ଜାତୀୟ ରାଜପଥର ଗୋଇବନ୍ଧ ଘାଟିରେ 108 ଆମ୍ବୁଲାନ୍ସ ଦୁର୍ଘଟଣା, ଦୁଇ ଗୁରୁତର

ପଦ୍ମପୁର (ପ୍ରତିଫଳନ ମିଡ଼ିଆ )

ବ୍ରହ୍ମପୁର ରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୩୨୬ ଜାତୀୟ ରାଜପଥର ଗୋଈବନ୍ଧ ଘାଟି ରେ ଭାରସାମ୍ୟ ହରାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ । ଆମୁଲାନ୍ସ ଟି ବିଳମ୍ବିତ ରାତି ରେ ରାୟଗଡ଼ା ଫେରିବା ସମୟ ରେ ଓଲଟିଲା।୩୦ଫୁଟ ତଳକୁ ଓଲଟିଛି। ଫରମାଶିଷ୍ଟ ଗୁରୁତର ଆହତ ହୋଇଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି।ତେବେ ସେହି ସମୟରେ ଆଉ ଏକ ଆମ୍ବୁଲାନ୍ସ ରାୟଗଡ଼ା ଫେରୁଥିଲା। ସେଥିରେ ଗୁରୁତର ଫାର୍ମାସିଷ୍ଟ ଏବଂ ଡ୍ରାଇଭର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଆଜି ସକାଳୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Spread the love