ଗୁଣୁପୁର (ପ୍ରତିଫଳନ ମିଡ଼ିଆ )
ସ୍କୁଲ ରୁ ଘର କୁ ଫେରୁଥିବା ବେଳେ ଅଟୋ ଦୁର୍ଘଟଣା ଗସ୍ତ | ରାୟଗଡା ଜିଲ୍ଲା ଗୁଣପୁର ବିକ୍ରମପୁର ଛକରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ | ଅଟୋ ରେ ଘର କୁ ଫେରୁ ଥିଲେ କେନ୍ଦ୍ରୀୟ ବିଦ୍ୟାଳୟ ର 6 ଜଣ ଛାତ୍ର | 6 ଜଣ ଛାତ୍ର ମଧ୍ୟରୁ 5 ଜଣ ଆହତ ହୋଇଥିବା ଜଣାଯାଇଛି | ଜଣେ ଛାତ୍ର ଚିକିତ୍ସା ହୋଇ ଘର କୁ ଚାଲି ଯାଇଥିବା ବେଳେ ଆଉ 4 ଜଣ ଛାତ୍ର ଗୁଣପୁର ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି | ସମସ୍ତ ଛାତ୍ର ମାନେ କୁଜେନ୍ଦ୍ରୀ ଓ ଆଚବା ଗାଁ ବୋଲି ଜଣାପଡିଛି | ଅଟୋ ଦୁର୍ଘଟଣା ଗସ୍ତ ହେବା ପରେ ଡ୍ରାଇଭର ଫେରାର ହୋଇଯାଇ ଥିଲା | ଦୁର୍ଘଟଣା ପରେ ସ୍ଥାନୀୟ ଲୋକ 108 ଆମ୍ବୁଲାନ୍ସ ରେ ଗୁଣପୁର ଡାକ୍ତରଖାନା କୁ ପଠାଇଥିଲେ | ଦୁର୍ଘଟଣା ପରେ ଛାତ୍ରଛାତ୍ରୀମାନେ ଭୟଭୀତ ହୋଇପଡିଛନ୍ତି।


