ପଥର କରିଛି ଦୁଇ ରାଜ୍ୟରେ ବିବାଦ, କୋଟିଆ ବିବାଦର ମୂଳ କାରଣ ଗିଲିବିଙ୍କ କାଏନ ଚିହ୍ନ, ବବିଲି ଇଷ୍ଟେଟକୁ ଛୁଇଁବ ଓଡ଼ିଶା ସୀମା !

କୋଟିଆ ( ପ୍ରତିଫଳନ ମିଡ଼ିଆ)

କୋଟିଆ ରଥଯାତ୍ରାରେ ଓଡିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ସମେତ ପାଞ୍ଚ ମନ୍ତ୍ରୀଙ୍କ ଯୋଗଦାନ ପରେ କୋଟିଆକୁ ନେଇ ସମସ୍ତଙ୍କର ଆଗ୍ରହ ବୃଦ୍ଧି ପାଇଛି। ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ପଷ୍ଟ ଭାବେ କହିଛନ୍ତି କୋଟିଆ କେବଳ ଓଡ଼ିଶାର। କୋଟିଆ ବାସ୍ତବରେ ଓଡ଼ିଶାର। କିନ୍ତୁ ଭ୍ରମାନ୍ତକ ରିପୋର୍ଟ ପ୍ରସ୍ତୁତ ହେତୁ ଏଭଳି ବିବାଦ ଉପୁଜିଛି ବୋଲି ଆମ କୋଟିଆ ସଂଗଠନର ଆବାହକ ଗଦାଧର ପରିଡା କହିଛନ୍ତି। ଏଥିସହ ପ୍ରତିଫଳନକୁ ବିସ୍ତାରିତ ଭାବେ ଘଟଣାର ବ୍ୟାଖ୍ୟା କରିବା ସହ ମାଚକୁଣ୍ଡ ରୁ ଆରମ୍ଭ କରି ବବିଲି ପର୍ଯ୍ୟନ୍ତ୍ 1ରୁ 318 ଟି କାଏନ ରହିଛି । ସେଥିମଧ୍ୟରୁ ଗୋଟାଏ କାଏନ କୋଟିଆ ଗାଁ ନିକଟ ଥିବା ପାହାଡ଼ରେ O/M ଲେଖାଥିବା ସ୍ଥାନ ଚିହ୍ନଟ ହୋଇଛି ।ଗିଲବି ସାହେବଙ୍କ କାଏନ୍ ପଥକୁ ନେଇ ଘଟଣାର ବିସ୍ତାର କରିଛନ୍ତି ଆମ କୋଟିଆ ସଂଗଠନ

ଅନେକ ଜାଣିନଥିବେ 318ଟି କାଏନ କଣ। ପଥର ଖଣ୍ଡେ ସତରେ ବିବାଦ ଉପୁଜାଇ ପାରେ। ପ୍ରଥମ ଥର ପାଇଁ ଆପଣ ଜାଣିବେ କୋଟିଆ ସୀମା ବିବାଦର ଅସଲି କାରଣର କଥା। ଅଯଥାରେ କୋଟିଆ କେମିତି ବିବାଦୀୟ ହୋଇପଡିଛି। 82ବର୍ଷ ଧରି ଏକଥାକୁ କେମିତି ଅଣ ଦେଖା କରାଯାଇଛି। ପ୍ରତିଫଳନର ଏଇ ଉପସ୍ଥାପନା।

ଶ୍ରୀ ପରିଡା କହିଛନ୍ତି ଯେ ମାଡ୍ରାସ ଓ ଓଡ଼ିଶାର ସୀମା ନିର୍ଦ୍ଧାରଣ ସରଜମିନରେ କରିବାପାଇଁ ଓଡିଶା ସରକାରଙ୍କ ଅନୁରୋଧକ୍ରମେ ଗିଲବି ସାହେବ ତାଙ୍କ ଦଳବଳ ନେଇ  ଗେଜେଟର ବର୍ଣ୍ଣନା ମୁତାବକ ଏହି ଚିହ୍ନଟ ପ୍ରକ୍ରୀୟା ମାଛକୁଣ୍ଡ ନଦୀ କୁଳରୁ କାଏନ ନମ୍ବର ଏକରୁ ଆରମ୍ଭ କରି ଜୟପୁର ଜମିଦାରୀ , ସାଲୁର ଜମିଦାରୀ ଓ ବବଲି ଜମିଦାରୀର ତ୍ରୀସୀମାଳୀ ପଥରକୁ ତିନିଶହ ଅଠର ନମ୍ବର କାଏନ ଦ୍ଭାବରେ ଚିହ୍ନଟ କରିଥିଲେ ! ଏଥିମଧ୍ୟରୁ ଗୋଟିଏ କାଏନ୍ କୋଟିଆ ନିକଟ ପାହାଡ଼ରୁ ଚିହ୍ନଟ କରିଛନ୍ତି । ତାଙ୍କ କହିବା ମୁତାବକ ଫଟୋରେ ଏହିଭଳି ଗୋଟିଏ କାଏନ ବି ଦେଖାଯାଇଛି । ତୀର ଚିହ୍ନଟି ମାତ୍ରାସ ଓ ଓଡ଼ିଶାର ଆନୁମାନିକ ସରହଦ ଦେଖାଉଥିବାବେଳେ ଇଂରାଜୀର ଓ ଏବଂ ଏମ୍ ଅକ୍ଷର ଯଥାକ୍ରମେ ଓଡ଼ିଶା ଓ ମାତ୍ରାସ ସୁଚାଉଅଛି ।ଏହି କାଏନଟି ପ୍ରମାଣ କରୁଅଛି ଯେ ହୁଏତ ଗିଲବି ଏହି କାଏନ ପାଖକୁ ଯାଇ ନ ଥିଲେ କିମ୍ଵା କୋଟିଆ ଗ୍ରାମଟି ମାଡ୍ରାସ ପଟକୁ ରହିଛି ବୋଲି କହି ସେ ମିଛ କହିଥିଲେ  ।ବିବେକର ଦଂଶନରୁ ନିଜକୁ ବଞ୍ଚାଇବା ପାଇଁ ସେ ସର୍ଭେ କରି ନାହାନ୍ତି! କେବଳ ଚିହ୍ନଟ କରିଛନ୍ତି ଲେଖି ସ୍ଵାକ୍ଷର କରିଛନ୍ତି ବୋଲି ଶ୍ରୀ ପରିଡା କହିଛନ୍ତି। ଏଥିପାଇଁ ସୀମା ବିବାଦର ପ୍ରମୁଖ ସୂତ୍ରପାତ ହୋଇଥିବା ଜଣାପଡିଛି। ଏକଥା ଖୁଵ କମ ଲୋକେ ଜାଣିଥିବେ। 

1943 ମସିହାରେ ତତକାଳୀନ ଓଡ଼ିଶା ସରକାର ବିନାଯାଞ୍ଚରେ ଏହାକୁ ଗ୍ରହଣ କରି ନେଇଥିବାରୁ ଓଡିଶା (ହାଜ ନୋ କେସ୍‌) ବୋଲି ଆନ୍ଧ୍ର ପ୍ରଦେଶ କହୁଛି । ଆମେ ଓଡିଆଏ କିଛି କରି ନପାରି ନୀରବ ରହୁଛନ୍ତି  ! ସବୁଠାରୁ ଦୁଃଖର କଥା ଦୀର୍ଘ ବୟାଅଶୀ ବର୍ଷରେ କେହିବି ସରକାର ଏହାକୁ ସରଜମିନରେ ଯାଞ୍ଚ କରିବାପାଇଁ ଆଗ୍ରହ ପ୍ରକାଶ କଲେ ନାହିଁ ! ବର୍ତ୍ତମାନର ଓଡ଼ିଶାର କେଉଁ ଗ୍ରାମଟି 318  ନମ୍ବର କାଏନରେ ବର୍ଣ୍ଣିତ ବବଲି , ସାଲୁର ଏବଂ ଜୟପୁର ଜମିଦାରୀର ତ୍ରୀସୀମାଳୀ ପଥରକୁ ଛୁଇଁଛି , ତାହା ଓଡ଼ିଶା ସରକାର ଜାଣନ୍ତୁ ବୋଲି ଶ୍ରୀ ପରିଡା କହିଛନ୍ତି। ସରକାର ଏହି ରିପୋର୍ଟ ର ଗମ୍ଭୀରତାକୁ ହୃଦୟଙ୍ଗମ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ଗିଲବି ରିପୋର୍ଟ କୁ ଧରାଯିବ ତେବେ 318 ନମ୍ବର୍ କାଏନ ଆନ୍ଧ୍ର ପ୍ରଦେଶର ବବିଲି ନିକଟରେ ରହିଛି । ଏଣୁ ବବିଲି ପର୍ଯ୍ୟନ୍ତ ଓଡ଼ିଶାର ସୀମା ରହିବା ଉଚିତ୍।ଯଦି 1945 ମସିହାରେ ବ୍ରିଟିଶ ସରକାରଙ୍କ ଶାସନ କାଳରେ ବେଲ ସାହେବଙ୍କ ସମୟରେ ପ୍ରସ୍ତୁତ ମାନଚିତ୍ରରେ ପଟା ଙ୍ଗୀ – ତାଡିୱାଲାସ ଶଗଡ଼ ରାସ୍ତା କୋରାପୁଟ ତଥା ଓଡ଼ିଶାର ବୋଲି ଦର୍ଶାଯାଇଛି ତାହାକୁ ସରକାର ଗ୍ରହ କରିବା ଉଚିତ୍ । ଇଂରେଜୀ ଶାସନ ସମୟରେ 1936 ମସିହାରେ ଓଡ଼ିଶା ଗଠନ ହୋଇସାରିଥିଲା ।1945 ମସିହା ରେ ଆନ୍ଧ୍ର ପ୍ରଦେଶ ଗଠନ ହୋଇ ନଥିଲା । ମାଡ୍ରାସ ଷ୍ଟେଟ ହିଁ ଥିଲା।ଏ ସବୁ କୁ ପ୍ରମାଣ ବୋଲି ଧରାଯିବ ତେବେ ଓଡ଼ିଶା ସୀମାର ଅନେକ ଅଞ୍ଚଳକୁ ଆନ୍ଧ୍ର ଜୋର୍ ଜବରଦସ୍ତି ବେଆଇନ ଭାବେ ଦଖଲ କରି ରଖିଛି।ସେ ସବୁ ଅଞ୍ଚଳକୁ ଓଡ଼ିଶାକୁ ଫେରାଇ ଆଣିବାର ସମୟ ଆସିଛି ।

ମିଛ ଟାରେ ଓଡ଼ିଶାର କୋଟିଆ ସୀମା ମଧ୍ୟରେ ଆନ୍ଧ୍ର ଅନୁ ପ୍ରବେଶ କରି ସୀମା ବିବାଦ ସୃଷ୍ଟି କରୁଛି । ଗିଲବି ରିପୋର୍ଟ ଅନୁଯାୟୀ ବବିଲି ପର୍ୟ୍ଯନ୍ତ ଓଡ଼ିଶାର ହେବା କଥା। ବେଲ ସାହେବଙ୍କ ସମୟରେ ପ୍ରସ୍ତୁତ ମାନଚିତ୍ର ଅନୁଯାୟୀ ପଟାଙ୍ଗୀ – ତାଡି ୱାଳସ ବ୍ରିଟିଶ ସମୟର ରାସ୍ତା ଠାରୁ ପ୍ରାୟ 10 ମାଇଲ ପର୍ଯ୍ୟନ୍ତ ଅଞ୍ଚଳ କୋରାପୁଟ ତଥା ଓଡ଼ିଶାର ବୋଲି ଧରିବାକୁ ହେବ । ଏଣୁ ଓଡ଼ିଶା ସରକାର ଏ ଦିଗରେ ଦୃଢତାର ସହ ଲାଗିଲେ ଆନ୍ଧ୍ରର ଅନେକ ଅଞ୍ଚଳ ଆମ ଦଖଲ କୁ ଆସି ପାରିବ । ଆନ୍ଧ୍ର ସରକାର ବବିଲି ଅଞ୍ଚଳ ହରାଇବ ! ବବିଲି ପର୍ଯ୍ୟନ୍ତ ଓଡ଼ିଶାର ହେବ !

ଉତ୍କଳ ପ୍ରଦେଶ ଓ ଓଡ଼ିଶାର ସୀମାସୁରକ୍ଷା ପାଇଁ ବର୍ତ୍ତମାନର ସରକାରଙ୍କ ଅଙ୍ଗୀକାର ବଦ୍ଧତା ରହିଥିବା ଜଣା ପଡୁଛି । ଓଡ଼ିଶା ସରକାରଙ୍କ ଉପ ମୂଖ୍ୟମନ୍ତ୍ରୀ ,ରାଜସ୍ବ ମନ୍ତ୍ରୀ,ଖଣି ମନ୍ତ୍ରୀ,ଶିକ୍ଷା ମନ୍ତ୍ରୀ, ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ସମେତ ଦୁଇ ସାଂସଦ, ୭ ବିଧାୟକ କୋଟିଆ ରଥ ଯାତ୍ରାରେ ସାମିଲ ହେଲେ । ଜଗନ୍ନାଥ ମନ୍ଦିର ବୁଲିଲେ,ରଥରେ ପୂଜା କଲେ,ଛେରା ପହଁରା ସାମିଲ ହେଲେ, ରଥ ଟାଣିଲେ, ଗିନି ବଜାଇ ସଙ୍କୀର୍ତ୍ତନ କଲେ ଲୋକଙ୍କ ସହ ମିଶିଲେ କଥାହେଲେ , ଭକ୍ତଙ୍କ ସହ ତଳେ ବସି ପ୍ରସାଦ ସେବନ କରିଥିଲେ। କୋଟିଆ ଓଡ଼ିଶାର ବୋଲି ଆଶ୍ଵାସନା ଦେଲେ । କୋଟିଆ ର ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇ ଗଲେ । କୋରାପୁଟ ଜିଲ୍ଲା ର ବିରୋଧୀ କଂଗ୍ରେସ ଦଳର ୩ବିଧାୟକ ମଧ୍ୟ ସାମିଲ ହୋଇଥିଲେ । ବିଜେଡ଼ି ଦଳର ପ୍ରଫୁଲ୍ଲ ପାଙ୍ଗି ଉପସ୍ଥିତ ଥିଲେ । ଏହା କୋଟିଆ ଇତିହାସରେ ପ୍ରଥମ ଘଟଣା । ଦଳମତ ନିର୍ବିଶେଷରେ ସମସ୍ତଙ୍କ ଉପସ୍ଥିତି ଓ ସହଯୋଗ କୋଟିଆ, କୋରାପୁଟ ଜିଲ୍ଲା ବାସି ଓ ଓଡ଼ିଶା ରାଜ୍ୟ ପାଇଁ ବଡ ଆଶ୍ଵାସନାର ବିଷୟ। ଏହାକୁ ଯେତେ ପ୍ରସଂସା କଲେ ବି କମ ହେବ  ବୋଲି ଆମ କୋଟିଆ ସଂଗଠନ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ୍ କୋଟିଆ ବିବାଦର ସାନଧାନ ହେବ ବୋଲି ଦୃଢ ଆଶା କରାଯାଉଛି।

Spread the love