ରାମନାଗୁଡା (ପ୍ରତିଫଳନ ମିଡ଼ିଆ)
ରାୟଗଡା ଜିଲ୍ଲା ରାମନାଗୁଡ଼ା ଥାନା ଅନ୍ତର୍ଗତ ପାରିଖିତି ଘାଟିରେ ବାଇକ୍ ପଛପଟୁ ଟ୍ରକ୍ ଧକ୍କା ଦେବା ଫଳରେ ଜଣେ ଯୁବତୀ ର ମୃତ୍ୟୁ ଘଟିଛି। ମୃତକ ଯୁବତୀ ରୁଗୁଡୁବାଇ ଗ୍ରାମର ପୁଣ୍ଣିମା ମାଣ୍ଡାଙ୍ଗୀ ବୋଲି ଜଣାପଡିଛି। ବାଇକରେ ଥିବା ଅନ୍ୟ ଦୁଇଜଣ ଆହତ ହୋଇ ରାମନାଗୁଡ଼ା ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଟ୍ରକକୁ ଲୋକେ ଅଟକ ରଖିଥିବା ସହ ରାୟଗଡା- ରାମନାଗୁଡ଼ା ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ସ୍ଥାନିୟ ଲୋକେ ଓ ମୃତକ ର ସଂମ୍ପର୍କୀୟ । ଗୁଣୁପୁର ଉପଜିଲ୍ଲାପାଳ କିରନଦୀପ କୌର ମଧ୍ୟ ଉକ୍ତ ଅବରୋଧ ରେ ଫସି ରହିଥିବା ସୂଚନା ମିଳିଛି l ଗାଡି ଚଳାଚଳ ସଂମ୍ପୁର୍ଣ୍ଣ ବନ୍ଦ ରହିଛି। ଟ୍ରକ୍ ଚାଳକକୁ ପୋଲିସ୍ ଅଟକ ରଖିବା ସହ ଘଟଣାର ତଦନ୍ତ କରୁଛି ପୋଲିସ୍। ରାସ୍ତା ଅବୋରଧ ହଟାଇବା ପାଇଁ ଆନ୍ଦୋଳନକାରିଙ୍କ ସହ ପୋଲିସ୍ ବୁଝାସୁଝା କରୁଛି। ମୃତ ଯୁବତୀ ଓ ଆହତ ଦୁଇଜଣ ଯୁବକ ବାଇକ୍ ଯୋଗେ ରୁଗୁଡୁବାଇ ଗ୍ରାମରୁ ରାମନାଗୁଡ଼ା ଅଭିମୁଖେ ଆସୁଥିଲେ। ପାରିଖିତି ଘାଟିରେ ଟ୍ରକ୍ ଧକ୍କା ଦେଇଥିଲା।
