ରାୟଗଡା (ପ୍ରତିଫଳନ ମିଡ଼ିଆ )
ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ଵାରା ଆୟୋଜିତ ଓଡ଼ିଶା ସୂଚନା ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଗୁଣପୁରର ସତ୍ୟବ୍ରତ ପାଣିଗ୍ରାହୀ। ଗତ କାଲି ଏହାର ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା। ଏଥିରେ ସତ୍ୟବ୍ରତ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ୧୫ତମ ରାଙ୍କ ହାସଲ କରିଛନ୍ତି। ଲେଖା ଲେଖି ଏବଂ ସାହିତ୍ୟ କ୍ଷେତ୍ରରେ ସକ୍ରିୟ ଥିବା ସତ୍ୟବ୍ରତ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ପରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ ଢେଙ୍କାନାଳରୁ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପାଠ୍ୟକ୍ରମ ଶେଷ କରିଛନ୍ତି। ତାଙ୍କ ପିତା ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଜଣେ ଅବସରପ୍ରାପ୍ତ ଶିକ୍ଷକ ଏବଂ ଜଗନ୍ନାଥ ପ୍ରେମୀ। ଲୋକ ସମ୍ପର୍କ କ୍ଷେତ୍ରରେ ଯେଉଁ ଦାୟିତ୍ଵ ମିଳିବ, ତାକୁ ସେ ସୁଚାରୁ ରୂପେ ତୁଲାଇବେ ବୋଲି କହିଛନ୍ତି। ସେ ଏହି ସଫଳତାର ଶ୍ରେୟ ପିତା ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ମାତା ମମତା ସାହୁ, ଏବଂ ଗୁରୁଜନଙ୍କୁ ଦେଇଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ହିଁ ସବୁ ସମ୍ଭବ ବୋଲି ସେ କହିଛନ୍ତି। ଏହି ସଫଳତା ପରେ ପରିବାରବର୍ଗ ଏବଂ ବନ୍ଧୁ ବାନ୍ଧବମାନେ ଶୁଭେଛା ଜଣାଇଛନ୍ତି। ତାଙ୍କ ଜନ୍ମମାଟି ପଦ୍ମପୁର ତଥା ଗୁଣୁପୁର ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି।

