୍ଘଟଣା। ଓଭର ବ୍ରିଜ ତଳେ ମୁହଁମୁହିଁ ଗାଡି ଧକ୍କାରୁ ଏଭଳି ହୋଇଛି। ପିକ ଅପ ଗାଡ଼ି ସହ ଟିପର ମଧ୍ୟରେ ମୁହଁ ମୁହିଁ ଧକାରୁ ଜଳିଗଲା ଗାଡ଼ି । ନିଆଁ ଲାଗି ଜଳି ଗଲା ଧଳା ପିକ ଅପ ଗାଡ଼ିଟି । ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣା ପଡ଼ିଛି ।ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଛି ।ପୋଲିସ ପହଞ୍ଚି ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଛି ।

