ବାଇକସହ ଜଳିଗଲା ଜଣେ ଯୁବକ, ୩୨୬ନମ୍ବର ଜାତୀୟ ରାଜପଥ ପୋଡ଼ାଗଡ଼ ନିକଟରେ ଟ୍ରକ୍ ସହ ମୁହଁମୁହିଁ ଧକ୍କା,ଦୁଇ ମୃତ, ଜଣେ ଗୁରୁତର

କୋରାପୁଟ ( ପ୍ରତିଫଳନ ମିଡ଼ିଆ )

୩୨୬ ନମ୍ୱର ଜାତୀୟ ରାଜପଥରେ ଅଘଟଣ । ଦୁର୍ଘଟଣା ରେ ବାଇକ୍ ଜଳିଗଲା ।ବାଇକ୍ ରେ ବସିଥିବା ୩ଜଣକ ମଧ୍ୟରୁ ୨ଜଣକ ମୃତ୍ୟୁ ଘଟିଛି।ଜଣେ ଗୁରୁତର ଆହତ ହୋଇଛି ।ମୃତକ ମଧ୍ୟରେ ଜଣେ ଯୁବକ ବାଇକ ର ନିଆଁ ଲାଗି ପୋଡ଼ି ଯାଇଥିବା ଦେଖାଯାଇଛି । କୋରାପୁଟ-ପୋଡଗଡ ମଧ୍ୟରେ ପୋଡ଼ଗଡ କନ୍ୟାଶ୍ରମ ନିକଟରେ ଟ୍ରକ୍ ସହ ବାଇକ୍ର ମୁହାଁ ମୁହିଁ ଧକ୍କା ଫଳରେ ବାଇକ୍ ଜଳିଗଲା। ଦୁର୍ଘଟଣାର ତୀବ୍ରତା ଏତେ ଥିଲା ଯେ ଚାଳକ ଘଟଣାସ୍ଥଳରେ ଜଳିଗଲା। ଧକ୍କା ବାଜିବା ପରେ ବାଇକ୍ ସହ ଜଣେ ଯୁବକ ଜଲିଗଲା। ବାଇକ୍ ରେ ବସିଥିବା 2 ଜଣ ଯୁବକ ର ମଧ୍ୟ ମୃତ୍ୟୁ ଘଟିଛି ।ଜଣେ ଗୁରୁତର ଆହତ ହୋଇଛି ।ମୃତକ ଓ ଆହତଙ୍କ ପରିଚୟ ମିଳିନାହିଁ ।

Spread the love